Home ଜିଲ୍ଲା ପରିକ୍ରମା ଜିଲ୍ଲାସ୍ତରୀୟ କୃଷିମେଳା ଓ କୃଷକ – ବୈଜ୍ଞାନିକ ଆଲୋଚନା ଚକ୍ର

ଜିଲ୍ଲାସ୍ତରୀୟ କୃଷିମେଳା ଓ କୃଷକ – ବୈଜ୍ଞାନିକ ଆଲୋଚନା ଚକ୍ର

16

ଭଦ୍ରକ, ୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବନ୍ତ ବ୍ଲକସ୍ଥିତ କୁଆଁରଦା ଗ୍ରାମରେ ଜାତୀୟ କୃଷି ପ୍ରାଦ୍ୟୋଗିକ ସଂସ୍ଥା (ଏନଆଇପିବି) , ନୂଆଦିଲ୍ଲୀ ଏବଂ କୃଷି ବିଜ୍ଞାନ କେନ୍ଦ୍ର, ଭଦ୍ରକର ମିଳିତ ଆନୁକୂଲ୍ୟରେ ଏକ କୃଷକ ମେଳା ଓ କୃଷକ-ବୈଜ୍ଞାନିକ ଆଲୋଚନାଚକ୍ର ଜାତୀୟ ଧାନ ଗବେଷଣା କେନ୍ଦ୍ର, କଟକର ନିର୍ଦ୍ଦେଶକ ଡ. ଅମରେଶ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଅତିଥି ମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ଜ୍ୱଳନ ପରେ କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଏବଂ ମୁଖ୍ୟ ଡ. ସଂଜୟ କୁମାର ମହାନ୍ତି ସ୍ୱାଗତ ଭାଷଣ ଦେବା ସହିତ ଜାତୀୟ କୃଷି ପ୍ରାଦ୍ୟୋଗିକ ସଂସ୍ଥାନ, ନୂଆଦିଲ୍ଲୀର ପ୍ରମୁଖ ବୈଜ୍ଞାନିକ ଡ. ପ୍ରଶାନ୍ତ କୁମାର ଦାଶ କାର୍ଯ୍ୟକ୍ରମର ଆଭିମୁଖ୍ୟ ଓ ବୈଶିଷ୍ଟ୍ୟ ଉପରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଭଦ୍ରକ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀଧର ଦାସ, ଆଂଚଳିକ କୃଷି ଗବେଷଣା କେନ୍ଦ୍ରର ନିର୍ଦ୍ଦେଶକ ଡଃ. ଉମାଶଙ୍କର ନାୟକ, ଜିଲ୍ଲା ମତ୍ସ୍ୟ ଅଧିକାରୀ ପ୍ରକାଶ ରଂଜନ ନାୟକ, ମୁର୍ତ୍ତିକା ବିଭାଗର ସହକାରୀ ନିର୍ଦ୍ଦେଶକ ରଶ୍ମି ରଂଜନ ନାୟକ, କୃଷି ବିଜ୍ଞାନ କେନ୍ଦ୍ର ଓ କୃଷି ଗବେଷଣା କେନ୍ଦ୍ର ସମସ୍ତ ବୈଜ୍ଞାନିକ ଏବଂ କୃଷି ଓ ଉଦ୍ୟାନ ବିଭାଗର ବ୍ଲକ ସ୍ତରୀୟ ଅଧିକାରୀ ଯୋଗଦାନ କରିଥିଲେ । ଉପସ୍ଥିତ ବୈଜ୍ଞାନିକ ଓ ବିଶେଷଜ୍ଞମାନେ ପରିବର୍ତ୍ତିତ ଜଳବାୟୁ ପରିସ୍ଥିିରେ କୃଷିକୁ ଅଧିକ ଅମଳକ୍ଷମ, ଲାଭଜନକ ଓ ଚିରନ୍ତନ କରିବାକୁ ବିଭିନ୍ନ ଜ୍ଞାନକୌଶଳ ଉପରେ ଆଲୋକପାତ କରିଥିଲେ ।

ବିଭାଗୀୟ କର୍ମକର୍ତ୍ତାମାନେ ରାଜ୍ୟ ସରକାରଙ୍କର କୃଷି ଅଭିମୁଖୀ ବିଭିନ୍ନ ଯୋଜନା ସମ୍ବନ୍ଧରେ ସୂଚନା ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ୫୦୦ ରୁ ଉର୍ଦ୍ଧ୍ୱ ଚାଷୀ ଯୋଗଦାନ କରି, ଏହାର ଗୁରୁତ୍ୱକୁ ହୃଦୟଙ୍ଗମ କରିବା ସହିତ ନିଜର ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ । ଜାତୀୟ କୃଷି ପ୍ରାଦ୍ୟୋଗିକ ସଂସ୍ଥାନ, ନୂଆଦିଲ୍ଲୀର ବୈଜ୍ଞାନିକା ଡଃ. ଶାଭନା ଜେନ୍ ଓ ପ୍ରଶାସନିକ ଅଧିକାରୀ ସଂଗିତା ଜେନ୍ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରି ନିଜର ଆଭିମୁଖ୍ୟ ପ୍ରତିପାଦନ କରିଥିଲେ । ସ୍ଥାନୀୟ ଲୋକପ୍ରତିନିଧି ଭାବରେ ଆଡ଼ିଆ ଗ୍ରା.ପ.ର ସରପଞ୍ଚ ମୀନା କୁମାର ଜେନା କୃଷିର ଅଭିବୃଦ୍ଧି ଓ ନାରୀ ସଶକ୍ତିକରଣ ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଶେଷରେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ଜିଲ୍ଲାର ୩୫ ଜଣ ଅଗ୍ରଣୀ କୃଷକ ଓ କୃଷିଜିବୀ ମହିଳାଙ୍କୁ ସମ୍ବର୍ଦ୍ଧିତ କରାଯିବା ସହିତ ଉପସ୍ଥିତ ଚାଷୀମାନଙ୍କୁ ଫୁଲଚାରା ଓ ଛତୁ ମଂଜି ଇତ୍ୟାଦି ବଂଟନ କରାଯାଇଥିଲା । କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଓ କର୍ମଚାରୀ ଡଃ. ବିଶ୍ୱ ରଂଜନ ସାମନ୍ତରାୟ, ଡଃ. ଦେବୀପ୍ରସାଦ ଦାସ, ଡଃ. ଜ୍ୟୋସ୍ନାରାଣୀ ମହାରଣା, ଡଃ. ବିଜୟ ଲକ୍ଷ୍ମୀ ରାଉତ, ଗୟାଧର ଶିଆଳ, ମଂଟୁ ଚୌଧୁରୀ, ଶୁଭେନ୍ଦୁ କୁମାର ଜେନା, ସଂଜୟ କୁମାର ପଣ୍ଡା, ଶ୍ରୀଧାଂସୁ ଶେଖର ପଟ୍ଟନାୟକ, ଭାନୁମତୀ ଧିଣ୍ଡା, ହରିହର ନାୟକ ଓ ପ୍ରଶାନ୍ତ କୁମାର ଦଳାଇ ଆଦି ସହଯୋଗ କରିଥିଲେ । କୃଷି ବିଜ୍ଞାନ କେନ୍ଦ୍ରର ସୁଶାନ୍ତ କୁମାର ସିଂହ ଧନ୍ୟବାଦ ଜ୍ଞାପନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.