Home କେନ୍ଦୁଝର ତରଭା ବୈତରଣୀ ଘାଟରୁ ବେଆଇନି ବାଲିଚାଲାଣକୁ ନେଇ ବଢ଼ୁଛି ଅସନ୍ତୋଷ

ତରଭା ବୈତରଣୀ ଘାଟରୁ ବେଆଇନି ବାଲିଚାଲାଣକୁ ନେଇ ବଢ଼ୁଛି ଅସନ୍ତୋଷ

98

ହାଟଡ଼ିହି,୨୦ / ୭/ : (ଓଡିଆପୁଅ / ବିକାଶ ବିଶ୍ୱାଳ)କେନ୍ଦୁଝର ଜିଲ୍ଲା ହାଟଡିହି ତହସିଲ ଅଧିନସ୍ଥ ତରଭା ବୈତରଣୀ ନଦୀଘାଟରୁ ବେଆଇନ ବାଲି ଚାଲାଣକୁ ନେଇ ଗ୍ରାମବାସୀଙ୍କ ଭିତରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି । କିଛି ବାଲିମାଫିଆ ସନ୍ଧ୍ୟାପରେ ନଦୀଘାଟରୁ ଶହଶହ ଟ୍ରାକ୍ଟର ବାଲି ଉଠାଇ ଚୋରା ଚାଲାଣ କରୁଛନ୍ତି । ଫଳରେ ରାସ୍ତାର ର୍ଅବସ୍ଥା ଶୋଚନୀୟ ହୋଇପଡୁଥିବାବେଳେ ଗାଁ ଲୋକମାନେ ଟ୍ରାକ୍ଟରର କର୍କସ ଶବ୍ଦରେ ଶୋଇପାରୁ ନାହାନ୍ତି । ଏନେଇ ତରଭା ଓ ବରେଶ୍ୱର ଗ୍ରାମର ଗ୍ରାମବାସୀ ମାନେ ବାରମ୍ବାର ପ୍ରଶାସନକୁ ଅନୁରୋଧ କରୁଥିଲେବି କୌଣସି ସୁଫଳ ମିଳୁନଥିବା କହିଛନ୍ତି । ଏପରିକି ଏନେଇ ଯିଏ ମୁହଁ ଖୋଲୁଛି ବାଲିମାଫିଆ ମାନେ ସେମାନଙ୍କୁ ଧମକ ଚମକ ଦେଉଥିବା ଅଭିଯୋଗ ହୋଇଛି । ହାଟଡିହି ତହସିଲ କର୍ତ୍ତୁପକ୍ଷ ତୁରନ୍ତ ଏନେଇ ପଦକ୍ଷେପ ନେବାକୁ ଗ୍ରାମବାସୀମାନେ ଦାବି କରିଚନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.