Home ଜିଲ୍ଲା ପରିକ୍ରମା ମୋଦି ସରକାରଙ୍କ କୃଷି ଓ କୃଷକ ବିରୋଧୀ ୩ଟି ବିଲ୍‌କୁ ପ୍ରତିବାଦ : ଓଡ଼ିଶା କୃଷକ...

ମୋଦି ସରକାରଙ୍କ କୃଷି ଓ କୃଷକ ବିରୋଧୀ ୩ଟି ବିଲ୍‌କୁ ପ୍ରତିବାଦ : ଓଡ଼ିଶା କୃଷକ ସଭାର ବିକ୍ଷୋଭ

79

ଭଦ୍ରକ, ୨୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମୋଦି ସରକାରଙ୍କ କୃଷି ଓ କୃଷକ ବିରୋଧୀ ୩ଟି ବିଲ୍‌କୁ ପ୍ରତିବାଦ କରି ଆଜି ଓଡ଼ିଶା କୃଷକ ସଭା ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । କେନ୍ଦ୍ର ସରକାର ଦେଶର ୮୫ କୋଟି କୃଷକ ଓ କୃଷିଜୀବୀମାନଙ୍କୁ ବନ୍ଧା ପକାଇ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ୍ ୧୯୫୫ କୁ ସଂଶୋଧନ ନକରି ଚାଷୀ ଉତ୍ପାଦନ ଦ୍ରବ୍ୟ ଡାଲି, ଆଳୁ, ପିଆଜକୁ କଂପାନୀ ହାତରେ ଟେକିଦେବା, କୃଷିଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ଦର ନଦେବା, ଗ୍ରାମାଞ୍ଚଳରୁ ସହରାଞ୍ଚଳରେ ଶୀତଳ ଭଣ୍ଡାର ନିର୍ମାଣ ନକରିବା, ନୂତନ ବିଦ୍ୟୁତ୍ ବିଲ୍ ୨୦୨୦ ବିଲ୍ ପାସ୍ କରି ବିଦ୍ୟୁତ୍ ମୂଲ୍ୟ ବୃଦ୍ଧି କରିବା ପ୍ରତିବାଦରେ ଓ ଡିଜେଲ-ପେଟ୍ରୋଲ ଦର ବୃଦ୍ଧିର ପ୍ରତ୍ୟାହାର, ପରିବେଶ ପ୍ରଭାବ ଜନିତ ଆକଳନ ବିଜ୍ଞପ୍ତି ବିଲ୍‌କୁ ପ୍ରତ୍ୟାହାର, ଦୁଗ୍ଧ ଓ ଦୁଗ୍ଧଜାତର ଦ୍ରବ୍ୟଗୁଡିକୁ ଆମଦାନୀ ମୁକ୍ତ, ବାଣିଜ୍ୟ ଚୁକ୍ତିନାମାକୁ ରଦ୍ଦ କରିବା ଭଳି ଦାବି ନେଇ ଆଜି ଭଦ୍ରକରେ କୃଷକ ସଭା ଓ କୃଷକ କୋ-ଅଡିନେସନ ଡାକରାରେ ଏକ ଶୋଭାଯାତ୍ରା କୃଷକ ନେତା ନିରଂଜନ ପାଣି, ରବି ନାୟକ, ଅଭିରାମ ବଳ, ବିକାଶ ନାଥ, ମଳୟ ଭୋଇ, ଗୟାଧର ସାହୁ, ନାରାୟଣ ଲେଙ୍କା, ରାଧାଶ୍ୟାମ ନାୟକଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା । ଏହି ଶୋଭାଯାତ୍ରା ବନ୍ତଛକରୁ ବାହାରି ସହର ପରିକ୍ରମା କରିବା ପରେ କରୋନା ମହାମାରୀ ଜନିତ ସାମାଜିକ ଦୂରତ୍ୱ ରକ୍ଷା କରି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ôଚ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏଥି ଉପଲକ୍ଷେ ଅନୁଷ୍ଠିତ ପ୍ରତିବାଦ ସଭାରେ ଶ୍ରମିକ ନେତା ଦିବ୍ୟସିଂହ ନାୟକ, ନିରଂଜନ ପାଣି, ବିକାଶ ନାଥ, ଗିରିଧାରୀ ନାଥ, ପ୍ରଫୁଲ୍ଲ ପାଢୀ, ସେକ୍ କମର, ରବି ନାୟକ, ବ୍ରହ୍ମାନନ୍ଦ ପରିଡା, ପୂର୍ଣ୍ଣ ଦାସ, କୀର୍ତ୍ତନ ବିଶ୍ୱାଳ ଓ ବାମଦେବ ମିଶ୍ର ପ୍ରମୁଖ ଯୋଗଦେଇ କେନ୍ଦ୍ର ସରକାରଙ୍କ କୃଷକ ମାରଣ ନୀତିକୁ ନିନ୍ଦା କରିଥିଲେ । ଏବଂ ମୋଦି ସରକାର ଦେଶର ସମସ୍ତ ରାଷ୍ଟ୍ରାୟତ, କଳକାରଖାନା ବିକ୍ରି କରିବା ସହ ୪୪ଟି ଶ୍ରମ ଆଇନ୍‌କୁ ସଂଶୋଧନ ନକରି ଶ୍ରମିକ ଓ କୃଷକ ବିରୋଧୀ ୩ଟି ବିଲ ଆଣିଥିବାରୁ, ତାହା ପ୍ରତ୍ୟାହାର କରିବାକୁ ଆହ୍ୱାନ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.