Home ଓଡ଼ିଶା ତାଣ୍ଡବ ରଚି ଚାଲିଗଲା ବାତ୍ୟା ୟାସ୍, ଉଜାଡିଲା ବିପନ୍ନଙ୍କ ଚାଷ-ବାସ ଏବେବି ଲୁଣାପାଣି...

ତାଣ୍ଡବ ରଚି ଚାଲିଗଲା ବାତ୍ୟା ୟାସ୍, ଉଜାଡିଲା ବିପନ୍ନଙ୍କ ଚାଷ-ବାସ ଏବେବି ଲୁଣାପାଣି ଘେରରେ ବହୁ ଗାଁ

127

ଭଦ୍ରକ, ୨୭ା୫ (ଓଡ଼ିଆ ପୁଅ/ସ୍ନିଗ୍ଧା ରାୟ) – ବାତ୍ୟା ୟାସ୍ ଆସି ତାଣ୍ଡବ ରଚି ଚାଲିଗଲା ସତ। ମାତ୍ର ତାର ପ୍ରଭାବରେ ଭଦ୍ରକ ଜିଲାର ତଳମାଳ ଅଂଚଳ ଭାବେ ପରିଚିତ ଆରଡି, ସୁନ୍ଦରପୁର, ଓଳଗ, ନାନ୍ଦପୁର ପଂଚାୟତ ଅଧୀନରେ ଥିବା ୨୧/୨୨ ଗୋଟି ଗାଁର ବିପନ୍ନଙ୍କୁ ଦେଇଯାଇଛି ଦୁଃଖ। କେଉଁଠି ବର୍ଷା, ପବନ ମାଡରେ କଚ୍ଚାଘର ଧରାଶାୟୀ ହୋଇଯାଇଛି ତ, ଆଉ କେଉଁଠି ଛପର ଘର ଉଡିଯାଇଛି। ଏପରିକି ବଡ ବଡ ଗଛ ଉପୁଡି ପଡିବାରୁ ଅନେକ ଘର ଭାଙ୍ଗିଛି। ସେହିପରି ବିଭିନ୍ନ ସ୍ଥାନରେ ବିଦ୍ୟୁତ୍ ଖୁଣ୍ଟ ଉପୁଡି ପଡିବାରୁ ବିଦ୍ୟୁତ୍ ସରବରାହ ବିଛିନ୍ନ ହୋଇଯାଇଛି। ପ୍ରଶାସନିକ ପୂର୍ବ ପ୍ରସ୍ତୁତି ଯୋଗୁଁ ଜୀବନ ସିନା ରହିଗଲା, ହେଲେ କ୍ଷେତରେ ଚାଷ ଆଉ ଗାଁରେ ବାସ ଉଜାଡିନେଲା ୟାସ୍। ବାତ୍ୟା ସମୟରେ ପୂର୍ଣ୍ଣିମା ତିଥି ରହିଥିବାରୁ ଧାମରା ନିକଟରେ ସମୁଦ୍ର ହୋଇଉଠିଥିଲା ଅଶାନ୍ତ। ଫଳରେ ଉଚ୍ଚା ଲୁଣା ଜୁଆର ପାଣି ବୈତରଣୀ ଓ ସାଳନ୍ଦୀ ନଦୀରେ ଆସି ବିଭିନ୍ନ ଅଂଚଳର କ୍ଷେତକୁ ବୁଡାଇବା ସହ ମାଡି ଯାଇଥିଲା ଜନବସତିକୁ। ଯାହାଫଳରେ ଗତ ଦୁଇଦିନ ହେବ ଲୁଣାପାଣି ଏବେବି ଅନେକ ଗାଁରେ ଲହଡି ଭାଙ୍ଗୁଥିବାରୁ ବିପନ୍ନଙ୍କର ଅବସ୍ଥା ଦୁର୍ଭିସହ ହୋଇପଡିଛି। ଅପରପକ୍ଷେ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ, ଭଦ୍ରକ ଜିଲାପାଳ ଜ୍ଞାନ ଦାସ, ଚାନ୍ଦବାଲି ତହସିଲଦାର ସୁଶାନ୍ତ ସୂତାର, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜ୍ୟୋତିବିକାଶ ଦାସ, ଆରଡି ରାଜସ୍ୱ ନିରୀକ୍ଷକ ଦେବାଶିଷ ରାୟ, ଜିଆରଏସ୍ ସତ୍ୟରଂଜନ ପତି, ବ୍ଲକ୍ ଜେଇଙ୍କ ସହ ସ୍ଥାନୀୟ ପୁଲିସ୍ ବାତ୍ୟା ଅଞ୍ଚଳକୁ ଯାଇ ବିପନ୍ନଙ୍କ ଉଜୁଡି ଯାଇଥିବା ଘର, କ୍ଷେତ ଆଦିର ଅନୁଧ୍ୟାନ କରିବା ସହ ରିପୋର୍ଟ ପ୍ରସ୍ତୁତ ଆରମ୍ଭ କରିଛନ୍ତି। ଏଥିସହ ଅଗ୍ନିଶମ ବାହିନୀଙ୍କ ପକ୍ଷରୁ ବିଭିନ୍ନ ସ୍ଥାନରେ ଉପୁଡି ପଡିଥିବା ଗଛ ସଫା କରାଯିବା ସହ ବିଦ୍ୟୁତ୍ ଖୁଣ୍ଟର ପୁନରୁଦ୍ଧାର କାର୍ଯ୍ୟ ଜାରି ରହିଛି। ବାତ୍ୟାର ଅଧିକ କ୍ଷତିଗ୍ରସ୍ତ ହୋଇଥିବା ବିଦ୍ୟୁତ୍ କିଭଳି ଶୀଘ୍ର ଲୋକଙ୍କ ପାଖରେ ପହଞ୍ôଚବ, ସେଥିପାଇଁ ଅସୁରାଳି ବିଦ୍ୟୁତ୍ ବିଭାଗ ପକ୍ଷରୁ କାର୍ଯ୍ୟ ଜାରି ରହିଥିବା ବିଷୟ କନିଷ୍ଠ ଯନ୍ତ୍ରୀ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.