Home Top News ପୁଣି ମନମୋହିବ କୋଣାର୍କ ମହୋତ୍ସବ ଓ ଆର୍ନ୍ତଜାତୀକ ବାଲୁକା କଳା ମହୋତ୍ସବ

ପୁଣି ମନମୋହିବ କୋଣାର୍କ ମହୋତ୍ସବ ଓ ଆର୍ନ୍ତଜାତୀକ ବାଲୁକା କଳା ମହୋତ୍ସବ

97
ଫାଇଲ ଫଟୋ

ପୁରୀ ୨୬-୧୧ (ଓଡ଼ିଆ ପୁଅ) ପୁଣି ମନମୋହିବ କୋଣାର୍କ ମହୋତ୍ସବ ଓ ଆର୍ନ୍ତଜାତୀକ ବାଲୁକା କଳା ମହୋତ୍ସବ। ଚଳିତ ଉତ୍ସବରେ ନାମିଦାମୀ କଳାକାରଙ୍କ ଦ୍ଵାରା କୋଣାର୍କ ମୁକ୍ତାକାଶ ରଙ୍ଗମଞ୍ଚରେ ହେବ ନୃତ୍ୟ ପରିବେଷଣ। ଚନ୍ଦ୍ରଭାଗା ବେଳା ଭୂମିରେ ନିଖୁଣ କଳା ପରିଦର୍ଶନ କରିବେ ବାଲୁକା ଚିତ୍ର ଶିଳ୍ପୀ। କୋଣାର୍କ ଯାତ୍ରୀ ନିବାସ ଠାରେ ଆୟୋଜିତ ଏକ ସ୍ଵତନ୍ତ୍ର ବୈଠକରେ କୋଣାର୍କ ମହୋତ୍ସବର କିଭଳି କାର୍ଯ୍ୟକ୍ରମ ରହିବ ସେ ନେଇ ଚୂଡାନ୍ତ କରାଯାଇ ଥିବା ବେଳେ ଏଥର ବି ଦର୍ଶକ ମୀନାବଜାର ଓ ଯାତ୍ରାର ମଜା ଉଠାଇବେ ଦର୍ଶକ। ପୁରୀ ଜିଲାପାଳଙ୍କ ଦ୍ବାରା ଅନୁଷ୍ଠିତ ଏହି ବୈଠକ ରେ ସମସ୍ତ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

ପାଞ୍ଚ ଦିନ ଧରି ଆୟୋଜିତ ଏହି କୋଣାର୍କ ମହୋତ୍ସବ ଓ ବାଲୁକା ମହୋତ୍ସବ ପାଇଁ ଆର୍ନ୍ତଜାତୀୟ କଳାକାରଙ୍କ ସମେତ ବିଭିନ୍ନ ରାଜ୍ୟର ନୃତ୍ୟଶିଳ୍ପୀ ଓ ବାଲୁକା ଚିତ୍ର ଶିଳ୍ପୀ ଯୋଗ ଦେବେ। ଘୁଙ୍ଗୁରର ତାଳେ ତାଳେ କମ୍ପିବ କୋଣାର୍କ ମୁକ୍ତାକାଶ ରଙ୍ଗ ମଞ୍ଚ। ଶାସ୍ତ୍ରୀୟ ସଙ୍ଗୀତ ଓ ବାଦ୍ୟ ପୁଣି ଥରେ ମନୋମୋହିବ ଦର୍ଶକମାନଙ୍କର। କୋଭିଡ଼ କଟକଣା କୋହଳ ହେବା ପରେ ପୁଣି ଚଳଚଞ୍ଚଳ ହେବ କୋଣାର୍କ ମହୋତ୍ସବ ଓ ଆର୍ନ୍ତଜାତୀୟ ବାଲୁକା କଳା ଉତ୍ସବ। ଆସନ୍ତା ଡିସେମ୍ବର ୧ ତାରିଖ ଠାରୁ ଡିସେମ୍ବର ୫ ତାରିଖ ପର୍ଯ୍ୟନ୍ତ ଏହି ମହୋତ୍ସବ ଆୟୋଜନ ପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି। ପୁରୀ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ କୋଣାର୍କ ଯାତ୍ରୀ ନିବାସ ଠାରେ କୋଣାର୍କ ମହୋତ୍ସବ ଓ ଆର୍ନ୍ତଜାତୀୟ ବାଲୁକା ମହୋତ୍ସବ ୨୦୨୨ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ଥର ଭାବରେ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ପୋଲିସ ପ୍ରଶାସନ ପକ୍ଷରୁ ସିସି ଟିଭିର ବ୍ୟବସ୍ଥା କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। କୋଭିଡ କଟକଣା ପାଇଁ ବନ୍ଦ ରହିଥିବା ମିନା ବଜାର ଓ ଯାତ୍ରାକୁ ଚଳିତ ବର୍ଷ ଅନୁମତି ପ୍ରଦାନ କରାଯାଇଛି। ମୀନାବଜାର ପାଇଁ ଷ୍ଟ୍ରଲର ଦାୟିତ୍ବ କୋଣାର୍କ ଏନ ଏ ଏସି ହାତରେ ରହିଛି। ଚଳିତ ବର୍ଷ ଦର୍ଶକଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି ଆଶା କରାଯାଉ ଥିବାରୁ ପୋଲିସ ପ୍ରଶାସନ ପକ୍ଷରୁ ଆଠ ପ୍ଲାର୍ଟୁନ ଫୋର୍ସ ମୁତୟନ ସହିତ ପେଟ୍ରୋଲିଂ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.