Home ଓଡ଼ିଶା ବିଧବା ଭତ୍ତା ଆବାସ ଯୋଜନା ରୁ ବଂଚିତ ହୋଇ ମାଟିକାନ୍ଥ ତଳେ ବିତେ ଜୀବନ

ବିଧବା ଭତ୍ତା ଆବାସ ଯୋଜନା ରୁ ବଂଚିତ ହୋଇ ମାଟିକାନ୍ଥ ତଳେ ବିତେ ଜୀବନ

140

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୧/୦୧- ସରକାର ମାଟିକାନ୍ଥ କଚ୍ଚାଘରେ କାହାକୁ ରହିବାକୁ ଦିଆଜୀବ ନାହିଁ ଓ ସମସ୍ତ ପରିବାରର  ମଙ୍ଗଳ ପାଇଁ ପରିବାର ମଙ୍ଗଳ ଯୋଜନା ଠାରୁ ଆରମ୍ଭକରି ଆବାସ ଯୋଜନା ପର୍ଯ୍ୟନ୍ତ ବିଭିନ୍ନ ଯୋଜନା କରିଛନ୍ତି । କିନ୍ତୁ ଯୋଜନାରେ କେଉଁଠି ଘଳିଆବାଟ ରହୁଛି କେଜାଣି ଧନୀ ଲୋକମାନେ ଙ୍କ ନିକଟରେ ଯୋଜନା ପହଞ୍ଚୁଛି  କିନ୍ତୁ ପ୍ରକୃତ ହିତାଧିକାରୀ ଙ୍କ ପାଇଁ ଯୋଜନା ଅପହଂଚ । ଯାହାଫଳରେ ବିପଦଶଙ୍କୁଳ ମାଟିକାନ୍ଥ କଚ୍ଚାଘରେ ରହୁଛନ୍ତି ପରିବାର । ସେଭଳି ଦେଖିବାକୁ ମିଳିଛି ରଣପୁର ବିଜ୍ଞାପିତ ଅଂଚଳ ପରିଷଦ ୧୦ ନଂ ୱାର୍ଡରେ । ୧୦ ନଂ ୱାର୍ଡର  ୰ ବିପିନ କୁମାର ପରିଡା ଙ୍କ ସ୍ତ୍ରୀ ସ୍ୱର୍ଣ୍ଣଲତା ପ୍ରଧାନ ୩ଟି ଛୋଟ ଝିଅ ଓ ଗୋଟିଏ ଶିଶୁ ପୁତ୍ରକୁ ଧରି ବିପଦଶଙ୍କୁଳ ଅବସ୍ଥାରେ ଜୀବନ ବିତାଉଛନ୍ତି ।

ପରିବାର ମଙ୍ଗଳ ଯୋଜନା ସହାୟତା ଓ ଆବାସ ଯୋଜନା ପାଇଁ ରଣପୁର ବିଜ୍ଞାପିତ ଅଂଚଳ ପରିଷଦ କାର୍ଯ୍ୟାଳୟ କୁ ଦଉଡି ଦଉଡି ହତାଶ । କେବଳ ପ୍ରତିଶୃତି ପରେ ମିଳୁଛି ପ୍ରତିଶୃତି । ଏ ସର୍ମ୍ପକେ ରଣପୁର ବିଜ୍ଞାପିତ ଅଂଚଳ ପରିଷଦ ପୁର୍ବତନ ଅଧ୍ୟକ୍ଷା  ସବିତା ଦାସ ଙ୍କୁ ଯୋଗାଯୋଗ କରିବାରେ କୁହନ୍ତି ସ୍ୱର୍ଣ୍ଣଲତା ପ୍ରଧାନ ଜଣେ ପ୍ରକୃତ ହିତାଧିକାରିଣୀ । ସେ ବିଧବା ଭତ୍ତା ଓ ଆବାସ ଯୋଜନା ପାଇବା ପାଇଁ ଯୋଗ୍ୟ । ରଣପୁର ବିଜ୍ଞାପିତ ଅଂଚଳ ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ତାପସ ବିଶି ଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି ସ୍ୱର୍ଣ୍ଣଲତା ଙ୍କ ନାମ ଆବାସ ଯୋଜନା ପାଇଁ ପଠାଯାଇଥିଲା । ଦେଖିବାକୁ ପଡିବ କାହିଁକି ତାଲିକାରେ ତାଙ୍କ ନାମ ଆସିନାହିଁ । ପରିବାର ମଙ୍ଗଳ ଯୋଜନା ସହାୟତା ଓ ବିଧବା ଭତ୍ତା ଖୁବ୍‌ଶୀଘ୍ର ପ୍ରଦାନ କରାଯିବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.