Home Top News ତୈଳ ଦର ବୃଦ୍ଧିକୁ ନେଇ ଉର୍ମିଲା ମାତୋଣ୍ଡକର କହିଲେ – “ଅକ୍କଡ-ବକ୍କଡ ବମ୍ବେ ବୋ, ଡିଜେଲ...

ତୈଳ ଦର ବୃଦ୍ଧିକୁ ନେଇ ଉର୍ମିଲା ମାତୋଣ୍ଡକର କହିଲେ – “ଅକ୍କଡ-ବକ୍କଡ ବମ୍ବେ ବୋ, ଡିଜେଲ ନବେ ପେଟ୍ରୋଲ ଶୋ…”

66

ନୂଆ ଦିଲ୍ଲୀ ୧୯-୨ (ଓଡ଼ିଆ ପୁଅ) ଦେଶରେ ପେଟ୍ରୋଲ ଏବଂ ଡିଜେଲର ଦର ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଦେଶର ଅନେକ ସ୍ଥାନରେ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୯୦ ଟଙ୍କା ଅତିକ୍ରମ କରିଥିବାବେଳେ କେତେକ ସ୍ଥାନରେ ୧୦୦ ପାର କରିଛି। ଡିଜେଲ ଲିଟର ପିଛା ୯୦ ଟଙ୍କାକୁ ବୃଦ୍ଧି ପାଇଛି। ମୂଲ୍ୟ ବୃଦ୍ଧି ଲୋକଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି। ସୋସିଆଲ ମିଡିଆରେ ମୂଲ୍ୟ ବୃଦ୍ଧି ଉପରେ ଲୋକମାନେ ବିଭିନ୍ନ ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି। ଏଥି ସହିତ ବର୍ତ୍ତମାନ ଅଭିନେତ୍ରୀ ଉର୍ମିଲା ମାଟୋଣ୍ଡକର ମଧ୍ୟ ଏହାର ପ୍ରତିକ୍ରିୟା ଦେଇଛନ୍ତି। ଉର୍ମିଲା ଟ୍ୱିଟ କରି ସରକାରଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି।
ଉର୍ମିଲା ତାଙ୍କ ଟ୍ୱିଟ୍‌ରେ ଲେଖିଠନ୍ତିଯେ,

“ଅକ୍କଡ-ବକ୍କଡ ବମ୍ବେ ବୋ
ଡିଜେଲ ନବେ ପେଟ୍ରୋଲ ଶୋ
ଶୋ ମେ ଲଗା ଧାଗା
ସିଲିଣ୍ଡର ଉଚ୍ଛଲକେ ଭାଗା”

ସୋସିଆଲ ମିଡିଆରେ ସକ୍ରିୟ ଥିବା ଲୋକଙ୍କ ମଧ୍ୟରେ ଉର୍ମିଲା ଅଛନ୍ତି। ଦେଶରେ ଘଟୁଥିବା ଘଟଣା ଏବଂ ବଡ ପ୍ରସଙ୍ଗ ଉପରେ ସେ କ୍ରମାଗତ ଭାବରେ ନିଜର ପ୍ରତିକ୍ରିୟା ବାଣ୍ଟୁଛନ୍ତି।

ସୂଚନାଯୋଗ୍ୟଯେ, ଉର୍ମିଲା ଲୋକସଭା ନିର୍ବାଚନ ୨୦୧୯ ରେ କଂଗ୍ରେସ ଦଳରେ ଯୋଗ ଦେଇଥିଲେ। ମାତ୍ର ମାତ୍ର ପାଞ୍ଚ ମାସ ମଧ୍ୟରେ ସେ ଇସ୍ତଫା ଦେଇ ରାଜନୀତିରୁ ଦୂରେଇ ଯାଇଥିଲେ। କଂଗ୍ରେସ ତାଙ୍କୁ ବ୍ୟବହାର କରୁଛି ବୋଲି ସେ କହିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.