Home ଜିଲ୍ଲା ପରିକ୍ରମା ତ୍ୟାଗଭୂମି ମହୋତ୍ସବର ୭ମ ସନ୍ଧ୍ୟା, ଗାଳ୍ପିକ ଗଦାଧର ବଳଙ୍କ ‘ମାଟିର ବାସ୍ନା’ ଲୋକାର୍ପିତ

ତ୍ୟାଗଭୂମି ମହୋତ୍ସବର ୭ମ ସନ୍ଧ୍ୟା, ଗାଳ୍ପିକ ଗଦାଧର ବଳଙ୍କ ‘ମାଟିର ବାସ୍ନା’ ଲୋକାର୍ପିତ

47

ଭଦ୍ରକ, ୭ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜନୀତିର ଅଭିଧାନରେ ସେବା, ତ୍ୟାଗ ଓ ସମର୍ପଣ ଇତ୍ୟାଦି ଶବ୍ଦ ଲୋପ ପାଇଲାଣି । ଭୋଟରମାନେ ଜଣେ ଜଣେ ଉପଭୋକ୍ତା କେବଳ । ଆଜିର ରାଜନୀତିକ ନେତୃବୃନ୍ଦ ବ୍ୟବସାୟିକ ଦୃଷ୍ଟି ନେଇ ଭୋଟବ୍ୟାଙ୍କ, ଅପରାଧିକ କାର୍ଯ୍ୟ ଓ ବାହୁବଳୀ ସୃଷ୍ଟିରେ ସର୍ବଦା ଯୋଜନା କରୁଛନ୍ତି । ଜନତାଙ୍କୁ ସର୍ବଦା ମାଗଣା ବଣ୍ଟନ ମାଧ୍ୟମରେ ନିଜର ଉପଭୋକ୍ତାବାଦୀ ମାନସିକତାରେ ବିବେଚନା କରାଯାଉଛି ବୋଲି ତ୍ୟାଗଭୂମି ମହୋତ୍ସବର ୭ମ ସନ୍ଧ୍ୟାରେ ‘ରାଜନୀତିରେ ଉପଭୋକ୍ତାବାଦୀ ମାନନିକତା’ ଶୀର୍ଷକ ଆଲୋଚନା ଚକ୍ରରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି । ଆଜିର ‘ଉତ୍କଳ କେଶରୀ’ ମଂଚରେ ତ୍ୟାଗଭୂମିର ସଭାପତି ଅଜୟ ନାୟକ ପୌରୋହିତ୍ୟ କରିଥିବାବେଳେ ମୁଖ୍ୟଅତିଥି ଭାବେ ପ୍ରଜାତନ୍ତ୍ରର ସଂପାଦକ ତଥା ବରିଷ୍ଠ ସାଂସଦ ଭର୍ତ୍ତୃହରି ମହତାବ ଯୋଗଦେଇ ବିଷୟବସ୍ତୁ ଉପରେ ନିଜର ପ୍ରାଞ୍ଜଳ ଅଭିବ୍ୟକ୍ତି ପରିପ୍ରକାଶ କରିଥିଲେ ।

ମୁଖ୍ୟବକ୍ତା ଭାବେ ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ବିଶିଷ୍ଟ କବି ହୃଷିକେଶ ମଲ୍ଲିକ ଯୋଗଦେଇ ତ୍ୟାଗର ଭୂମି ଭଦ୍ରକ ହିଁ ଭାରତୀୟ ରାଜନୀତିକୁ ସ୍ୱଚ୍ଛ ଓ ପବିତ୍ରତା ବାର୍ତ୍ତା ଦେବ କହିଥିଲେ । ବରେଣ୍ୟ ଅତିଥି ଭାବେ ସମାଜସେବୀ ଏସଏମ ଫାରୁକ, ଡାକ୍ତର ପ୍ରଦୀପ କୁମାର ନାୟକ ଓ ଅଧିବକ୍ତା ଦିବ୍ୟସିଂହ ନାୟକ ଯୋଗଦେଇ ବିଷୟଭିତ୍ତିକ ବକ୍ତବ୍ୟ ପ୍ରଦାନ କରିଥିଲେ । ସଦସ୍ୟ ରୂପକବିହାରୀ ରାୟ ମଂଚ ଆହ୍ୱାନ କରିଥିବାବେଳେ ଗାନ୍ଧି ଓଡ଼ି।। ବାଳାଶ୍ରମର ଛାତ୍ରୀମାନେ ‘ବନ୍ଦେ ଉତ୍କଳ ଜନନୀ’ ପରିବେଷଣ କରିଥିଲେ ଓ ପତ୍ରିକା ସଂପାଦକ ଅଧ୍ୟାପକ ବିଶ୍ୱରଂଜନ ଦାସ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ଗାଳ୍ପିକ ଗଦାଧର ବଳଙ୍କ ‘ମାଟିର ବାସ୍ନା’ ଗଳ୍ପପୁସ୍ତକ ଲୋକାର୍ପିତ ହୋଇଥିଲା । ଅଧ୍ୟାପକ ଡକ୍ଟର ଅଭୟ କୁମାର ଦାସ ପୁସ୍ତକର ସମୀକ୍ଷା କରିଥିବାବେଳେ ଗାଳ୍ପିକ ଶ୍ରୀ ବଳ ଲେଖକୀୟ ବକ୍ତବ୍ୟ ପ୍ରଦାନ କରିଥିଲେ । ସଦସ୍ୟ ବିଚିତ୍ରାନନ୍ଦ ମହାନ୍ତି, ସାଂସ୍କୃତିକ ସଂପାଦକ ବସନ୍ତ ମହାନ୍ତି, ସଂଗଠନ ସଂପାଦକ ସୁଧାକର ରାଉତ, ସହ ସଂପାଦକ ଗୌରାଙ୍ଗ ବାରିକ, ସଦସ୍ୟ ବାବୁଲାଲ ଦାସ, ଲକ୍ଷ୍ମୀକାନ୍ତ ବାରିକ, ଅଶୋକ କୁମାର ଦ୍ୱିବେଦୀ, ଅଶୋକ କୁମାର ମହାନ୍ତି ପ୍ରମୁଖ ଉତ୍ସବ ପରିଚାଳନା କରିଥିଲେ । ସଦସ୍ୟ ମୁସ୍ତାକ ଗହ୍ୱର ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.