Home ଜିଲ୍ଲା ପରିକ୍ରମା ତ୍ରୀସ୍ତରୀୟ ପଂଚାୟତ ନିର୍ବାଚନରେ ଆଦିବାସୀ ସଂରକ୍ଷଣ ଉଚ୍ଛେଦ ପ୍ରତିବାଦରେ ଧାରଣ

ତ୍ରୀସ୍ତରୀୟ ପଂଚାୟତ ନିର୍ବାଚନରେ ଆଦିବାସୀ ସଂରକ୍ଷଣ ଉଚ୍ଛେଦ ପ୍ରତିବାଦରେ ଧାରଣ

57

କଳାହାଣ୍ଡି, ତା.୦୧.୦୧.୨୦୨୨ ଆଗାମୀ ତ୍ରୀସ୍ତରୀୟ ପଂଚାୟତ ନିର୍ବାଚନରେ ଆଦାବାସୀ ( ଅନୁସୂଚିତ ଜନଜାତି ) ମାନଙ୍କୁ ସଂପୁର୍ଣ୍ଣ ଭାବେ ଉଚ୍ଚେଦ କରାଯାଇଥିବା ପ୍ରତିବାଦ କରି ଜିଲ୍ଲା ଆଦିସ୍କନ୍ଦ ସମାଜ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଲୟ ସମ୍ମୁଖରେ ପ୍ରତିବାଦ ଗଣ ଧାରଣା ଦିଆଯାଇଥିଲା । କଳାହାଣ୍ଡି ଜିଲ୍ଲା ଆଦିବାସୀ ସମାଜ ର ସଭାପତି ପ୍ରକାଶ ମାଝୀଙ୍କ ନେତୃତ୍ୱରେ ସମଗ୍ର ଜିଲ୍ଲାର ପ୍ରତ୍ୟେକ ବ୍ଲକ ର ଶତାଧିକ କାର୍ଯ୍ୟକର୍ତାଙ୍କ ସମେତ ଅନେକ ଆଦିବାସୀ ଏହି ଧାରଣାରେ ସାମିଲ ହୋଇ ସରକାରଙ୍କ ଦୋମୁହାଁ ନୀତି ବିରୁଦ୍ଧରେ ପ୍ରତିବାଦ କରିଛନ୍ତି । ଆଦିବାସୀମାନେ କଳାହାଣ୍ଡିର ମୂଳ ବାସିନ୍ଦା ହୋଇଥିବା ବେଳେ ଜିଲ୍ଲାର ସମସ୍ତ ବ୍ଲକ ଅଂଚଳରେ ସରପଂଚ, ସମିତି ସଭ୍ୟ ଆଦି ସମସ୍ତ ପଦପଦବୀରେ ଆଦିବାସୀମାନଙ୍କୁ ଉପେକ୍ଷା କରାଯାଇ ଥିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଆଦିବାସୀ ନେତାମାନେ ମତବ୍ୟକ୍ତ କରିଛନ୍ତି । ଏନେଇ ଜିଲ୍ଲାପାଳଙ୍କୁ ଦାବୀ ପତ୍ର ଦାଖଲ କରିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.