Home ଓଡ଼ିଶା ଅଧା ଆଲୁଅ ଅଧା ଅନ୍ଧାର ରଣପୁର ଏନ.ଏ.ସି. ର ବିଚିତ୍ର କାରବାର

ଅଧା ଆଲୁଅ ଅଧା ଅନ୍ଧାର ରଣପୁର ଏନ.ଏ.ସି. ର ବିଚିତ୍ର କାରବାର

79

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୧/୦୬- ନୟାଗଡ ଜିଲ୍ଲା ରଣପୁର ବିଜ୍ଞାପିତ ଅଂଚଳ ପରିଷଦ ର ରାସ୍ତା ଗୁଡିକୁ ଆଲୋକୀକରଣ କରିବା ପାଇଁ ସବୁଜ ପଡିଆ ଆଲୋକୀକରଣ ଯୋଜନା ରେ ସାମିଲ୍ କରାଯାଇ କାର୍ଯ୍ୟ ଆରମ୍ଭ କରାଗଲା । ତଳ ମଣିନାଗ ଠାରୁ ଉପର ମଣିନାଗ ପର୍ଯ୍ୟନ୍ତ ୧୭୬ ଗୋଟି ବିିଦ୍ୟୁତ୍ ଖୁଣ୍ଟରେ ଏକ କୋଟିରୁ ଉର୍ଦ୍ଧ ଟଙ୍କା ବ୍ୟୟ ବିନିମୟ ରେ ଆଲୋକୀକରଣ କରାଗଲା । ଯାହାକୁ ରଣପୁର ବିଧାୟକ ତଥା ନୟାଗଡ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ସତ୍ୟ ନାରାୟଣ ପ୍ରଧାନ ଉଦଘାଟନ କରିଥିଲେ । ଯାହାଫଳ ରେ ରଣପୁର ବାସୀଙ୍କ ମନରେ ଆନନ୍ଦ ଲହରି ଖେଳି ଯାଇଥିଲା । ଉପର ମଣିନାଗ ଏକ ପର୍ଯ୍ୟଟନ ସ୍ଥଳି କିନ୍ତୁ ବିଧାୟକ ଙ୍କ ଉଦଘାଟନ ର ଦୁଇ ଦିନ ପରେ ଅଧା ଆଲୋକ ଅଧା ଅନ୍ଧାର ହୋଇଯାଇଛି । ଯାହାକୁ ନେଇ ରଣପୁର ବାସୀ ଦୁଃଖ ଅନୁଭବ କରୁଥିବା ଜଣାପଡିଛି । ଏ ସମ୍ପକେ ରଣପୁର ବିଦ୍ୟୁତ ବିଭାଗ ପରିଚାଳନା ମ୍ୟାନେଜର ବିକାଶ କୁମାର ସେନାପତି ଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି ଯେ ତଳ ମଣିନାଗ ରୁ ଉପର ମଣିନାଗ ବିଦ୍ୟୁତୀକରଣ ରେ ବୈଷୟିକ ତୃଟି ରହିଛି । ତେଣୁ ସମସ୍ତ ଖୁଣ୍ଟରେ ବିଦ୍ୟୁତ ଜଳିବା ପାଇଁ ଭୋଲଟେଜ ପାଉନାହିଁ । ଗୋଟିଏ ସିଙ୍ଗ୍‌ଲ ଫେଜ୍ ରେ ଏତେ ଦୂର ବିଦ୍ୟୁତ ଆଲୋକ ଜଳିବା ସମ୍ଭବ ହେଉନାହିଁ । ତେଣୁ ଆମ୍ଭେ ମାତ୍ର ୮୪ ଗୋଟି ବିଦ୍ୟୁତ ଖୁଣ୍ଟ କୁ ବିଦ୍ୟୁତ ସଂଯୋଗୀକରଣ କରିଅଛୁ । ଯାହାଫଳରେ ଅଧା ଆଲୁଅ ଅଧା ଅନ୍ଧାର ରହୁଛି ।

ନୟାଗଡ ଜିଲ୍ଲାପାଳଙ୍କ ଚିଠି ପରେ ଆମ୍ଭେ ମଣିନାଗ ରାସ୍ତା ରେ ୩୩ କେଭି ଲାଇନ ନେବା ପାଇଁ ଓ ଟ୍ରାସର୍ଫମର ବସାଇବା ପାଇଁ ୫୩ ଲକ୍ଷ ଟଙ୍କାର ବ୍ୟୟ ଅଟକଳ ପଠାଇ ଅଛୁ । ଅନୁଦାନ ଆସିଲେ କାର୍ଯ୍ୟ କରାଯିବ । ଏ ସର୍ମ୍ପକେ ରଣପୁର ବିଜ୍ଞାପିତ ଅଂଚଳ ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ତାପସ ବିସି ଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି ଠିକାଦାର କାର୍ଯ୍ୟ କରିସାରିବା ପରେ ଆମକୁ ହସ୍ତାନ୍ତର କରିଥିଲେ । କିନ୍ତୁ ଦୁଇଦିନ ପରେ ବ୍ୟତିକ୍ରମ ଦେଖାଦେଇଛି । ଏ ସର୍ମ୍ପକେ ନୟାଗଡ ଜିଲ୍ଲା ପ୍ରକଳ୍ପ ନିର୍ଦେଶକ ରାୟ ବାବୁ ଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି ତଳ ମଣିନାଗ ରୁ ଉପର ମଣିନାଗ ବିଦ୍ୟୁତୀକରଣ ସହ ରାସ୍ତା ଓ ସୁରକ୍ଷା ପ୍ରାଚୀର ଆଦି ୫ ଗୋଟି ଉନ୍ନତି ମୂଳକ କାର୍ଯ୍ୟପାଇଁ ପ୍ରସ୍ତାବ ଆସିଅଛି । ଖୁବଶିଘ୍ର ଏସବୁ କରାଯିବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.