Home ଜିଲ୍ଲା ପରିକ୍ରମା ଅସାମାଜିକଙ୍କ ଆଡ୍ଡାସ୍ଥଳୀ ପାଲଟିଛି ମାଇକ୍ରୋ ଫାଇନାନ୍ସର ଜବତ ଅର୍ଦ୍ଧନିର୍ମିିତ କୋଠା, ଭଦ୍ରକ ବାଳିକା ବିଦ୍ୟାଳୟ ଅନ୍ତେବାସୀଙ୍କ...

ଅସାମାଜିକଙ୍କ ଆଡ୍ଡାସ୍ଥଳୀ ପାଲଟିଛି ମାଇକ୍ରୋ ଫାଇନାନ୍ସର ଜବତ ଅର୍ଦ୍ଧନିର୍ମିିତ କୋଠା, ଭଦ୍ରକ ବାଳିକା ବିଦ୍ୟାଳୟ ଅନ୍ତେବାସୀଙ୍କ ପାଇଁ ବିପଦ

52

ଭଦ୍ରକ, ୨୦ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସହରର ସରକାରୀ ବାଳିକା ବିଦ୍ୟାଳୟ ଅନ୍ତେବାସୀଙ୍କ ପାଇଁ ଏବେ ବିପଦ ପାଲଟିଛି ଏହାର ପାଶ୍ୱର୍ରେ ଥିବା ଚିଟଫଣ୍ଡ ମାଇକ୍ରୋ ଫାଇନାନ୍ସର ଅର୍ଦ୍ଧନିର୍ମିତ କୋଠା । ଏବେ ଭଦ୍ରକ କଲେଜ ଛକ ମାଛ ମାର୍କେଟ୍ ନିକଟରେ ଥିବା ଏହି ବିରାଟ ଅଟ୍ଟାଳିକା ଏବେ ସହରର କେତେକ ଆସାମଜିକ ତତ୍ତ୍ୱଙ୍କ ଆଡ୍ଡାସ୍ଥଳୀ ପାଲଟିଛି । ବିଗତବର୍ଷରେ ସରକାରୀ ବାଳିକା ବିଦ୍ୟାଳୟ ନିକଟରେ ଥିବା ଏହି ଭୂତକୋଠୀ ସଦୃଶ କୋଠାମଧ୍ୟରେ ଏକାଧିକ ହତ୍ୟାକାଣ୍ଡ ଘଟିଯାଇଛି । ବହୁ ଅପରାଧର ମୂକସାକ୍ଷୀ ଏହି କୋଠାଟିରେ ଏବେ ପୁଣି ନିଶା ଓ ଅନୈତିକ କାରବାର ଦେଖିବାକୁ ମିଳିଛି । ଫଳରେ ଏହି କୋଠାକୁ ଲାଗିଥିବା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଓ ଏହାର ହଷ୍ଟେଲ ପରିସର ଏବେ ଛାତ୍ରୀଙ୍କ ପାଇଁ ଅସୁରକ୍ଷିତ ହୋଇପଡିଛି । କିନ୍ତୁ ଏଥିପ୍ରତି ନା ପୁଲିସ୍ ନା ପ୍ରଶାସନ, କାହାର ଦୃଷ୍ଟି ନାହିଁ । ପୁଲିସ୍ ନିକଟରେ ଅସାମାଜିକ କାର୍ଯ୍ୟର ଖବର ଥିଲେ ମଧ୍ୟ ଏଠାରେ କଡାକଡି ପାଟ୍ରୋଲିଂ ବ୍ୟବସ୍ଥାର ଅଭାବ ସେମାନଙ୍କୁ ପ୍ରୋତ୍ସାହିତ କରୁଛି । ଆଗକୁ ବିଦ୍ୟାଳୟ ଖୋଲିଲେ ଛାତ୍ରୀଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଉଛନ୍ତି ଅଭିଭାବକମାନେ । ଇତିମଧ୍ୟରେ ସ୍ଥାନୀୟ ବିଧାୟକ ସଂଜୀବ ମଲ୍ଲିକ ଏହି ସ୍କୁଲର ଉନ୍ନତିକରଣ ପାଇଁ ନିଜର ଅନୁଦାନ ଘୋଷଣା କରିଥିବାବେଳେ ବିଦ୍ୟାଳୟର ଚତୁଃପାଶ୍ୱର୍ର ସୁରକ୍ଷା ଦିଗରେ ସ୍କୁଲ କର୍ତ୍ତୃପକ୍ଷ ଧ୍ୟାନ ଦେବା ଆବଶ୍ୟକ ହୋଇପଡିଛି । ଏଣୁ ଏ ଦିଗରେ ଜିଲା ପ୍ରଶାସନ ଓ ପୁଲିସ୍ ବିଭାଗ ଉଚିତ୍ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.