Home ଜିଲ୍ଲା ପରିକ୍ରମା ତିହିଡି ଯୁବମଞ୍ଚ ପକ୍ଷରୁ ସହୀଦ ତାପସ ମଲ୍ଲିକଙ୍କୁ ଶ୍ରଦ୍ଧାଞ୍ଜଳି

ତିହିଡି ଯୁବମଞ୍ଚ ପକ୍ଷରୁ ସହୀଦ ତାପସ ମଲ୍ଲିକଙ୍କୁ ଶ୍ରଦ୍ଧାଞ୍ଜଳି

56

ଭଦ୍ରକ, ୨୦ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆତଙ୍କବାଦୀମାନଙ୍କ ସହ ଗୁଳି ବିନିମୟ ବେଳେ ୨୦୦୫ ମସିହା ଆଜିର ଦିନରେ ଦେଶ ମାତୃକା ପାଇଁ ନିଜ ଜୀବନକୁ ବଳିଦାନ ଦେଇଥିବା ସହୀଦ ତାପସ ମଲ୍ଲିକଙ୍କୁ ଆଜି ତିହିଡି ଯୁବମଂଚ ପକ୍ଷରୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ଏଠାରେ ସୂଚନାଯୋଗ୍ୟ ସହୀଦ ତାପସଙ୍କ ନିଜ ଗ୍ରାମ ଉତ୍ତରବାହା ଠାରେ ନିର୍ମିତ ପ୍ରତିମୂର୍ତ୍ତିରେ ମଂଚର କର୍ମକର୍ତ୍ତାମାନେ ଶ୍ରଦ୍ଧାସୁମନ ଅର୍ପଣ ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଏହି କାର୍ଯ୍ରକ୍ରମରେ ସଂଗଠନର ସଭାପତି କୈଳାସ ବେହେରା, ସୋସିଆଲ ମିଡିଆ ସଂଯୋଜକ ନିରଂଜନ ବାରିକ, ସଦସ୍ୟ ସୌମ୍ୟଗୋପାଳ ନାୟକ, ଅଭିଜିତ୍ ନାୟକ, ସୁମନ ଦୀକ୍ଷିତ ପ୍ରମୁଖ ଉପସ୍ଥିତ ରହି ସହୀଦଙ୍କ ସ୍ମୃତିଚାରଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.