Home ଓଡ଼ିଶା ତିନି ଦଳର ଷ୍ଟାର ପ୍ରଚାରକ ଙ୍କ ନାମ ପ୍ରକାଶ

ତିନି ଦଳର ଷ୍ଟାର ପ୍ରଚାରକ ଙ୍କ ନାମ ପ୍ରକାଶ

546

ଭୁବନେଶ୍ଵର,୦୩/୧୦,(ଓଡ଼ିଆ ପୁଅ ପି ନାଏକ): ବିଜେପୁର ଉପନିର୍ବାଚନ କୁ ଆଉ ମାତ୍ର ଦିନ କେଇଟା ବାକି ରହିଲା । ସେହି ଆସନକୁ ହାତେଇବା ପାଇଁ ଏବେ ତିନୋଟି ଦଳ ଜୋରସର ପ୍ରଚାର ଆରମ୍ଭ କରିଦେଇଛନ୍ତି । ବିଜେଡିର ରୀତା ସାହୁ, ବିଜେପିର ସନତ ଗଡ଼ତିଆ ଏବଂ କଂଗ୍ରେସର ଦିଲ୍ଲୀପ ପଣ୍ଡା ନିର୍ବାଚନ ଲଢ଼ୁଥିବା ବେଳେ ବିଜେପୁର ଉପନିର୍ବାଚନ ପାଇଁ ତିନି ରାଜନୈତିକ ଦଳର ଷ୍ଟାର ପ୍ରଚାରକଙ୍କ ତାଲିକା ଜାରି ହୋଇଛି ।

୪୦ଜଣିଆ ଷ୍ଟାର କ୍ୟାମ୍ପନର ତାଲିକା ଭିତରେ ବିଜେପି ପ୍ରଚାରକ ତାଲିକାରେ ଜେ.ପି. ନଡ୍ଡା, ଅରୁଣ ସିଂହ, ଧର୍ମେନ୍ଦ୍ର ପ୍ରଧାନ, ସ୍ମୃତି ଇରାନୀ, ପ୍ରତାପ ଷଡ଼ଙ୍ଗୀ, ଅପରାଜିତା ଷଡଙ୍ଗୀଙ୍କ ନାମ ରହିଥିବା ବେଳେ ବିଜେଡିର ଷ୍ଟାର କ୍ୟାମ୍ପନର ତାଲିକାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାମ ଏକ ନମ୍ବର ପ୍ରଚାରକ ଭାବେ ସ୍ଥାନ ପାଇଛି । ନବୀନଙ୍କ ଛଡ଼ା ଅନଙ୍ଗ ଉଦୟ ସିଂଦେଓ, ପ୍ରସନ୍ନ ଆଚାର୍ଯ୍ୟ, ପ୍ର୍ରଫୁଲ୍ଲ ମଲ୍ଲିକ, ପଦ୍ମନାଭ ବେହେରା, ଦେବୀ ମିଶ୍ର , ନବଦାସ , ବିକ୍ରମ ଆରୁଖ, ନିରଂଜନ ପୂଜାରୀ ପ୍ରମୁଖ ଷ୍ଟାର ପ୍ରଚାରକ ରହିଛନ୍ତି ।

ଅନ୍ୟପଟେ କଂଗ୍ରେସର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକାରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି, ରାହୁଲ ଗାନ୍ଧି, ପ୍ରିୟଙ୍କା ଗାନ୍ଧି, ମନମୋହନ ସିଂ, ରାଜ୍ୟ କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂ, ନିରଂଜନ ପଟ୍ଟନାୟକ, ନରସିଂହ ମିଶ୍ର ପ୍ରମୁଖ ରହିଥିବା ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.