Home ଅନୁଗୁଳ ତାଲୁକ୍ ଆଇନ୍ ସହାୟତା କମିଟି ତରଫରୁ ବିଶ୍ୱ ଶିଶୁ ଶ୍ରମ ବିରୋଧ ଦିବସ ପାଳିତ

ତାଲୁକ୍ ଆଇନ୍ ସହାୟତା କମିଟି ତରଫରୁ ବିଶ୍ୱ ଶିଶୁ ଶ୍ରମ ବିରୋଧ ଦିବସ ପାଳିତ

44

ତାଳଚେର, ୧୨/୬ (ଓଡ଼ିଆ ପୁଅ/ଅଜିତ ବେହେରା) : ତାଳଚେର ତାଲୁକ୍ ଆଇନ୍ ସହାୟତା କମିଟି ତରଫରୁ ସ୍ଥାନୀୟ ରେମୁଆଁ ନୂଆସାହି ସ୍ଥିତ ଅଙ୍ଗନୱାଡି କେନ୍ଦ୍ର ଠାରେ ଆଜି ବିଶ୍ୱ ଶିଶୁ ଶ୍ରମ ବିରୋଧ ଦିବସ ପାଳିତ ହୋଇଯାଇଛି। ସମିତିର ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ରବିନ୍ଦ୍ର କୁମାର ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଉପଖଣ୍ଡ ସ୍ତରୀୟ ବିଚାର ବିଭାଗୀୟ ଦଣ୍ଡାଧିକାରୀ ଲୋକନାଥ ମିଶ୍ର, ପ୍ରଥମଶ୍ରେଣୀ ବିଚାର ବିଭାଗ ଦଣ୍ଡାଧିକାରୀ ଅସିତ୍ କୁମାର ସାହୁ, କମିଟିର ସଦସ୍ୟ ତଥା ବରିଷ୍ଠ ଆଇନ୍ଜୀବୀ ଅରୁଣ ଶଙ୍କର ମିଶ୍ର, ରାମଚନ୍ଦ୍ର ସ୍ୱାଇଁ, ଓକିଲ ସଂଘର ସାଧାରଣ ସମ୍ପାଦକ ଦିନବନ୍ଧୁ ସାହୁ, ସରକାରୀ ଓକିଲ ଗିରିଜା ଶଙ୍କର ମିଶ୍ର, ପୂର୍ବତନ ଉପସଭାପତି ରାହାସ ଜେନା, ଆଇନ୍ଜୀବୀ ଭଗବାନ ଓଝା, ଯୁଗ୍ମ ସମ୍ପାଦକ ଚିନ୍ମୟ ରାୟ, ତାଲୁକ୍ ସମ୍ମୁଖ କାର୍ଯ୍ୟାଳୟର ଓକିଲ ରଞ୍ଜିତା ଗଡନାୟକ, ରେମୁଆଁ ୱାର୍ଡ ନଂ-୧୨ ର କାଉନ୍ସିଲର ସଞ୍ଜିବ୍ ଗଡନାୟକ, ସମାଜସେବୀ କ୍ଷିରୋଦ ସାହୁ, ପାରା ଲିଗାଲ୍ ସ୍ୱେଚ୍ଛାସେବୀ, ଅଙ୍ଗନୱାଡି କର୍ମୀ ମୀନତି ଶତପଥି ପ୍ରମୁଖ ଉପସ୍ଥିତ ରହି ଶିଶୁ ଶ୍ରମିକ ଲୋପ ପାଇବା ସମ୍ପର୍କରେ ଓ ଶିଶୁ ମାନଙ୍କ ଶିକ୍ଷା ଓ ସ୍ୱାସ୍ଥ୍ୟ ଅଧିକାର ଉପରେ ଆଲୋକପାତ କରିଥିଲେ। ଶିଳ୍ପ ସମୃଦ୍ଧ ତାଳଚେର ଅଂଚଳର ବସ୍ତି ବାସିନ୍ଦା ବ୍ୟକ୍ତିିମାନେ ଓ କିଶୋର କିଶୋରୀ ଏହି କାର୍ଯ୍ୟକ୍ରମରେ ସାମିଲ୍ ହୋଇଥିଲେ। ରେମୁଆଁ ଗ୍ରାମର ଜନଚେତନା ଯୁବକ ସଂଘର ସଭାପତି ଶିବେନ୍ଦ୍ର ବେହେରାଙ୍କ ସମେତ ସମସ୍ତ ସଭ୍ୟମାନେ ଓ ଅଙ୍ଗନୱାଡି କର୍ମି ମାମିଲତା ସେଠୀ, ସଞୁବାଳା ନାୟକ, ଆଶାକର୍ମୀ ପାଂଚାଳୀ ନାଥ ଉକ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ତାଲୁକ୍ ଆଇନ୍ ସହାୟତା କମିଟିର ସମ୍ପାଦକ ଶୁଭ୍ରାଂଶୁ ପ୍ରଧାନ କାର୍ଯ୍ୟକ୍ରମର ସଫଳ ହେବା ନିମିତ ଦାୟିତ୍ୱ ନେଇଥିଲେ। ଶେଷରେ ଆଇନ୍ଜୀବୀ ତଥା ସାମାଜିକ କର୍ମୀ ବାଉରୀବନ୍ଧୁ ବେଜ ଧନ୍ୟବାଦ ପ୍ରଦାନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.