Home ଓଡ଼ିଶା ତାଲା ବନ୍ଦ ସମୟରେ ଆଳୁ କଳାବଜାର,ଆମ୍ବୁଲାନ୍ସ ସହ ଆଳୁ ଟ୍ରକ ଜବତ ଦୁଇଜଣ ଥାନାରେ ଅଟକ

ତାଲା ବନ୍ଦ ସମୟରେ ଆଳୁ କଳାବଜାର,ଆମ୍ବୁଲାନ୍ସ ସହ ଆଳୁ ଟ୍ରକ ଜବତ ଦୁଇଜଣ ଥାନାରେ ଅଟକ

863

ମାଲକାନଗିରି,୨୮ା୩ (ଓଡିଆ ପୁଅ ) କୋଭିଡ-୧୯ କରୋନା ମହାମାରି ରୂପନେଇ ସମଗ୍ର ବିଶ୍ୱବାସୀଙ୍କ ନିଦ ହଜାଇଦେଇଥିବା ରୁ ସମଗ୍ର ଦେଶରେ ତାଲା ବନ୍ଦ ଘୋଷଣା କରାଯାଇଛି, ଏହାର ସୁଯୋଗ ନେଇ ମାଲକାନଗିରି ଜିଲ୍ଲାରେ କିଛି ଅସାଧୁ ଆଳୁବ୍ୟବସାୟୀ ବଜାରରୁ ଆଳୁ ଉଭାନ କରିଦେଇଛନ୍ତି । ଆଗରୁ ଗଛିତ ରଖିଥିବା ଆଳୁକୁ କଳାବେପାର କରିବା ଉଦେଶ୍ୟରେ ଶୁକ୍ରବାର ମଧ୍ୟରାତ୍ରରେ ଜଣେ ବ୍ୟବସାୟୀ ଏକ ଆଳୁବୋଝେଇ ଟ୍ରକ ରୁ ଆମ୍ବୁଲାନ୍ସ ରେ ଲୋର୍ଡ କରି ଅନ୍ୟତ୍ର ଚାଲାଣ କରୁଥିବା ବେଳେ ପୁଲିସ ହାବୁଡରେ ପଡି ଯାଇଛନ୍ତି ।ମାଲକାନଗିରି ବଜାରରେ ଗତ କିଛିଦିନ ହେଲା ଆଳୁର ଅଭାବ ଥିବା ବେଳେ ରିକ୍ଲାମେସନ କଲୋନିର ଜଣେ ଆଳୁବ୍ୟବସାୟୀ ଘରୋଇ ଆମ୍ବୁଲାନ୍ସ ଯୋଗେ ଆଳୁ ଲୋର୍ଡ କରି ଅନ୍ୟତ୍ର ଚାଲାଣ କରିବା ଖବର ଜିଲ୍ଲାପ୍ରଶାସନ ନିକଟରେ ପହଁଚି ଥିଲା । ଏହି ଖବର ଜାଣିବା ପରେ ଜିଲ୍ଲାପାଳ ମନୀଷଅଗ୍ରଓ୍ୟାଲ,ଏସପି ରିଶିକେଶ ଡି ଖିଲାରୀ ଙ୍କ ନିର୍ଦ୍ଦେଶ କ୍ରମେ ମାଲକାନଗିରି ଆଦର୍ଶ ଥାନା ଆଇଆଇସି ରାମପ୍ରସାଦ ନାଗ ପୁଲିସ ସଦଳବଳ ରିକ୍ଲାମେଶନ କଲୋନୀରେ ପହଁଚି ଆଳୁ ବୋଝେଇ ଟ୍ରକ,ଆମ୍ବୁଲାନ୍ସ ଜବତ କରିଥିଲେ ,ପୁଲିସକୁ ଦେଖି ଆମ୍ବୁଲାନ୍ସ ଡ୍ରାଇଭର ରାତ୍ରର ଅନ୍ଧାରରେ ଦୌଡିପଳାଇଥିଲା । ପରେ ସେଠାରେ ଉପଜିଲ୍ଲାପାଳ ରାମେଶ୍ୱର ପ୍ରଧାନ,ତହସିଲଦାର ଗୁଣନିଧି ନାୟକ ପହଁଚି ପୁଲିସ ସହିତ ଘଟଣାସଂପର୍କରେ ତଦନ୍ତ କରି ରିକ୍ଲାମେସନ କଲୋନିର ଆଳୁ ହୋଲସେଲ ବ୍ୟବସାୟୀ ହରିପଦ ସରକାର,ଟ୍ରକ ଡ୍ରାଇଭର ଚିରଜିଂବୀ ଚକ୍ରବର୍ତିଙ୍କୁ ଥାନାକୁ ନେଇ ଅଟକ ରଖିଛନ୍ତି । ଓଆର୧୦ଏଫ-୬୯୬୪ ନମ୍ବର ଆଳୁ ବୋଝେଇ ଟ୍ରକ ଓ ଓଡି୩୦୭୦୬୭ ନମ୍ବର ଘରୋଇ ଆମ୍ବୁଲାନ୍ସ କୁ ଜବତ କରି ଥାନାକୁ ନେଇଛନ୍ତି । ଟ୍ରକରେ ପ୍ରାୟ୧୫୦ବସ୍ତା ଆଳୁଥିବାର ଜଣାପଡିଛି,ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ କ୍ରମେ ଜବତ ଆଳୁ ଗୁଡିକୁ ଚିତ୍ରକୋଣ୍ଡା ,କାଲିମେଳା,ବାଲିମେଳା ଓ ମାଲକାନଗିରି ସହରରେ ସାଧାରଣ ଖାଉଟିଙ୍କୁ ସରକାରୀ ମୂଲ୍ୟରେ ବିକ୍ରୀ କରାଯିବା ପାଇଁ ନିସ୍ପତି ନିଆଯାଇଥିବାର ସହକାରୀ ଜିଲ୍ଲାଯୋଗାଣ ଅଧିକାରୀ ମନୋଜ କୁମାର ପ୍ରଧାନ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.