Home କଟକ ଥେରାପି ସେଣ୍ଟରରେ ଶିଶୁ ମୃତ୍ୟୁକୁ ନେଇ ପରିବାର ପକ୍ଷରୁ ହତ୍ୟା ଅଭିଯୋଗ: ପୁରୀଘାଟ ଥାନାରେ ଏତଲା

ଥେରାପି ସେଣ୍ଟରରେ ଶିଶୁ ମୃତ୍ୟୁକୁ ନେଇ ପରିବାର ପକ୍ଷରୁ ହତ୍ୟା ଅଭିଯୋଗ: ପୁରୀଘାଟ ଥାନାରେ ଏତଲା

45

କଟକ/ନିଶ୍ଚିନ୍ତକୋଇଲି : ୧୧/୦୯ (ଓଡ଼ିଆ ପୁଅ / ଅଭୟ ଜେନା) କଟକ ପୁରିଘାଟ ସ୍ଥିତ ଏକଫିଜିଓ ଥେରାପି ସେଣ୍ଟରରେ ନେମାଳ ଥାନା ମାଣିକପୁର ଗ୍ରାମର ଶ୍ରୀନିବାସ ସ୍ୱାଇଁଙ୍କ ୭ବର୍ଷ ର ଶିଶୁପୁତ୍ର ଶ୍ରୀରଞ୍ଜନ ସ୍ୱାଇଁ କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ମାତ୍ର ଥେରାପି ନେବା ସମୟରେ ଶିଶୁଟି ହଠାତ ସଂଜ୍ଞା ହୀନ ହୋଇଯାଇଥିଲା. ତତକ୍ଷଣାତ ଶିଶୁର ମା ଶିଶୁଭବନକୁ ଚିକିତ୍ସାପାଇଁ ନେଇଯାଇଥିଲେ। ମାତ୍ର ଡାକ୍ତର ଶିଶୁଟିକୁ ମୃତ ଘୋଷଣା କରିଥିଲେ। ଏନେଇ ମର୍ମାହତ ପୁଅ ର ବାପା ଶ୍ରୀନିବାସ ପୁଅକୁ ହତ୍ୟା କରାଯାଇଥିବାନେଇ ପୁରିଘାଟ ଥାନାରେଲିଖିତ ଅଭିଯୋଗ କରିଥିଲେ।କଟକ ପୁରିଘାଟ ଥାନା ପୋଲିସ, ନିଶ୍ଚିନ୍ତକୋଇଲି ଅତିରିକ୍ତ ତହସିଲଦାର ଓ ନେମାଳ ପୋଲିସ ସହାୟତାରେ ମାଣିକପୁର ସ୍ଥିତ ଚିତ୍ରୋତ୍ପଳା ନଦୀପଠା ରେ ପୋତାଯାଇଥିବା ଶବକୁ ଆଜି ଅପରାହ୍ନରେ ଜବତ କରି ବ୍ୟବଛେଦ ପାଇଁ କଟକ ପଠାଇଛନ୍ତି। ଇତିମଧ୍ୟରେ ଥେରାପି ଚିକିତ୍ସା କେନ୍ଦ୍ର କୁ ବନ୍ଦ କରି ସମ୍ପୃକ୍ତ ମାଲିକ ଫେରାର ହୋଇଯାଇ ଥିବା ଖବର ମିଳିଛି। ମୃତ ଶିଶୁର ପରିବାର ଏହାର ଉଚ୍ଚସ୍ତରୀୟ ତଦନ୍ତସହ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.