Home Coronavirus Outbreak ଋଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ, ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ନିଷ୍ପତି

ଋଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ, ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ନିଷ୍ପତି

136

ପୁରୀ, ୪/୫ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) :- ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ନିଷ୍ପତି ନିଆଯାଇଛି। ଏ ସଂପର୍କରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ସୂଚନା ଦେଇଚନ୍ତି। ନିଷ୍ପତି ସଂପର୍କରେ ରାଜ୍ୟ ସରକାରଙ୍କୁ ଜଣାଇ ଦିଆଯାଇଛି। ପୁରୀଜିଲ୍ଲା ଏବେ ଗ୍ରୀନ ଜୋନରେ ରହିଛି। କେନ୍ଦ୍ର ସରକାରଙ୍କ କୋଭିଡ ଗାଇଡଲାଇନ ଅନୁଯାୟୀ ସମସ୍ତ ନିର୍ମାଣ କାର୍ଯ୍ୟ ଚାଲୁ ରହିବ। ରଥ ନିର୍ମାଣ କାର୍ଯ୍ୟ ଧାର୍ମିକ ଉତ୍ସବ ନୁହେଁ। ଅକ୍ଷୟତୃତୀୟା ଓ ରଥ ନିର୍ମାଣ ଅନୁକୂଳ ଏବଂ ପ୍ରତିଷ୍ଠା ଧାର୍ମିକ କାର୍ଯ୍ୟ ବୋଲି ଗଜପତି କହିଥିଲେ। ଖୁବ ଶୀଘ୍ର ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ରଥ ଖଳାରେ ବିଶ୍ୱକର୍ମା ମହାରଣା, ଭୋଇ ସେବାୟତ, ଚିତ୍ରକର ସେବାୟତ ସାମାଜିକ ଦୂରତା ରଖିବା ସହ ମାକ୍ସ ପିନ୍ଧିବା ପାଇଁ ପରାମର୍ଶ ଦିଆଯିବ। ରଥଖଳାକୁ ଦେଢଗୁଣା ବଢାଇ ଦିଆଯାଇଛି। ପ୍ରତ୍ୟେକ ଦିନ ସଂପୃକ୍ତ ନିର୍ମାଣ କାରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ। ସୋବାର ୍ରପରାହ୍ନରେ ଆପଦକାଳୀନ କାର୍ଯ୍ୟାଳୟ ସମ୍ମି, ଳନୀ କକ୍ଷରେ ଭିଡିଓ କନଫରେନ୍ସି ଜରିଆରେ ଶ୍ରୀମନ୍ଦିର ପରିଚାଳନା କମିଟି ଅନୁଷ୍ଠିତ ହୋଇଥିଲା। ପୁରୀରେ ଜିଲ୍ଲାପାଳ ବଲବନ୍ତ ସିଂ, ଏସପି ଉମାଶଙ୍କର ଦାଶ, ପରିଚାଳନା କମିଟିର ସଦସ୍ୟ ଉପସ୍ଥିତ ରହିଥିବାବେଳେ ଭରବଙ୍କନଶ୍ୱରଠାରେ ଭିଡିଓ କନଫରେନ୍ସିରେ ଗଜପତି ମହାରାଜା ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କିଶନ କୁମାର ଉପସ୍ଥିତ ରହିଥିଲେ। ଏ ସଂପର୍କରେ ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟ ତଥା ଦଇତାପତି ରାମଚନ୍ଦ୍ର ଦାସ ମହାପାତ୍ର କୁହନ୍ତି ଲକ୍ଷ ଲକ୍ଷ ଜଗନ୍ନାଥ ପ୍ରେମୀ ରଥଯାତ୍ରା ଓ ରଥ ନିର୍ମାଣକୁ ଚାହିଁବସିଥିଲେ। ଜଗନ୍ନାଥଙ୍କ ଇଛାରେ ରଥଯାତ୍ରା ଅନୁଷ୍ଠିତ ହେବବୋଲି ସେ ଆଶା ପ୍ରକଟ କରିଥିଲେ। ରଥ ନିର୍ମାଣ କାର୍ଯ୍ୟ ୯ଦିନ ବିଳମ୍ବ ହୋଇଥିବାରୁ ଏହି ବିଳମ୍ବକୁ କିପରି ସମାଧାନ କରାଯିବ ସେ ସଂପର୍କରେ ଶ୍ରୀମନ୍ଦିର ନୀତି ପ୍ରଶାସକ, ବିଶ୍ୱକର୍ମା ମହାରଣାଙ୍କ ସହ ଆଲୋଚନା କରି ନିଷ୍ପତି ନେବେ। ଆଜିର ବୈଠକରେ କେବଳ ରଥ ନିର୍ମାଣକୁ ନେଇ ବଶେଷଭାବେ ଆଲୋଚନା ହୋଇଥିଲା। କୋଭିଡ ଲକଡାଉନ ଚଳିତମାସ ୧୭ ତାରିଖ ପର୍ଯ୍ୟନ୍ତ ରହିଥିବାରୁ ୧୭ ତାରିଖ ପରେ ପରିଚାଳନା କମିଟିର ବୈଠକ ବସି ରଥଯାତ୍ରା, ସ୍ନାନପୂର୍ଣ୍ଣିମା ଓ ନୀତି ନିର୍ଘଂଟ ସଂପର୍କରେ ଚୂଡାନ୍ତ ନିଷ୍ପତି ନିଆଯିବ ବୋଲି ସୂଚନା ମିଳିଛି। ରଥଖଳାକୁ ସଂପୂର୍ଣ୍ଣ ସିଲ କରାଯିବା ସହ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ। ରାଜ୍ୟ ସରକାର କୋଭିଡ ମହାମାରୀର ଆଗାମୀ ସ୍ଥିତିକୁ ଦୃଷ୍ଟିରେ ରଖି ରଥଯାତ୍ରା ସଂପର୍କରେ ନିଷ୍ପତି ନେଇପାରିବେ। ଅନ୍ୟ ପକ୍ଷମ୍ରେଥ ନିର୍ମାଣ ବିଳମ୍ବକୁ ନେଇ ବିଶ୍ୱକର୍ମା ମହାରଣାମାନେ କିପରି ରଥ ନିର୍ମାଣ ହେବ ସେ ସଂପର୍କରେ ଚିନ୍ତା ପ୍ରକଟ କରିଛନ୍ତି। ଯେତେଦୂର ସମ୍ଭବ ଆସନ୍ତାକାଲିଠାରୁ ରଥ ଖଳାରେ ରଥନିର୍ମାଣ କାର୍ଯ୍ୟ ଆରମ୍ଭ ହେବାର ସମ୍ଭାବନା ସୃଷ୍ଟି ହୋଇଛି।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.