Home କେନ୍ଦୁଝର ଗ୍ରାମପଞ୍ଚାୟତ କର୍ମଚାରୀ ସଂଘର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ଗ୍ରାମପଞ୍ଚାୟତ କର୍ମଚାରୀ ସଂଘର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

38

କେନ୍ଦୁଝର,ତା ୩୦ ନଭେମ୍ବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ସଦର ବ୍ଲକ ଅଧିନସ୍ଥ ପଦ୍ମପୁର ମହାବିଦ୍ୟାଳୟ ସମ୍ମୁଖ ପଡ଼ିଆରେ ଗ୍ରାମ ପଞ୍ଚାୟତ କର୍ମଚାରୀ ସଂଘ ତଥା ଜିଲ୍ଲା କାର୍ଯ୍ୟକାରିଣୀ କମିଟିର ସୋମବାର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସାଧାରଣ ସମ୍ପାଦକ ପଟେଲ କୁମାର ମହାନ୍ତ ସଭାପତିତ୍ବ କରିଥିଲେ । ଅତିଥିଭାବେ ସଂଘର ରାଜ୍ୟ ସଂଯୋଜକ ପ୍ରମୋଦ କୁମାର ରାଉତ, ସମାଜସେବୀ କୀର୍ତନ ବିହାରୀ ଜେନା, ନିରଞ୍ଜନ ମହାନ୍ତ ପ୍ରମୁଖ ଯୋଗଦେଇ ଗ୍ରାମପଞ୍ଚାୟତମାନଙ୍କରେ କାର୍ଯ୍ୟକରୁଥିବା ୪ର୍ଥଶ୍ରେଣୀ କର୍ମଚାରୀ ପିଅନ ରାତ୍ର ଜଗୁଆଳ ଓ ଝାଡୁଦାରମାନଙ୍କୁ ଆଜିଯାଏଁ ଚାକିରୀରେ ସ୍ଥାୟୀ ମାନ୍ୟତା ମିଳିନଥିବାରୁ ଆଗାମୀ ଦିନରେ ଏହି କର୍ମଚାରୀମାନେ ସୁସଙ୍ଗଠିତ ହୋଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ପରାମର୍ଶ ଦେଇଥିଲେ । ସୂଚନା ଯୋଗ୍ୟଯେ ଜିଲ୍ଲାର ୨୯୭ ପଞ୍ଚାୟତରେ ୩୮୪ଜଣ ୪ର୍ଥଶ୍ରେଣୀ କର୍ମଚାରୀ ଅବହେଳିତ ଅବସ୍ଥାରେ ନିଜର ଦାୟିତ୍ୱ ସମ୍ପାଦନ କରୁଛନ୍ତି । ଏହି କର୍ମଚାରୀଙ୍କୁ ବେତନ ଭାବେ କେଉଁ ପଞ୍ଚାୟତରେ ୫ଶହ ତ ଆଉ କେଉଁଠି ଏକ ହଜାର ଟଙ୍କା ଦିଆଯାଉଛି । ତାହା ମଧ୍ୟ ନିୟମିତ ଭାବେ ପ୍ରତିମାସରେ ଦିଆନଯାଇ ୬ମାସ ବର୍ଷକରେ ପ୍ରଦାନ କରାଯାଉଥିବା କର୍ମକତାମାନେ ପ୍ରକାଶ କରିଛନ୍ତି । ତେଣୁ କର୍ମଚାରୀମାନଙ୍କ ମଧ୍ୟରେ ଅସନ୍ତୋଷ ଲାଗିରହିଛି । ଜଣେ କୁଶଳୀ ବା ଅଣକୁଶଳୀ ଶ୍ରମିକ ଦିନକୁ ୩୦୩ଟଙ୍କା ମଜୁରି ପାଉଥିବାବେଳେ ପଞ୍ଚାୟତ ପିଅନମାନଙ୍କୁ କାହିଁକି ଅବହେଳା କରାଯାଉଛି ବୋଲି କର୍ମଚାରୀମାନେ ପ୍ରଶ୍ନ ଉଠାଇଛନ୍ତି । ତେବେ ସର୍ବନିମ୍ନ ମଜୁରୀ ପ୍ରଦାନ ଓ ସ୍ଥାୟୀମାନ୍ୟତା ଦାବି ନେଇ ଆଗାମୀ ଦିନରେ ସଂଘ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଆନ୍ଦୋଳନ କରିବାକୁ ବୈଠକରେ ନିଷ୍ପତି ହୋଇଛି । ବୈଠକରେ ସଂଘର ଉପସଭାପତି ବସନ୍ତ ମହାନ୍ତ, ବିଭିନ୍ନ କର୍ମକର୍ତ୍ତା ରମାକାନ୍ତ ମହାନ୍ତ, ହୃଷିକେଶ ମହାନ୍ତ, ଡମ୍ବରୁଧର ଦେହୁରୀ, ଇନ୍ଦ୍ରମଣି ମହାନ୍ତ, ରୋହିତ ମହାନ୍ତ, ବିଦ୍ୟାଧର ମୁଣ୍ଡା, ନିମାଇଁ ଜେନା, କ୍ଷୀରୋଦ ନାୟକ, ନରସିଂହ ନାଏକ, ଦୁର୍ଯ୍ୟୋଧନ ନାଏକ, ନକୁଳ ଡାଙ୍ଗୁଆ, ଶ୍ରୀକାନ୍ତ ନାଏକ, ତରଣୀସେନ ବାରିକ, ଘନଶ୍ୟାମ ଖଟୁଆ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.