Home ଓଡ଼ିଶା ବାହାର ରାଜ୍ୟର ୧୦ଜଣ ଶ୍ରମିକ ଓ ୩୮ଜଣ ପର୍ଯ୍ୟଟକଙ୍କ ଘର ବାହୁଡା

ବାହାର ରାଜ୍ୟର ୧୦ଜଣ ଶ୍ରମିକ ଓ ୩୮ଜଣ ପର୍ଯ୍ୟଟକଙ୍କ ଘର ବାହୁଡା

73

ପୁରୀ, ୪/୫ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ଦେଶରେ ଲକଡାଉନ ଜାରି ହେବା ଯୋଗୁଁ ଶ୍ରମିକମାନେ ସେମାନଙ୍କର ନିଜ ନିଜ ଘରକୁ ଫେରିପାରିନଥିଲେ। ଯିବାପାଇଁ ଅନୁମତି କିମ୍ବା ଟ୍ରେନ ବସ ବନ୍ଦ ଥିବାଯୋଗୁଁ ସେମାନେ ବାଧ୍ୟହୋଇ ଏଠାରେ ଅଟକି ରହିଥିଲେ। ଜିଲ୍ଲା ପ୍ରଶାସନ ଆଜି ୧୦ଜଣ ରାଜସ୍ଥାନ ଶ୍ରମିକଙ୍କୁ ତାଙ୍କ ଘରକୁ ଫେରିଯିବା ପାଇଁ ପ୍ରଶାସନ ପକ୍ଷରୁ ଏକ ବସ ବ୍ୟବସ୍ଥା କରି ସେମାନଙ୍କୁ ଟ୍ରାଭେଲ ପାସ୍‌, ମେଡିକାଲ ସାର୍ଟିଫିକେଟ ଏବଂ ଖାଦ୍ୟ ପୁଡିଆ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ପ୍ରଦାନ କରି ସେମାନେ ଯେପରି ସୁବିଧାରେ ନିଜ ନିଜ ଘରେ ପହଂଚିବେ ସେଥିପାଇଁ ଶୁଭ କାମନା କରିଥିଲେ। ସେହିପରି ବିହାରର ୩୮ଜଣ ପର୍ଯ୍ୟଟକ ଲକଡାଉନ ପାଇଁ ଏଠାରେ ଅଠକି ରହିଥିଲେ। ସେମାନଙ୍କୁ ମଧ୍ୟ ଜିଲ୍ଲା ପ୍ରଶାସନ ଏକ ବସ ଯୋଗେ ଆଜି ପଠାଇ ଦେଇଛନ୍ତି। ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ଯିବା ଆସିବା ପାଇଁ ଆବଶ୍ୟକୀୟ କାଗଜପତ୍ର ପ୍ରସ୍ତୁତ କରି ସେମାନଙ୍କୁ ଆଜି ପ୍ରଶାସନ ପକ୍ଷରୁ ବସରେ ପଠାଇ ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.