Home ଜିଲ୍ଲା ପରିକ୍ରମା ତିହିଡ଼ିରେ ସାଇବର ସୁରକ୍ଷା ଅଭିଯାନ

ତିହିଡ଼ିରେ ସାଇବର ସୁରକ୍ଷା ଅଭିଯାନ

15

ଭଦ୍ରକ, ୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶା ସାଇବର ସୁରକ୍ଷା ପକ୍ଷରୁ ସାଇବର ସୁରକ୍ଷା ଅଭିଯାନ-୨୦୨୩ ଚାଲିଛି । ଏହି ଅବସରରେ ଭଦ୍ରକ ଜିଲା ତିହିଡ଼ି ବ୍ଲକରେ ଶୁକ୍ରବାର ତିହିଡ଼ି ପୁଲିସ ତତ୍ତ୍ୱାବଧାନରେ ବ୍ଲକର ବିଭିନ୍ନ ସ୍ଥାନରେ ସାଇବର ସୁରକ୍ଷା ଅଭିଯାନର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବ୍ଲକର ଦୋଳସାହି ବଜାର, ପାଳିଆବିନ୍ଧା ବଜାର, ତିହିଡ଼ି ଉଚ୍ଚ ମାଧ୍ୟମିକ ସ୍କୁଲ ଓ ତିହିଡ଼ି ଡିଗ୍ରୀ କଲେଜ, ସିଆରଏସ ହାଇସ୍କୁଲ ଓ ତିହିଡ଼ି ବଜାର ସ୍ଥିତ ମନ୍ଦୋଦରୀ କଲ୍ୟାଣ ମଣ୍ଡପ ଠାରେ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା । ପାଲା ପରିବେଷଣ ମାଧ୍ୟମରେ ଇଣ୍ଟରନେଟ ସୁରକ୍ଷା ଅଭ୍ୟାସ, ଇଣ୍ଟରନେଟ ବ୍ୟବହାରର ନୈତିକ ନିୟମ, ସୋସିଆଲ ମିଡିଆ ବ୍ୟବହାର କ୍ଷେତ୍ରରେ ସତର୍କତା, ଗେମିଂ ଆପ୍ଲିକେସନ, ଆର୍ଥିକ କାରବାର ଜନିତ ସୁରକ୍ଷା, ଶିଶୁ ପର୍ଣ୍ଣୋଗ୍ରାଫି, ପ୍ରତିଷେଧମୂଳକ ପର୍ଣେର୍ାଗ୍ରାଫି, ରିପୋର୍ଟିଂ ବା ସୂଚନା ଦେବା ଓ ମନେ ରଖନ୍ତୁ ଇତ୍ୟାଦି ଉପରେ ସଚେତନତା ସୃଷ୍ଟି କରାଯାଇଥିଲା । ପାଲା ଗାୟକ ଚିନ୍ତାମଣି ନାୟକ ଓ ସହଯୋଗୀଙ୍କ ଦ୍ୱାରା ପାଲା ମାଧ୍ୟମରେ ଏହି ସଚେତନତା କରାଯାଇଥିଲା । ଜିଲା ପୁଲିସ ସୁପରିନଟେଣ୍ଡେଣ୍ଟ କାର୍ଯ୍ୟାଳୟ ଇନିସ୍ପେକ୍ଟର ସଂଗ୍ରାମ କେଶରୀ ପଟ୍ଟନାୟକ, ତିହିଡ଼ି ଥାନା ଅଧିକାରୀ ଏମଡି ହାପିଜ୍‌, ଏସଆଇ ଅରୁନ୍ଧତୀ ବେହେରା ଓ ପ୍ରବୀଣ କୁମାର ଗିରି, ହାବିଲଦାର ନକୁଳ ଚନ୍ଦ୍ର ସେନାପତି ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ସରପଞ୍ଚ ଉଦ୍ଧବ ଚରଣ ନାୟକ, ତାପସ କୁମାର ବେହେରା, ସମିତିସଭ୍ୟ ପ୍ରିୟବନ୍ଧୁ ମାଝୀ, ପୂର୍ବତନ ସରପଞ୍ଚ ବିଷ୍ଣୁ କୁଅଁର, ତିହିଡ଼ି ଯୁବମଞ୍ଚ ସଭାପତି କୈଳାସ ବେହେରା, ନିରଂଜନ ବାରିକ, ନୀଳମାଧବ ସେନାପତି, ସମାଜସେବୀ ଗଣେଶ ଚନ୍ଦ୍ର ନାୟକ, ସଂଗ୍ରାମ ମହାପାତ୍ର, ନୀଳମଣି ସାବତ, ବିପିନ ବିହାରୀ ପତି, ନିରାକାର ଦାସ, ନୀଳାମ୍ବର ସେଠୀ ପ୍ରମୁଖ ବହୁ ଲୋକପ୍ରତିନିଧି ଓ ଜନସାଧାରଣ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.