Home ଓଡ଼ିଶା ପ୍ରସୂତି ମହିଳାଙ୍କ ନିକଟରୁ ଚଞ୍ଚକତା କରି ଆଶା କର୍ମୀଙ୍କ ଟଙ୍କା ଠକେଇ

ପ୍ରସୂତି ମହିଳାଙ୍କ ନିକଟରୁ ଚଞ୍ଚକତା କରି ଆଶା କର୍ମୀଙ୍କ ଟଙ୍କା ଠକେଇ

55

ବଲାଙ୍ଗୀର, ୨୪-୧୧ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ସରକାର ଗର୍ଭବତୀ ମହିଳା ଓ ଶିଶୁଙ୍କ ନିମନ୍ତେ ବିଭିନ୍ନ ପ୍ରକାର ଯୋଜନା କାର୍ଯ୍ୟକାରୀ କରି ଚାଲିଥିବା ଓ ମାତୃ ଓ ଶିଶୁର ମୃତ୍ୟୁ ନ ହେବା ପାଇଁ ସ୍ୱତନ୍ତ୍ର ଭାବେ ଆଶା କର୍ମଚାରୀ ଭାବେ ନିଯୁକ୍ତି ପ୍ରଦାନ କରିଛନ୍ତି। ହେଲେ କଳାହାଣ୍ଡି ଜିଲ୍ଲାର ଜଣେ ପ୍ରସୂତି ମହିଳା ଗର୍ଭବତୀ ଅବସ୍ଥାରେ ତାଙ୍କ ବାପା ଘର କେଗାଁ କୁ ଯାଇ ଗତ ପ୍ରସବ ସମୟରେ ଟିଟିଲାଗଡ଼ ର ୧୪ ନମ୍ବର ୱାର୍ଡ ରେ ବିବାହ କରିଥିବା ତାଙ୍କ ସ୍ୱାମୀ ଙ୍କ ନିକଟକୁ ଚାଲି ଆସିଥିଲେ। ତାଙ୍କର ପ୍ରସବ ବେଦନା ଯୋଗୁଁ ସେ ଉକ୍ତ ୱାର୍ଡ ର ଆଶା କର୍ମୀ ଙ୍କ ସହାୟତା ରେ ଟିଟିଲାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଇଥିବା ବେଳେ ତାଙ୍କ ଅବସ୍ଥା ଗୁରୁତର ଥିବା ଓ ତାଙ୍କୁ ବଲାଙ୍ଗୀର ଜିଲ୍ଲା ମେଡିକାଲ କଲେଜ ଡାକ୍ତରଖାନାକୁ ନେଇ ଯିବାକୁ ପଡ଼ିବ ବୋଲି ତାଙ୍କ ସ୍ୱାମୀ ଓ ପରିବାର ଲୋକଙ୍କୁ କହି ଭୟଭୀତ କରିଥିଲେ। ଏପରି କି ପାଞ୍ଚ ହଜାର ଟଙ୍କା ଦେଲେ ଡାକ୍ତର ଅପରେସନ କରିବେ ନଚେତ ବଲାଙ୍ଗୀର ଯାଅ ବୋଲି କହି ସେ ପରିବାର ଲୋକଙ୍କ ନିକଟରୁ ୪୫୦୦ ଟଙ୍କା ନେଇଥିଲେ। ଉକ୍ତ ମହିଳାଙ୍କର ଅସ୍ତ୍ରୋପଚାର କରାଯାଇଥିବା ଓ ପରିବାର ଲୋକଙ୍କୁ ଡାକ୍ତରଙ୍କ ସହ ଯୋଗାଯୋଗ କରାଇ ଦିଆଯାଇ ନ ଥିବା ଅଭିଯୋଗ ହୋଇଛି। ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ସଫଳତା ର ସହ ଅସ୍ତ୍ରୋପଚାର କରିଥିବା ବେଳେ ବର୍ତ୍ତମାନ ଉଭୟ ଶିଶୁ ଓ ପ୍ରସୂତି ମହିଳା ସୁସ୍ଥ ଥିବା ଜଣାପଡିଛି। ସେମାନେ ପ୍ରସୂତି କକ୍ଷ ରେ ବେଡ଼ ନଂ-୮୦ ରେ ଥିବା ବେଳେ ଚଞ୍ଚକତା କରି ଏହି ଆଶା କର୍ମୀମାନେ ଟଙ୍କା କାରବାର ଚଳାଇ ଥିବା ପରି ଘଟଣା ବାରମ୍ବାର ଦେଖାଯାଉଛି। ଏ ଦିଗରେ ଉଚ୍ଚ ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବାକୁ ଦୃଢ଼ ଦାବି ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.