Home ଜିଲ୍ଲା ପରିକ୍ରମା ତାସ୍ ଖେଳରୁ ମହାଭାରତ, ୬ ଆହତ, ୩ ଗୁରୁତର

ତାସ୍ ଖେଳରୁ ମହାଭାରତ, ୬ ଆହତ, ୩ ଗୁରୁତର

175

ଭଦ୍ରକ, ୨୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଝିମିଟି ଖେଳରୁ ମହାଭାରତ ଭଳି ଏକ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି ଏହି ଜିଲାର ତିହିଡି ଥାନା ତାଳପଦା ପଂଚାୟତ ହରିଜନ ସାହିରେ । ସାମାନ୍ୟ ତାସ୍ ଖେଳକୁ କେନ୍ଦ୍ର କରି ଉଭୟପକ୍ଷଙ୍କ ମଧ୍ୟରେ ଯେଉଁ ତୁମୂଳ କାଣ୍ଡ ଘଟିଥିଲା, ସେଥିରେ ପରସ୍ପରର ମାରଣାସ୍ତ୍ର ପ୍ରୟୋଗରେ ୬ ଜଣ ଗୁରୁତର ହୋଇପଡିଛନ୍ତି । ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ସେମାନଙ୍କୁ କଟକ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି । ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଏହି ଗାଁରେ ଆଜି ତାସ୍ ଖେଳ ହେଉଥିବାବେଳେ କେତେକ ପିଲା ଖେଳ ଦେଖି ଅପରପକ୍ଷକୁ ଇସାରାରେ ଖେଳର ଭେଦ କହିଦେଇଥିଲେ । ଏହି ଘଟଣାକୁ ନେଇ ଗୋଟିଏ ପକ୍ଷର ଯୁବକ ସେମାନଙ୍କୁ ତାଗିଦ କରିବାରୁ ଗଣ୍ଡଗୋଳ ଆରମ୍ଭ ହୋଇଥିଲା । ସ୍ଥାନୀୟ ବୟସ୍କ ଲୋକେ ଘଟଣାର ସମାଧାନ କରିବା ପାଇଁ ଉଭୟପକ୍ଷଙ୍କୁ ବସାଇଥିଲାବେଳେ ହଠାତ୍ ଏକ ପକ୍ଷର କେତେକ ବ୍ୟକ୍ତି ଆସି ମାରଣାସ୍ତ୍ରରେ ଅତର୍କିିତ ଆକ୍ରମଣ କରିଥିଲେ । ଫଳରେ ଉଭୟପକ୍ଷଙ୍କ ମଧ୍ୟରେ ହଣାକଟା ଆରମ୍ଭ ହୋଇଥିଲା । ଦୁଇପକ୍ଷଙ୍କ ଆକ୍ରମଣ ଓ ପ୍ରତି ଆକ୍ରମଣରେ ଉଭୟପକ୍ଷର ୬ ଜଣ ଗୁରୁତର ହୋଇପଡିଥିଲେ । ସମସ୍ତଙ୍କୁ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା । ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ସେମାନଙ୍କୁ ଡାକ୍ତରଙ୍କ ପରାମର୍ଶ କ୍ରମେ କଟକସ୍ଥିତ ଏସ୍‌ସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଅନ୍ୟ ୩ ଜଣ ଏବେ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ତିହିଡି ପୁଲିସ୍ ଗାଁରେ ପହଞ୍ôଚ ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.