Home ଜିଲ୍ଲା ପରିକ୍ରମା କଣ୍ଟିଘାଇ ସମସ୍ୟାର ସମାଧାନ ପାଇଁ ନବନିର୍ମାଣ କୃଷକ ସଙ୍ଗଠନର ଆନ୍ଦୋଳନ ଡାକରା

କଣ୍ଟିଘାଇ ସମସ୍ୟାର ସମାଧାନ ପାଇଁ ନବନିର୍ମାଣ କୃଷକ ସଙ୍ଗଠନର ଆନ୍ଦୋଳନ ଡାକରା

34

ଭଦ୍ରକ, ୨୭ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ କଣ୍ଟିଘାଇ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଚୁଡାନ୍ତ ଆନ୍ଦୋଳନ ଡାକରା ଦିଆଯାଇଛି । ରାଜ୍ୟ ଆବାହକ ଅକ୍ଷୟ କୁମାର ଆଜି ସଙ୍ଗଠନର ରାଜ୍ୟ ପ୍ରମୁଖ ଡାକ୍ତର କୁଳମଣୀ, ମୟୁରଭଞ୍ଜ ଜିଲ୍ଲା ପ୍ରଭାରୀ ବିଜୁ ଦାସ, ବିପ୍ଳବୀ ଦିବାକର ଦାସ, ଚକ୍ରଧର ରାଉତ, ନନ୍ଦକିଶୋର ବେଉରିଆ ପ୍ରମୁଖଙ୍କ ସହ ସରଜମିନ ଅନୁଧ୍ୟାନ କରି ରାଜ୍ୟ ସରକାର କଣ୍ଟିଘାଇ ସମସ୍ୟାର ସମାଧାନ ବଦଳରେ ପ୍ରତାରଣା କରିଥିବା ଅଭିଯୋଗ କରିଛନ୍ତି । କଣ୍ଟିଘାଇ ଉପରେ ନିର୍ମିତ କଂକ୍ରିଟ ପାଦଚଲା ଗ୍ରାମ୍ୟ ରାସ୍ତା ସଦୃଶ । ନଦୀପଠା ଠାରୁ ଅପେକ୍ଷାକୃତ ନିମ୍ନ ଉଚ୍ଚତାରେ ନିର୍ମାଣ କରାଯାଇଥିôବାରୁ ଏହି କଂକ୍ରିଟକରଣର ବନ୍ୟାଜଳ ପ୍ରତିରୋଧ କ୍ଷମତା ଆଦୌ ନାହିଁ । ପୁନଶ୍ଚ କଣ୍ଟିଘାଇର ପ୍ରସ୍ଥ ୨୭୦ ମିଟର ହୋଇଥିବା ବେଳେ ୫୨୦ ମିଟର ପ୍ରସ୍ଥରେ ବନ୍ୟାଜଳ ପ୍ରବେଶ ପ୍ରତାରଣା ବ୍ୟତୀତ ଅନ୍ୟ କିଛି ନୁହେଁ । ବନ୍ୟା ସମୟରେ ନଦୀରେ ପ୍ରବାହିତ ଜଳ ମଧ୍ୟରୁ ତିନିଚତୁର୍ଥାଂଶ ବନ୍ୟାଜଳ କଣ୍ଟିଘାଇ ମଧ୍ୟଦେଇ ପ୍ରବେଶ କରି ଚାଷଜମି ବାଲି ଚର କରିବା, ଘରଦ୍ୱାର ଭସାଇନେବା, ରାସ୍ତାଘାଟ ନଷ୍ଟ କରିବା ସହ ଫସଲ ଉଜୁଡିଯିବା ବିଭୀଷିକାର ପ୍ରତିକାର ସରକାର କେବେ କରିବେ ବୋଲି ଅକ୍ଷୟ କୁମାର ପ୍ରଶ୍ନ କରିଛନ୍ତି । କଣ୍ଟି ଏକ ଘାଇ ହୋଇଥିଲେ ବି ତାହାକୁ ଏସକେପ ବୋଲି ସରକାରୀ ନଥିପତ୍ରରେ କାହିଁକି ଦର୍ଶାଯାଇଛି ବୋଲି ଅକ୍ଷୟ କୁମାର ସିଧାସଳଖ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ । କେବଳ ଆଞ୍ଚଳିକତାବାଦ କାରଣ ଯୋଗୁଁ କଣ୍ଟିଘାଇ ସମସ୍ୟାକୁ ସମାଧାନ କରାଯାଉ ନାହିଁ ବୋଲି ସେ ଆକ୍ଷେପ କରିବା ସହ ସ୍ଥାନୀୟ ବିଧାୟକଙ୍କ ନିଷ୍କ୍ରିୟତାକୁ ମଧ୍ୟ ସମାଲୋଚନା କରିଥିଲେ । ସ୍ଥାନୀୟ ଅଞ୍ଚଳବାସୀଙ୍କ ପକ୍ଷରୁ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲରେ କରାଯାଇଥିବା ମାମଲାରେ ଅନୁପ୍ରାଣିତ ହୋଇ ଶ୍ରୀ କୁମାର ଗତ ବନ୍ୟା ବିଭୀଷିକା ପରେ କଣ୍ଟଘାଇର ସ୍ଥିତି ଓ ଏହାର ନିରାକରଣ ଦିଗ ସମ୍ପର୍କରେ ଅନୁଧ୍ୟାନ କରିବା ସହ ପ୍ରତିକାର ରୂପରେଖ ପ୍ରସ୍ତୁତ କରିଥିଲେ । ଖୁବ ଶିଘ୍ର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କଣ୍ଟିଘାଇ ସମସ୍ୟାର ସମାଧାନ ପାଇଁ ଆମରଣ ଅନସନ ସଙ୍ଗଠନ ପକ୍ଷରୁ କରାଯିବା ସହ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ଧାରଣା ଦିଆଯିବ ବୋଲି ଘୋଷଣା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.