Home ଜିଲ୍ଲା ପରିକ୍ରମା ଥାନାରେ ଜଗନ୍ନାଥପ୍ରସାଦ ବାଲିଉଠାଣ ବୈଠକ ବିଫଳ

ଥାନାରେ ଜଗନ୍ନାଥପ୍ରସାଦ ବାଲିଉଠାଣ ବୈଠକ ବିଫଳ

15

ଭଦ୍ରକ, ୨୭ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ଥାନା ପରିସରରେ ଆଜି ଜଗନ୍ନାଥପ୍ରସାଦ ବାଲି ସୈରାତ ନିଲାମ ବିରୋଧି ସଙ୍ଗଠନ ଓ ପ୍ରଶାସନ ମଧ୍ୟରେ ଆଲୋଚନା ବିଫଳତାରେ ସମାପ୍ତ ହୋଇଛି । ଆଞ୍ଚଳିକ ବନ୍ୟାବିପର୍ଯ୍ୟସ୍ତ ସୁରକ୍ଷା କମିଟିର ସଦସ୍ୟ ସଞ୍ଜିବ ପରିଡା, ବରିଷ୍ଠ ନେତା ବଦ୍ରୀନାରାୟଣ ଧଳ, ଗୋଲକ ଚନ୍ଦ୍ର ବେହେରା, ରଣଜିତ ସରପଞ୍ଚ ମନୋଜ କୁମାର ନାୟକ, ଦକ୍ଷିଣବାଡ ସରପଞ୍ଚ ବିଜୟ ଶଙ୍କର ମହାନ୍ତି, ରଶ୍ମିରଞ୍ଜନ ମହାପାତ୍ର, ମଦନ ମୋହନ ଦାସ, ନାରାୟଣ ଚନ୍ଦ୍ର ବେହେରା, ବସନ୍ତ ତ୍ରିପାଠୀ, ଅକ୍ଷୟ ତ୍ରିପାଠୀ, ପ୍ରକାଶ ମହାପାତ୍ର, ପଣ୍ଡୁ ବାରିକ ପ୍ରମୁଖ ପ୍ରଶାସନ ସହ ବାଲିଉଠାଣ ସମସ୍ୟାର ସାମଧାନ ପାଇଁ ଆଲୋଚନା କରିଥିଲେ । ପ୍ରଶାସନ ପକ୍ଷରୁ ଧାମନଗର ଉପଖଣ୍ଡ ପୁଲିସ ଅଧିକାରୀ ବିଜୟକୃଷ୍ଣ ମହାପାତ୍ର, ତହସିଲଦାର କ୍ଷୀରୋଦ କୁମାର ପଣ୍ଡା, ଥାନାଧିକାରୀ ମୃତ୍ୟୁଞ୍ଜୟ ପ୍ରଧାନ ପ୍ରମୁଖ ଆଲୋଚନା କରିଥିଲେ । ହେଲେ ନିଲାମଧାରୀ ଆଲୋଚନାରେ ଅନୁପସ୍ଥିତ ଥିଲେ । ସଂପୃକ୍ତ ସୈରାତ ନିଲାମ ଦ୍ୱାରା ହେବାକୁ ଥିବା କ୍ଷୟକ୍ଷତି, ନିଲାମର ଆଇନଗତ ତୃଟିବିଚ୍ୟୁତି, ହାଇକୋର୍ଟର ଆଦେଶ, ନିଲାମ ପୂର୍ବରୁ ଜଳସମ୍ପଦ ବିଭାଗର ଚେତାବନୀ ଆଦିକୁ ପ୍ରଶାସନ କାହିଁକି ଅଣଦେଖା କରିଥିଲା ବୋଲି ବିରୋଧି କମିଟି ପକ୍ଷରୁ ପ୍ରଶ୍ନ କରାଯାଇଥିଲା । ନିଲାମ ପରେ ନିଲାମ ବାଲି ଜମିର ଚିହ୍ନଟ, ପତାକା ଲଗାଯିବା, ସୂଚନା ଫଳକ ଆଦି ସ୍ଥାପନା କରାଯାନଥିବା ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଥିଲା । ତେବେ ବାଲି ଉଠାଣ ପୂର୍ବରୁ ପ୍ରଶାସନ ଜଳସମ୍ପଦ ବିଭାଗର ଅନୁମତି ନେବା ଦରକାର ବୋଲି ସହମତି ପ୍ରକାଶ ପାଇଥିଲା । ଆଗାମୀ ଦିନରେ ଜିଲ୍ଲାପାଳଙ୍କ ସହ ଆଲୋଚନାରେ ଅଂଶଗ୍ରହଣ କରିବାକୁ ବିରୋଧି କମିଟି ପକ୍ଷରୁ ସମ୍ମତି ପ୍ରକାଶ କରାଯାଇଥିଲା ବୋଲି କମିଟି ସୂତ୍ରରୁ ପ୍ରକାଶ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.