Home ଓଡ଼ିଶା ତୃତୀୟ ପର୍ଯ୍ୟାୟ ଲକଡାଉନର ପ୍ରଥମ ଦିନରେ ସହର ବେଶ ଚଳଚଂଚଳ

ତୃତୀୟ ପର୍ଯ୍ୟାୟ ଲକଡାଉନର ପ୍ରଥମ ଦିନରେ ସହର ବେଶ ଚଳଚଂଚଳ

75

 

ପୁରୀ, ୪/୫ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ଦେଶରେ ଜାରି ହୋଇଥିବା ଲକଡାଉନର ତୃତୀୟ ପର୍ଯ୍ୟାୟର ପୁରୀ ଗ୍ରୀନ ଜୋନରେ ଥିବାରୁ ଆଜି ସହର ସକାଳୁ ସକାଳୁ ବେଶ ଚଳଚଂଚଳ ହୋଇଉଠିଛି। ସହରରେ ଥିବା ବିଭିନ୍ନ ମଲ, ଗାଡି ସୋ ରୁମ୍‌, ହୋଟେଲ, ଲଜିଂ, ରେଷ୍ଟୁରାଂଟ, ସ୍ପା, ମାର୍କେଟ କମ୍ପେଲକ୍ସ, ବିୟୁଟି ପାର୍ଲର ବନ୍ଦ ରହିଥିବା ବେଳେ ଅନ୍ୟ ଦୋକାନଗୁଡିକ ଖୋଲିଥିବା ଦେଖାଯାଇଥିଲା। ଲୁଗାଦୋକାନ, ଟେନ୍ସନାରୀ ପ୍ରଭୃତି ଦୋକାନ ଗୁଡିକ ଦୀର୍ଘ ୪୦ଦିନ ଧରି ବନ୍ଦ ରହିଥିବା ଯୋଗୁଁ ଉକ୍ତ ଦୋକାନଗୁଡିକରେ ଆଜି ଗ୍ରାହକମାନଙ୍କର ଭିଡ ଲାଗିଥିବା ଦେଖାଯାଇଥିଲା। ସରକାରଙ୍କ ନିୟମାନୁଯାୟୀ ବ୍ୟବସାୟ ପ୍ରତିଷ୍ଠାନ ଗୁଡିକରେ ସାମାଜିକ ଦୂରତା, ଦୋକାନ ମାଲିକ, କର୍ମଚାରୀ ଓ ହିତାଧିକାରୀମାନେ ମାକ୍ସ ପିନ୍ଧିବା ପାଇଁ କଡା ନିୟମ ରହିଥିଲେ ମଧ୍ୟ କେତେକ ଯାଗାରେ ସାମାଜିକ ଦୂରତାକୁ ଉଲ୍ଲଘଂନ କରୁଥିବା ପରିଲକ୍ଷିତ ହୋଇଥିଲା। ପୁରୀସହର ବା ବୁରୀ ଜିଲ୍ଲାରେ କରୋନାର କୌଣସି ଛାପ ନଥିବା ଯୋଗୁଁ ଏହି ଜିଲ୍ଲାକୁ ଗ୍ରୀନ ଜୋନ୍‌ରେ ରାଜ୍ୟ ଓ କେନ୍ଦ୍ର ସରକାର ରଖିଛନ୍ତି। ଜଗନ୍ନାଥଙ୍କର ଆଶିର୍ବାଦରୁ ପିପିଲିର ଦାନଗୋହିରି ଗ୍ରାମରେ ଜଣେ କରୋନା ପଜେଟିଭ୍ ‌ଚିହ୍ନଟ ହେବା ପରେ ସଙ୍ଗେ ସଙ୍ଗେ ଉକ୍ତ ଗ୍ରାମକୁ ବିଶୋଧନ କରିବା ସହ ତାଙ୍କର ଚିକିତ୍ସା କରାଯାଇଥିଲା। କିଛିଦିନ ଚିକିତ୍ସାଧିନ ରହିବା ପରେ ସେ ସଂପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ସହରରେ ଥିବା ସମସ୍ତ ଠିପିବନ୍ଦ ବିଦେଶୀ ମଦ ଦୋକାନ ଓ ବାରଗୁଡିକ ମଧ୍ୟ ଖୋଲିନଥିବା ଦେଖାଯାଇଛି। ସହର ଗ୍ରୀନ ଜୋନରେ ଥିବାରୁ ଆଜି ପୁଲିସ ପ୍ରଶାସନ ପକ୍ଷରୁ ବଡଦାଣ୍ଡକ୍‌ୁ ସଂଯୋଗ କରୁଥିବା ରାସ୍ତାଗୁଡିକରୁ ବ୍ୟାରିକେଡ କାଢି ନିଆଯାଇଛି। ସକାଳ ୭ଟା ଠାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଲୋକମାନେ ଚଳପ୍ରଚଳ କରିବା ନିୟମ ରହିଛି। ସେହି ଅନୁଯାୟୀ ସନ୍ଧ୍ୟା ପୂର୍ବରୁ ସହରରେ ପୁଲିସ ପେଟ୍ରୋଲିଂକୁ କଡାକଡି କରି ଦିଆଯାଇଛି। ଆଜି ସହରରୁ ମଧ୍ୟ କୌଣସି ସରକାରୀ କିମ୍ବା ଘରୋଇ ବସ ଚଳାଚଳ କରିନଥିବା କିମ୍ବା ସହର ମଧ୍ୟକୁ କୌଣସି ବସ ଆସିନଥିବା ମଧ୍ୟ ପ୍ରକାଶ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.