Home ଓଡ଼ିଶା ମିଳୁନି ଆର୍ଥିକ ସହାୟତା-ହାତୀ ଭାଙ୍ଗିଲା ଘର ଦ୍ୱାର ଅଳ୍ପକେ ବଂଚିଲେ ପରିବାର

ମିଳୁନି ଆର୍ଥିକ ସହାୟତା-ହାତୀ ଭାଙ୍ଗିଲା ଘର ଦ୍ୱାର ଅଳ୍ପକେ ବଂଚିଲେ ପରିବାର

101

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୯/୦୭-ନୟାଗଡ ଜିଲ୍ଲା ଖୋର୍ଦ୍ଧା ବନଖଣ୍ଡ ଅଧିନରେ ଥିବା ରଣପୁର ବନାଂଚଳ ଓ ଟାଙ୍ଗୀ ବନାଂଚଳ ରେ ଏକ ହାତୀଦଳ ଦୀର୍ଘଦିନ ହେଲା ରହି ଆସୁଛନ୍ତି । ଯାହା ଫଳରେ ହାତୀ ମଣିଷ ମଧ୍ୟରେ ଲଢେଇ ଚାଲିଛି । ଏହି ହାତୀଦଳ କେତେବଳେ ରଣପୁର ବନାଂଚଳରେ ତ ଆଉ କେତେବେଳେ ରଣପୁର ବ୍ଲକ୍ ଅନ୍ତର୍ଗତ ପଟିଆ ଅଂଚଳରେ । ଏହି ଅଂଚଳରେ ବସବାସ କରୁଥିବା ଲୋକମାନଙ୍କର ହାତୀପଲ ଯେତେ କ୍ଷୟକ୍ଷତି କଲେ ମଧ୍ୟ ବନବିଭାଗରୁ କେତେବେଳେ ସହାୟତା ମିଳୁନାହିଁ ତ ଆଉ କେତେବେଳେ ଯେଉଁ ସହାୟତା ମିଳୁଛି ତାହା ସମୁଦ୍ରକୁ ଶଙ୍ଖେ ।  ଗତ ୧୭ ତାରିଖ ଦିନ ପଟିଆ ଗ୍ରାମ ପଂଚାୟତ ରଣ୍ଡା ଗ୍ରାମରେ ରାତି ୩ଟା ବେଳେ ଗୋଟିଏ ଘର ହାତୀ ଭାଙ୍ଗି ଦେଇଥିବା ବେଳେ ଅଳ୍ପକେ ପରିବାର ବଂଚି ଯାଇଥିବା ଜଣା ପଡିଛି । ଘଟଣାରୁ ପ୍ରକାଶ ରଣ୍ଡା ଗ୍ରାମର ଦୋଳ ଗୋବିନ୍ଦ ପ୍ରଧାନ ରାତି ୩ଟା ବେଳେ ବାହାରକୁ ଉଠିଥିବା ବେଳେ ଘର ସାମନାରେ କଣ ଠିଆ ହୋଇଛି ବୋଲି ଟର୍ଚ୍ଚ ପକାଇ ଦେଇଥିଲେ ।

ହାତୀଟି ତାଙ୍କୁ ଆକ୍ରମଣ କରିବା ପାଇଁ ଗୋଡାଇଲା ବେଳେ ସେ ଘର ଭିତରେ କବାଟ ଦେଇ ଘରେ ପଶି ଯାଇଥିଲେ । ହାତୀ ରାଗିଯାଇ ସେ କବାଟ ଓ ଘରକୁ ଭାଙ୍ଗିଲା ବେଳେ ଛାତ ଉପରେ ଥିବା ସିମେଣ୍ଟ ନିମିଟାଲ ଖସିଯାଇ ହାତୀ ଗୋଡରେ ମାଡ ହେବାରୁ ହାତୀ ପଳାଇ ଯାଇଥିଲା । ଘର ଭିତରେ ଦୋଳ ଗୋବିନ୍ଦ ତାଙ୍କ ସ୍ତ୍ରୀ ଗୋଟିଏ ଝିଅ ଓ ୨ଜଣ ବନ୍ଧୁ ଶୋଇଥିଲେ । ଭୟଭୀତ ଅବସ୍ଥାରେ ହାତୀ ପଳାଇଲା ପରେ ଘରୁ ବାହାରିଥିବା ଜଣା ପଡିଛି । ପଟିଆ ଫରେଷ୍ଟର ଖବର ପାଇ ଘଟଣା ସ୍ଥଳ ଘର ଭଙ୍ଗା ଦେଖି ଫେରିଥିବା ଜଣା ପଡିଛି । ହେଲେ ୨ଦିନ ବିତି ଯାଇଥିଲେ ମଧ୍ୟ ବନବିଭାଗ ତରଫରୁ ଘର ନିର୍ମାଣ ପାଇଁ କୌଣସି ଆର୍ଥିକ ସହାୟତା ମିଳିନାହିଁ  । ଦୋଳ ଗୋବିନ୍ଦ ଜଣେ ନିହାତି ଗରୀବ ଶ୍ରେଣୀୟ ଲୋକ ଅଟନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.