Home ଓଡ଼ିଶା ତାଜା ଖବର: ଦଶହରାରେ ଦୁଃଖ ଖବର: ଦଶହରାରେ ପଞ୍ଜାବରେ ବଡ଼ ଦୁର୍ଘଟଣା, ଟ୍ରେନ ଚଢ଼ିଯିବାରୁ ୫୦...

ତାଜା ଖବର: ଦଶହରାରେ ଦୁଃଖ ଖବର: ଦଶହରାରେ ପଞ୍ଜାବରେ ବଡ଼ ଦୁର୍ଘଟଣା, ଟ୍ରେନ ଚଢ଼ିଯିବାରୁ ୫୦ ଜଣଙ୍କର ମୃତ୍ୟୁ

2416

ଅମୃତସର ୧୯-୧୦ (ଓଡ଼ିଆ ପୁଅ) ପଂଜାବର ଅମୃତସରରେ ଏକ ବଡ଼ ଟ୍ରେନ ଦୁର୍ଘଟଣା ହୋଇଯାଇଛି। ପଠାନକୋଟରେ ଅମୃତସରରୁ ଆସୁଥିବା ଏକ ଟ୍ରେନ ଚଢ଼ିଯିବାରୁ ପ୍ରାୟତଃ ୫୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଯାଇଛି।

ସୂଚନା ମତେ ଦଶହରାରେ ଦୁର୍ଘଟଣା ସେହି ସମୟରେ ହୋଇଥିଲା ଯେତେବେଳେ ଲୋକ ଅମୃତସର ନିକଟରେ ଚୌଡ଼ା ବଜାରରେ ରେଲୱେ ଟ୍ରାକ ଉପରେ ରାବଣ ଦହନ କରୁଥିଲେ। ସେହି ସମୟରେ ଟ୍ରେନ ଚଢ଼ିଗଲା ଲୋକମାନଙ୍କ ଉପରେ।

ତାଜା ସୂଚନା ଅନୁସାରେ ହଜାର ହଜାର ସଂଖ୍ୟାରେ ଭୀଡ଼ ସେଠାରେ ଥିଲା। ସେହା ସମୟରେ ସେଠାରେ ରାବଣର ଭୀଷଣ ଶବ୍ଦ କାରଣରୁ ଲୋକେ ଦୌଡ଼ୁଥିଲେ ଏବଂ ଲୋକମାନଙ୍କୁ ଟ୍ରେନର ଶବ୍ଦ ଶୁଣାଯାଇନଥିଲା। ସେହି କାରଣରୁ ଅନେକ ଲୋକ ଏହି ଟ୍ରେନ ତଳେ ଆସିଯାଇଥିଲେ। ବର୍ତ୍ତମାନ ମୃତଙ୍କ ସଂଖ୍ୟାରେ ବୃଦ୍ଧି ହେବାର ଆଶଙ୍କା ଅଛି।

https://twitter.com/RahulSa55396835/status/1053296917843791872

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.