Home ଓଡ଼ିଶା କାନ୍‌ପୁରରୁ ଆସିଲା ଶବ – ତହସିଲ୍‌ଦାର, ଡାକ୍ତର ଓ ପୋଲିସ୍ ଇନିସ୍‌ପେକ୍ଟରଙ୍କ ଉପସ୍ଥିତିରେ ଶବ ସଂସ୍କାର

କାନ୍‌ପୁରରୁ ଆସିଲା ଶବ – ତହସିଲ୍‌ଦାର, ଡାକ୍ତର ଓ ପୋଲିସ୍ ଇନିସ୍‌ପେକ୍ଟରଙ୍କ ଉପସ୍ଥିତିରେ ଶବ ସଂସ୍କାର

1387

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୧/୦୪-ସାରା ଦେଶରେ କୋଭିଡ୍‌-୧୯ର  ମୁକାବିଲା ଜରୁରୀକାଳୀନ ଭିତ୍ତିରେ ଚାଲିଥିବା ବେଳେ ରଣପୁର ଥାନା ଆମ୍ବଝର ଗ୍ରାମକୁ ଉତ୍ତରପ୍ରଦେଶ କାନ୍‌ପୁରରୁ ଭାସ୍କର ଚନ୍ଦ୍ର ବଳିୟାରସିଂ(୪୦)ଙ୍କ ଶବ ଗତ ୧୦ ତାରିଖ ରାତି ୨ଟା ସମୟରେ ଆସି ପହଁଚିଥିଲା । ଭାସ୍କର କାନ୍‌ପୁର ଏଲ୍ ଆଣ୍ଡ ଟି କମ୍ପାନୀରେ ସୁପର୍‌ଭାଇଜର ଭାବେ କାର୍ଯ୍ୟ କରୁଥିଲେ । ତେଣୁ କମ୍ପାନୀ ଗାଡିରେ ଭାସ୍କରଙ୍କ ଶବ ଆମ୍ବଝରରେ ପହଁଚିବା ପରେ ଖବର ପାଇ ସେଠାରେ ରଣପୁର ତହସିଲ୍‌ଦାର ସଂଜୟ କୁମାର ସାମନ୍ତରାୟ, ରଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମେଡିକାଲ ଅଫିସର୍ ଡ.ବୈଦ୍ୟନାଥ ନନ୍ଦ ଓ ରଣପୁର ଥାନା ଇନିସ୍‌ପେକ୍ଟର ରଶ୍ମିରଂଜନ ଦାଶ ସଦଳବଳେ ପହଁଚିଥିଲେ ।

ତାଙ୍କ ରିପୋର୍ଟ ଅନୁଯାୟୀ ସେ ନିମୋନିଆ ଜ୍ୱରରେ ମୃତ୍ୟୁବରଣ କରିଥିଲେ । ସମ୍ପ୍ରତି ପରିସ୍ଥିତିରେ ତାଙ୍କର କରୋନା ପରୀକ୍ଷଣ କରାଯାଇ ନଥିଲା । ତେଣୁ ତାଙ୍କ ଶବକୁ ପ୍ରଶାସନ ପରିବାର ଲୋକଙ୍କୁ ଛୁଆଁଇ ଦେଇ ନଥିଲା । ଯେଉଁ ୫ଜଣ ଲୋକ ଶବ ସଂସ୍କାର କରିଥିଲେ ତାଙ୍କୁ ୧୪ଦିନ ପାଇଁ କ୍ୱାରେଣ୍ଟାଇନ୍ ହଲ୍ ରେ ରଖାଯାଇଥିବା ପୋଲିସ୍‌ଠାରୁ ସୁଚନା । ମୃତକ ଭାସ୍କରଙ୍କ ପରିବାରକୁ ପ୍ରଶାସନ ଉପସ୍ଥିତିରେ ଏଲ୍‌.ଆଣ୍ଡ.ଟି କମ୍ପାନୀ ତରଫରୁ ୩୦ହଜାର ଟଙ୍କା ଆର୍ଥିକ ସହାୟତା ଦିଆଯାଇଥିବା ଜଣା ପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.