Home ଜିଲ୍ଲା ପରିକ୍ରମା ତିହିଡ଼ି ବ୍ଲକ କଳିଙ୍ଗ କଳାକାର ସଂଘର ବାର୍ଷିକ ସମାରୋହ, କଳାକାରମାନେ ସମାଜକୁ ଦେଇଥାନ୍ତି ଦିଗ୍‌ଦର୍ଶନ

ତିହିଡ଼ି ବ୍ଲକ କଳିଙ୍ଗ କଳାକାର ସଂଘର ବାର୍ଷିକ ସମାରୋହ, କଳାକାରମାନେ ସମାଜକୁ ଦେଇଥାନ୍ତି ଦିଗ୍‌ଦର୍ଶନ

34

ଭଦ୍ରକ, ୧୪ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ବ୍ଲକ କଳିଙ୍ଗ କଳାକାର ସଂଘର ବାର୍ଷିକ ସମାରୋହ-୨୦୨୩ ରବିବାର ମନ୍ଦୋଦରୀ କଲ୍ୟାଣ ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସଂଘର ସଭାପତି କବି ବିଭୂତି ଭୂଷଣ ଗ୍ରହାଚାର୍ଯ୍ୟଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଜିଲା ସଂସ୍କୃତି ଅଧିକାରିଣୀ ତନୁଜା ସିର୍କା, ମୁଖ୍ୟବକ୍ତା ଭାବେ ବିଶିଷ୍ଟ ନାଟ୍ୟକାର ଓ ନିର୍ଦ୍ଦେଶକ ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ. ସୁଧାଂଶୁ ନାୟକ, ସ୍ୱତନ୍ତ୍ର ଅତିଥି ଭାବେ ଯାତ୍ରା ଅଭିନେତା ସୁଶାନ୍ତ ପଣ୍ଡା (ବାବୁଲି) ଓ ଅଭିନେତ୍ରୀ ରଶ୍ମିତା ଶିଅଳ (ରାକ୍ଷୀ), ସମ୍ମାନିତ ଅତିଥି ଭାବେ ଚାନ୍ଦବାଲି ବ୍ଲକ କଳା ସଂସ୍କୃତି ସଂଘର ଉପସଭାପତି ବିଶିଷ୍ଟ ପାଲା ଗାୟକ ତ୍ରିଲୋଚନ ପଣ୍ଡା ଯୋଗ ଦେଇ କଳାକାରମାନେ କେବେ ଦୁଃସ୍ଥ ନୁହନ୍ତି ସେମାନଙ୍କୁ ଦ୍ୱିତୀୟ ଈଶ୍ୱର ବୋଲି କୁହାଯାଇଥାଏ । କଳକାରମାନେ ସମାଜକୁ ଦିଗ୍‌ଦର୍ଶନ ଦେଇ ସମାଜର ପରିବର୍ତ୍ତନ ଆଣିବାରେ ସହାୟକ ହୋଇଥାନ୍ତି ବୋଲି କହିଥିଲେ । ଏହି ଅବସରରେ ବରିଷ୍ଠ ଶିଶୁ ସାହିତ୍ୟିକ ବାଇଧର ନାୟକଙ୍କ ଶିଶୁ କବିତା ସଂକଳନ ‘କଅଁଳ କବିତା ସରଳ କଥା’କୁ ଅତିଥିମାନେ ଉନ୍ମୋଚନ କରିଥିଲେ । ପରେ ବିଶିଷ୍ଟ ବେହେଲାବାଦକ ହରିବନ୍ଧୁ ସାହୁ, ବିଶିଷ୍ଟ ଯାତ୍ରା ଅଭିନେତା ନାରାୟଣ ମହାନ୍ତି ଓ ଅମୂଲ୍ୟ ନାୟକ, ବରିଷ୍ଠ ସଂକୀର୍ତ୍ତନ କଳାକାର ଓ ଚିତ୍ରଶିଳ୍ପୀ ଜୟନ୍ତ କୁମାର ନାୟକଙ୍କୁ ସଂଘ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ସଂଘର ସଂଗଠନ ସମ୍ପାଦକ ଭାଗିରଥି ଦତ୍ତ ଓ ଛାତ୍ରଛାତ୍ରୀମାନେ ପ୍ରାରମ୍ଭିକ ସଂଗୀତ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ । ସଂଘର ସମ୍ପାଦକ ମନମୋହନ ସାହୁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ କୋଷାଧ୍ୟକ୍ଷ ତଥା ବିଶିଷ୍ଟ ଯାତ୍ରା ଅଭିନେତା ଅବସରପ୍ରାପ୍ତ କଲେଜ ଅଧ୍ୟକ୍ଷ ହେମନ୍ତ କୁମାର ସ୍ୱାଇଁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ମଞ୍ଚ ଅଭିନେତା ବାଦଲ ବେହେରା ଅତିଥିମାନଙ୍କୁ ମଞ୍ଚକୁ ଆହ୍ୱାନ କରିଥିଲେ । ସଂଘର ସାଧାରଣ ସମ୍ପାଦକ ସୁରେନ୍ଦ୍ର ପ୍ରସାଦ ନାୟକ ସମ୍ପାଦକୀୟ ବିବରଣୀ ଓ ବିଶିଷ୍ଟ ପାଲା ଗାୟକ ଗଣେଶ ଦାସ ବେଦପାଠ କରିଥିଲେ । ଶେଷରେ ଉପସଭାପତି ବାବୁରାମ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ । ଲୋକକଳାକୁ ଉଜ୍ଜୀବିତ ରଖିବା ପାଇଁ ସଂଘ ପକ୍ଷରୁ ଭରତ ପରିଡ଼ା, ପୁରୁଷୋତ୍ତମ ମହାଳିକଙ୍କ ତତ୍ତ୍ୱାବଧାନରେ ବଉଳପାଳ ଗ୍ରାମର ରାଧାଗୋବିନ୍ଦ ଘଣ୍ଟବାଦ୍ୟ ପକ୍ଷରୁ ଘଣ୍ଟା ବାଦନ ପରିବେଷଣ କରାଯାଇଥିଲା । ସେହିପରି ବିଶିଷ୍ଟ ପାଲା ଗାୟକ ସୁଧାକର ସେଠୀ ଓ ସାଥୀମାନେ ପାଲା ପରିବେଷଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସଂଘର ଉପଦେଷ୍ଟା କୁଳମଣି ସାବତ ଓ ବସନ୍ତ ଦାସ, ସଦସ୍ୟ ଅମୂଲ୍ୟ ବେହେରା, ଜଗବନ୍ଧୁ ମହାନ୍ତି, ଅମର ସେଠୀ, ଉପେନ୍ଦ୍ର ସାହୁ, ନୀଳାମ୍ବର ସେଠୀ, ପ୍ରତାପ ନାୟକ, ବାଦଲ ବେହେରା, ଗଗନ ପାଣିଗ୍ରାହୀ ପ୍ରମୁଖ ପରିଚଳାନାରେ ସହଯୋଗ କରିଥିବା ବେଳେ ସଂଘର ସମସ୍ତ କର୍ମକର୍ତ୍ତା ଓ ସଦସ୍ୟ ଅଂଶଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.