Home ଓଡ଼ିଶା ତୈଳ ଦରବୃଦ୍ଧିରେ ଗର୍ଜିଲା କଂଗ୍ରସ,ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ସ୍ମାରକପତ୍ର

ତୈଳ ଦରବୃଦ୍ଧିରେ ଗର୍ଜିଲା କଂଗ୍ରସ,ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ସ୍ମାରକପତ୍ର

109

ମାଲକାନଗିରି,୩୦ା୬ (ଓଡିଆ ପୁଅ ) ମହାମାରି କରୋନା ଭୟରେ ସମଗ୍ର ବିଶ୍ୱବାସୀ ଆତଙ୍କିତ ହୋଇ ପଡିଥିବା ବେଳେ ହୁ ହୁ ହୋଇ ବଢିଚାଲିଥିବା ପେଟ୍ରୋଲ ଓ ଡିଜେଲ ଦରବୃଦ୍ଧି ପ୍ରତିବାଦରେ ଆଜି ଜିଲ୍ଲାକଂଗ୍ରେସ ଦଳ ରାଜ ରାସ୍ତାକୁ ଓହ୍ଲାଇ ଆନ୍ଦୋଳନ ଆରମ୍ଭରକରିଛି । ଏହି କ୍ରମରେ ଆଜି ଜିଲ୍ଲାକଂଗ୍ରେସ ଦଳ କାର୍ଯ୍ୟାଳୟ ପରିସରରୁ ଜିଲ୍ଲା ସଭାପତି ଗୋବିନ୍ଦ ପାତ୍ର ଙ୍କ ନେତୃତ୍ୱରେ କଂଗ୍ରେସ ନେତା ଓ କର୍ମୀମାନେ ଲକଡାଉନ ନିୟମ ମାନି ମାସ୍କ ପରିଧାନ ସହ ସାମାଜିକ ଦୂରତା ରକ୍ଷାକରି ଏକସୋଭା ଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଁଚି ସେଠାରେ ବିକ୍ଷୋଭ ପ୍ରଦର୍ଶନ କରି କିଛି ସମୟ ଧାରଣାରେ ବସିଥିଲେ । କୋଭିଡ ଲକଡାଉନ ଯୋଗୁ ଲୋକଙ୍କ ରୋଜଗାର ପନ୍ଥାବନ୍ଦ ହୋଇ ଯାଇଥିବା ବେଳେ ତୈଳଦର ବଦ୍ଧି ଲୋକଙ୍କ ଦୁର୍ଦ୍ଦଶାକୁ ବଢାଇ ଦେବାସହ ବୋଝଉପରେ ନଳିତା ବିଡା ସଦୃଶ୍ୟ ହୋଇଛି ।  କେନ୍ଦ୍ର ସରକାରଙ୍କୁ କଟୁ ସମାଲୋଚନା ସହ ଏହି ବିଚିତ୍ର ନିୟମକୁ ବିରୋଧ କରି ବୃଦ୍ଧି ହୋଇଥିବା ତୈଳଦରକୁ ତୁରନ୍ତ ହ୍ରାସକରିବା ଓ ଟିକସ ଛାଡ କମାଇବା ପାଇଁ ଦାବିକରି ଏକ ସ୍ମାରକପତ୍ର ଜିଲ୍ଲାପାଳ ଙ୍କ ଜରିଆରେ କଂଗ୍ରସ ଦଳ ପକ୍ଷରୁ ମାନ୍ୟବର ରାଷ୍ଟ୍ରପତି ଙ୍କ ଉଦେଶ୍ୟରେ ପ୍ରଦାନ କରାଯାଇଥିଲା । ଏହି ସୋଭାଯାତ୍ରା ଓ ବିକ୍ଷୋଭରେ ଅନ୍ୟାନ ମାନଙ୍କ ମଧ୍ୟରେ ଜିଲ୍ଲାକଂଗ୍ରେସ କାର୍ଯ୍ୟକାରୀ ସଭାପତି ରାମପ୍ରସାଦ ପଟନାୟକ,ମାଲା ମାଢି,ଲକ୍ଷ୍ମୀପ୍ରିୟା ନାୟକ,କମଳାବରାଳ,ଜି.ଶ୍ରୀନିବାସ ରାଓ,ପର୍ଶୁରାମଭକ୍ତ,ଲକ୍ଷମୀ କାନ୍ତ ମହାରଣା, ପଦ୍ମପାଙ୍ଗି, ପେଣ୍ଡ୍ରାପଣ୍ଡା, ପି.କେଶୁରାଓ, ପ୍ରଭାକର ପାଳ,ଛବିଦାସ ପ୍ରମୁଖ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ । ପୁଲିସ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.