Home ଜିଲ୍ଲା ପରିକ୍ରମା ତିହିଡ଼ିରେ ନିର୍ମାଣ ହେବ ନୂଆ ବସଷ୍ଟାଣ୍ଡ

ତିହିଡ଼ିରେ ନିର୍ମାଣ ହେବ ନୂଆ ବସଷ୍ଟାଣ୍ଡ

31

ଭଦ୍ରକ, ୨୭ା୮ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ବଜାରରେ ଏକ ବସଷ୍ଟାଣ୍ଡ ନଥିଲା । ଯାହାଫଳରେ ବସ ଗୁଡ଼ିକ ରାସ୍ତା କଡ଼ରେ ରହି ଟ୍ରାଫିକ୍ ସମସ୍ୟା ସୃଷ୍ଟି କରୁଥିଲା । ଏଥିପାଇଁ ସ୍ଥାନୀୟ ଜନସାଧାରଣ ଦୀର୍ଘଦିନ ହେବ ଏକ ବସଷ୍ଟାଣ୍ଡ ନିର୍ମାଣ ପାଇଁ ଦାବି କରି ଆସୁଥିଲେ । ଏହି ବହୁ ଦିନର ପ୍ରତୀକ୍ଷାର ଏବେ ଅବସାନ ହେବାକୁ ଯାଉଛି । ତିହିଡ଼ି ବଜାର ସ୍ଥିତ ଡାକ ବଙ୍ଗଳା ପରିସରରେ ଏହି ନୂଆ ବସଷ୍ଟାଣ୍‌ତ ନିର୍ମିତ ହେବ । ଡାକ ବଙ୍ଗଳାର ୭୯ଡେସିମିଲ ଜାଗାରେ ୨କୋଟି ୯୧ଲକ୍ଷ ଟଙ୍କା ବ୍ୟୟରେ ଏହି ବସଷ୍ଟାଣ୍‌ତ ନିର୍ମିତ ହେବ ବୋଲି ଜଣାପଡିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ଏହାର ଶିଳାନ୍ୟାସ କରିଛନ୍ତି । ଏହି ଉପଲକ୍ଷେ ଜିଲାପାଳଙ୍କ କାର୍ଯ୍ୟାଳୟରେ ଏହି ଭର୍ଚୁଆଲ ଶିଳାନ୍ୟାସ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର, ସାଂଦସ ମଞ୍ଜୁଲତା ମଣ୍ଡଳ, ବିଧାୟକ ପ୍ରଫୁଲ୍ଲ ସାମଲ, ବିଧାୟକ ବିଷ୍ଣୁବ୍ରତ ରାଉତରାୟ, ବିଧାୟକ ତଥା ଜିଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଡ. ବ୍ୟୋମକେଶ ରାୟ, ବିଧାୟକ ସଞ୍ଜୀବ ମଲ୍ଲିକ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ପ୍ରମୁଖ ଉପସ୍ଥିତ ଥିଲେ । ବସଷ୍ଟାଣ୍ଡର ଶିଳାନ୍ୟାସ ପରେ ବିଧାୟକଙ୍କ ପ୍ରତିନିଧି ବାପୁଜୀ ନାୟକ, ବ୍ଲକ ବିଜେଡି ସଭାପତି ରଘୁନାଥ ପଣ୍ଡା, ପୂର୍ବତନ ସରପଞ୍ଚ ସୁରେନ୍ଦ୍ର ନାୟକ, ବିଷ୍ଣ କୁଅଁର, ବିପିନ ବେହେରା ଓ କୀର୍ତ୍ତନ ରାଉତ, ବରିଷ୍ଠ ନେତା ହରିହର ସେନାପତି, ପ୍ରବୀର ନାୟକ, ଉମାକାନ୍ତ ସେଠୀ, ନିତ୍ୟାନନ୍ଦ ବେହେରା, କମଳାକାନ୍ତ ଲେଙ୍କା ପ୍ରମୁଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଧାୟକ ବିଷ୍ଣୁବ୍ରତ ରାଉତରାୟଙ୍କୁ କୃତଜ୍ଞତା ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.