Home ଓଡ଼ିଶା ତିନି ନିୟମ ଉଲ୍ଲଘଂନ କାରି ଗିରଫ,୧୦ ବାଇକ ଜବତ

ତିନି ନିୟମ ଉଲ୍ଲଘଂନ କାରି ଗିରଫ,୧୦ ବାଇକ ଜବତ

228

ମାଲକାନଗିରି,୧୬ା୪(ଓଡିଆ ପୁଅ ) ଲକଡାଉନ ନିୟମ ଉଲ୍ଲଘନ କରିବା ଅଭିଯୋଗରେ ମାଲକାନଗିରି ଥାନାପୁଲିସ ପକ୍ଷରୁ ତିନିଜଣ ଦୋକାନୀଙ୍କୁ ଗିରଫ କରିବାସହ ୧୦ଟି ବାଇକ ଜବତ କରିଛନ୍ତି । କୋଭିଡ-୧୯ ଲକଡାଉନ କଟକଣାକୁ ନେଇ କିଛି ଅମାନିଆ ମାନୁ ନାହାନ୍ତି,ଲକ ଡାଉନ ସମୟରେ ଘରୁ ନବାହାରିବାକୁ ବାରମ୍ବାର ଜିଲ୍ଲାପ୍ରଶାସନ ଓ ପୁଲିସ ପ୍ରଶାସନ ପକ୍ଷରୁ ଘୋଷଣା କରା ଯିବା ସହ ଲୋକମାନଙ୍କୁ ସଚେତନ କରାଯାଉଥିବା ବେଳେ କିଛି ଦୋକାନୀ ମନଇଛା ଭାବେ ଦୋକାନ ଖୋଲି ଭିଡକରୁଛନ୍ତି ତ ଆଉ କିଛି ଯୁବକ ବାହାନା କରି ବାଇକ ଧରି ବୁଲି ରାସ୍ତାଘାଟରେ ଅଯଥା ଭିଡଜମାଉଛନ୍ତି । ଆଜି ମାଲକାନଗିରି ଆଦର୍ଶ ଥାନା ଅଧିକାରୀ ରାମପପ୍ରସାଦ ନାଗ ଙ୍କ ନେତୃତ୍ୱରେ ସବଇନିସପେକ୍ଟର ରୁଦ୍ରମାଧବ ମୁଦୁଲି ଓ ପୁଲିସ ସଦଳବଳ ପଦ୍ମଗିରି ପଚାଂୟତ କୁ ପେଟ୍ରୋଲିଂ ରେ ଯାଇଥିବା ବେଳେ ପଦ୍ମଗିରି ଛକ ରେ ଏକ ଜଳଖିଆ ଦୋକାନ,ଗ୍ୟାରେଜ,ମନୋହରି ଦୋକାନ ଲକ ଡାଉନ ନିୟମ ନ ମାନି ଖୋଲିଥିଲେ,ସେହି ଦୋକାନ ଗୁଡିକରେ ସାମାଜିକ ଦୂରତା ରକ୍ଷା କରା ନ ଯାଇ ଗ୍ରାହକ ମାନଙ୍କ ଭିଡଲାଗିଥିବାର ପୁଲିସ ଦେଖିଥିଲେ । ପୁଲିସ ଙ୍କୁ ଦେଖି ଗ୍ରାହକ ମାନେ ଦୌଡିପଳାଇ ଥିବା ବେଳେ ଏମଭି୮୩ ଗ୍ରାମର ଜଳଖିଆ ଦୋକାନୀ ମିଲନବିଶ୍ୱାସ,ପଦ୍ମଗିରିର ଗ୍ୟାରେଜ ଦୋକାନି ଅଭିଜିତ ବିଶ୍ୱାସ, ପଦ୍ମଗିରିର ପ୍ରତାପ ରାୟ ଙ୍କୁ ଲକ ଡାଉନ ନିୟମ ଉଲ୍ଲଘଂନ କରିବା ଅଭିଯୋଗରେ ପୁଲିସ ଗିରଫ କରିଛନ୍ତି । ଠିକ ସେହିପରି ମାଲକାନଗିରି ସହରରେ ୧୦ଜଣ ଅମାନିଆଙ୍କ ଗାଡିକୁ ପୁଲିସ ଜବତ କରିଥାନାକୁ ନେଇ ଯାଇଛନ୍ତି । ଲକ ଡାଉନ ସମୟରେ କେହି ବାହାରକୁ ବାହାରନ୍ତୁ ନାହିଁ ,ପନି ପରିବା ସଉଦା ଓ ଅତ୍ୟାବଶ୍ୟକିୟ ସାମଗ୍ରୀ କ୍ରୟ କରିବାକୁ ଗଲେ ଚାଲି ଚାଲି ଯାଅନ୍ତୁ,ଗାଡି କିମ୍ବା ବାଇକ ନେଇ ଅଯଥା ଦୋକାନ ଆଗରେ ଗହଳି କରନ୍ତୁ ନାହିଁ । ଲକ ଡାଉନ ନିୟମ ମାନି ସାମାଜିକ ଦୂରତା ରକ୍ଷାକରନ୍ତୁ କରୋନା ସଂକ୍ରମଣରୁ ଦୂରେଇ ରୁହନ୍ତୁ ବୋଲି ଡାକବାଜି ଯନ୍ତ୍ର ଯୋଗେ ଜିଲ୍ଲାପ୍ରଶାସନ ଓ ପୁଲିସ ପକ୍ଷରୁ ସହର ଓ ଗାଁ ଗହଳରେ ପ୍ରଚାର ସହ ଜନ ସଚେତନତା କରାଯିବା ସ୍ୱତ୍ୱେ କିଛି ଅମାନିଆ ନିୟମ ଉଲ୍ଳଘଂନ କରୁଥିବାର ଦେଖିବାକୁ ମିଳୁଛି ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.