Home ଜିଲ୍ଲା ପରିକ୍ରମା ତିହିଡି – ବିଭିନ୍ନ ଶିକ୍ଷାନୁଷ୍ଠାନରେ ଜନ୍ମାଷ୍ଟମୀ ପାଳିତ

ତିହିଡି – ବିଭିନ୍ନ ଶିକ୍ଷାନୁଷ୍ଠାନରେ ଜନ୍ମାଷ୍ଟମୀ ପାଳିତ

26

ଭଦ୍ରକ, ୬ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ବ୍ଲକର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଜନ୍ମଷ୍ଟମୀ ଉତ୍ସବ ମହା ସମାରୋହରେ ପାଳିତ ହୋଇ ଯାଇଛି । ତିହିଡ଼ି ସ୍ଥିତ ସୈନିକ ସ୍କୁଲରେ ଅନୁଷ୍ଠିତ ଜନ୍ମାଷ୍ଟମୀ ଉତ୍ସବରେ ସ୍କୁଲର ଉପଦେଷ୍ଟା ଶଚିକାନ୍ତ ନାୟକ ପୌରୋହିତ୍ୟ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ସାମ୍ବାଦିକ ପ୍ରଭାତ କୁମାର ରାଉଳ, ସମ୍ମାନିତ ଅତିଥି ଭାବେ ନୀଳମଣି ସାବତ, ବିଜୟ କୁମାର ଦାସ ଯୋଗ ଦେଇ ଜନ୍ମାଷ୍ଟମୀ ସମ୍ପର୍କରେ ବକ୍ତବ୍ୟ ଦେଇଥିଲେ । ଏହି ଅବସରରେ ଛାତ୍ରଛାତ୍ରୀମାନେ ରାଧା କୃଷ୍ଣ ବେଶରେ ନୃତ୍ୟ ଗୀତ ସହିତ ବିଭିନ୍ନ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ସ୍କୁଲର ଅଧ୍ୟକ୍ଷ ବିସ୍ମୟ ବିହାରୀ ସାହୁ, ପ୍ରତିଷ୍ଠାତା ଦୁର୍ଯ୍ୟୋଧନ ବେହେରା, ସୀତାକାନ୍ତ ନାୟକ, ଯଯାତି କେଶରୀ ଦାସ, କାହ୍ନୁ ଚରଣ ବେହେରା, ସସ୍ମିତା ସେଠୀ, ଶ୍ୱେତାରାଣୀ ପଣ୍ଡା, ସୁମତୀ ମହାଳିକ, କ୍ରିଷ୍ଣା ଦାସ, ଶାନ୍ତିଲତା ସେଠୀ ପ୍ରମୁଖ ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମଚାରୀମାନେ ଉତ୍ସବ ପରିଚାଳନା କରିଥିଲେ । କୁବେରା ପଞ୍ଚାୟତ ଜୟପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଜନ୍ମାଷ୍ଟମୀ ଉତ୍ସବ ପ୍ରଧାନ ଅଚାର୍ଯ୍ୟ ଗଣେଶ ପ୍ରସାଦ ରାଉତଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ପରିଚାଳନା କମିଟିର କୋଷାଧ୍ୟକ୍ଷ ଦୁର୍ଯ୍ୟୋଧନ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉତ୍ସବକୁ ଉଦ୍‌ଘାଟନ କରିଥିଲେ ।

ମୁଖ୍ୟ ବକ୍ତା ଭାବେ ସମାଜସେବୀ ସାଇଶରଣ ବେହେରା ଯୋଗ ଦେଇ ଉତ୍ସବ ସମ୍ପର୍କରେ ଆଲୋକପାତ କରିଥିଲେ । ଛାତ୍ରଛାତ୍ରୀମାନେ କୃଷ୍ଣ ବେଶ ଧରି ନିକଟସ୍ଥ କୁବେରେଶ୍ୱର ମହାଦେବ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିବା ପରେ ଗ୍ରାମ ପରିକ୍ରମ କରିଥିଲେ । ଏହି କାର୍ଯ୍ୟକ୍ରମରେ ଗୁରୁମା ପୂର୍ଣ୍ଣିମା ଖଟୁଆ, ରଶ୍ମିତା ନାୟକ, ପ୍ରତିଭାରାଣୀ ସାହୁ, ସେବତୀ ତ୍ରିପାଠୀ ଓ ଗୁରୁଜୀ ଦିପ୍ତୀକାନ୍ତ ଜେନା, ଅଭିଭାବକ ପୀତବାସ ବେହେରା ଉପସ୍ଥିତ ରହି ସହଯୋଗ କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀଙ୍କୁ ନେଇ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସେହିପରି ଘଣ୍ଟେଶ୍ୱର ସ୍ଥିତ ଅରୁଣ ଭାରତୀ ବିଦ୍ୟାଳୟ ସଭାଗୃହରେ ସମ୍ପାଦିକା ସଂଯୁକ୍ତା ଭାରତୀଙ୍କ ଅଧ୍ୟକ୍ଷତାରେ ଜନ୍ମାଷ୍ଟମୀ ଉତ୍ସବ ପାଳିତ ହୋଇଯାଇଛି । ପ୍ରବଚକ ସୁଧାକର ଧନୀଙ୍କ ସଂଯୋଜନା ଓ ଶିକ୍ଷୟିତ୍ରୀ ସୁଜାତା ଦାସଙ୍କ ନିର୍ଦ୍ଦେଶନାରେ ୩୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ରାଧାକୃଷ୍ଣ ବେଶରେ ସଜ୍ଜିତ ହୋଇ ନୃତ୍ୟ ଗୀତ ପରିବେଷଣ କରିବା ସହିତ ଶ୍ରୀମଦ ଭଗବତ ଗୀତାର ଶ୍ରୀକୃଷ୍ଣ ଜନ୍ମ ବୃତ୍ତାନ୍ତ ଅଧ୍ୟାୟକୁ ଆବୃତ୍ତି କରିଥିଲେ । ଏଥିରେ ବରେଣ୍ୟ ଅତିଥି ଭାବେ ଶିକ୍ଷାବିତ୍ ସୁରେନ୍ଦ୍ର କୁମାର ଗାହାଣ, ଶିକ୍ଷୟିତ୍ରୀ ସରସ୍ୱତୀ ଓଝା, ଘଣ୍ଟେଶ୍ୱର ମହାବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ରାଜକିଶୋର ଦାସ ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମକୁ ବୀଣାପାଣି ମିଶ୍ର, ପ୍ରମିଳା ସାହୁ, କନକଲତା ପଣ୍ଡା, କୃଷ୍ଣ ଚନ୍ଦ୍ର ନାୟକ, ରତିକାନ୍ତ ଭାରତୀ ପ୍ରମୁଖ ପରିଚାଳନା କରିଥିବା ବେଳେ ବରିଷ୍ଠ ଶିକ୍ଷକ ସୁକାନ୍ତ ମହାରାଜ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.