Home କୋରାପୁଟ ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଭିଜିଲାନସ ସଚେତନତା ସପ୍ତାହ ଉଦଯାପିତ

ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଭିଜିଲାନସ ସଚେତନତା ସପ୍ତାହ ଉଦଯାପିତ

49

କୋରାପୁଟ ୦୧-୧୧(ଓଡିଆ ପୁଅ /ରଂଜନ ଦାସ)ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଭିଜିଲାନସ ସଚେତନତା ସପ୍ତାହ ଉଦଯାପିତ ହୋଇଯାଇଛି ।ଏହି ଅବସରରେ  ସ୍ୱାଧିନ ଭାରତ ୭୫ ବର୍ଷ ;ଅଖଣ୍ଡତା ସହିତ ଆତ୍ମନିର୍ଭରଶୀଳତା  ଶୀର୍ଷକ ଅନଲାଇନ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି  ା ବିଶ୍ୱବିଦ୍ୟାଳୟର ଭାରପ୍ରାପ୍ତ କୁଳପତି ପ୍ରଫେସର ଶରତ କୁମାର ପଳିତା କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିବା ସହିତ ଅନଲାଇନ ଆଲୋଚନା ଚକ୍ରକୁ ଉଦଘାଟନ କରିଥିଲେ ।ଦୁର୍ନୀତି ବିରୋଧରେ ସମସ୍ତଙ୍କୁ ସଜାଗ ରହିବାକୁ ଅହ୍ୱାନ ଦେଇଥିଲେ ।ଭାରତ ଏକ ଜ୍ଞାନ ଶକ୍ତି, ଅର୍ଥନୈତିକ ଶକ୍ତି ହେବା ପାଇଁ ସମସ୍ତଙ୍କ ଭିତରେ ମନ ପରିବର୍ତନ ହେବା ଆବଶ୍ୟକ ଏବଂ ସମୟ ସହିତ ଦୂର୍ନୀତି ସ୍ତର ହ୍ରାସ ପାଇବା ଆବଶ୍ୟକ ବୋଲି ପ୍ରକାଶ କରିଥିଲେ ।ଏହା ସେତିକି ବେଳେ ସମ୍ଭବ ହେବ ଯେତେବେଳେ ଆମ ମାନସିକତା ପରିବର୍ତନ ହେବ ବୋଲି ସେ ପ୍ରକାଶ କରିଥିଲେ ।ଆଭ୍ୟନ୍ତରୀଣ ସତର୍କତା ହେଉଛି ସ୍ୱାଧିନତାର ମୁଲ୍ୟ ।ସଚ୍ଚୋଟତା ସହିତ ଆତ୍ମନିର୍ଭରଶୀଳତା ନାଗରିକମାନଙ୍କୁ ସଜାଗ କରିପାରେ ଏବଂ ସରକାରଙ୍କ ବାର୍ତା  ସବକା ସାଥ ,ସବକା ବିକାଶର ସ୍ଲୋଗାନ ସହିତ  ଭାରତର  ଭବିଷ୍ୟତକୁ ତିଆରି କରିବାକୁ ସ୍ୱଛତା ଆବଶ୍ୟକତା ଉପରେ ବିଶ୍ୱବିଦ୍ୟାଳୟର ସାମ୍ବାଦିକ ଓ ଗଣ ଯୋଗାଯୋଗ ବିଭାଗର ପ୍ରଫେସର ତଥା ସ୍ୱଛ ଭାରତ ମିଶନ ଏବଂ ଭାରତର ନିର୍ବାଚନ ଆୟୋଗର ପୂର୍ବତନ  ମହାନିର୍ଦ୍ଦେଶକ ପ୍ରଫେସର ଅକ୍ଷୟ ରାଉତ ଗୁରୁତ୍ୱାରୋପ କରିଥିଲେ ।ସେ ଶ୍ୱେତ ଦୁର୍ନୀତି ,ସମ୍ବାଦ ଦୁର୍ନୀତି ଏବଂ ରାଜନୈତିକ ଦୁର୍ନୀତି ସମେତ ଆମ ଦେଶର ଦୁର୍ନୀତିର କିଛି ଜୀବନ୍ତ ଉଦାହରଣ ଆଲୋକପାତ କରିଥିଲେ ।କୋରାପୁଟ ଭିଜିଲାନସ ଡିଭିଜନର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁରେନ୍ଦ୍ର ନାଥ ପାଣିଗ୍ରାହୀ ଯୋଗଦେଇ ଦୂର୍ନୀତି ବିରୋଧରେ ଲଢିବା ପାଇଁ ସଚ୍ଚୋଟତା ସହିତ ଆତ୍ମନିର୍ଭରଶୀଳତା ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ବୋଲି ପ୍ରକାଶ କରିଥିଲେ । ଛାତ୍ରଛାତ୍ରୀ କଲ୍ୟାଣର ଭାରପ୍ରାପ୍ତ ଡିନ ତଥା ଶିକ୍ଷା ବିଭାଗର ଭାରପ୍ରାପ୍ତ ମୁଖ୍ୟ ଡ.ରମେନ୍ଦ୍ର କୁମାର ପାଢୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ।ଭିଜିଲାନସ ସଚେତନତା ସପ୍ତାହ ଅବସରରେ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରବନ୍ଧ ପ୍ରତିଯୋଗିତା ଆୟøାଜନ କରାଯାଇଥିଲା । ଏହି ପ୍ରତିଯୋଗିତାକୁ ଛାତ୍ରଛାତ୍ରୀ କଲ୍ୟାଣର ଭାରପ୍ରାପ୍ତ ଡିନ ତଥା ଶିକ୍ଷା ବିଭାଗର ଭାରପ୍ରାପ୍ତ ମୁଖ୍ୟ ଡ. ପାଢୀ ସମନ୍ନୟ କରିଥିଲେ ।ଏହି କାର୍ଯ୍ୟକ୍ରମକୁ ବିଶ୍ୱବିଦ୍ୟାଳୟର ଲୋକ ସଂପର୍କ ଅଧିକାରୀ ଡ.ଫଗୁନାଥ ଭୋଇ ସଂଯୋଜନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ,ଅଧ୍ୟାପକ ,ଅଧ୍ୟାପିକା,ଅଧିକାରୀ ଏବଂ ଅଣଶିକ୍ଷକ କର୍ମଚାରୀମାନେ ଭର୍ଚୁଆଲ ମୋଡରେ ଅଂଶଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.