Home କେନ୍ଦୁଝର ଆଇତିପୁର ପଞ୍ଚାୟତ ମନରେଗା ଯୋଜନାର ତଦନ୍ତ କଲେ ବିଡିଓ

ଆଇତିପୁର ପଞ୍ଚାୟତ ମନରେଗା ଯୋଜନାର ତଦନ୍ତ କଲେ ବିଡିଓ

68

ହାଟଡ଼ିହି,୨୦ / ୭/ : (ଓଡିଆପୁଅ / ବିକାଶ ବିଶ୍ୱାଳ)କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଆଇତିପୁର ପଞ୍ଚାୟତରେ ମନରେଗା ଯୋଜନାରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ କରି ଗତ ୧୬ତାରିଖ ଦିନ ଗ୍ରାମବାସୀମାନେ ବିଡିଓଙ୍କୁ ଭେଟି ଅଭିଯୋଗ କରିବାପରେ ବିଡିଓ ବିନିତା ବିଜୟିନୀ ଓ କନିଷ୍ଠଯନ୍ତ୍ରୀ ସୁପ୍ରଭା ପ୍ରଧାନ ଉକ୍ତ ପଞ୍ଚାୟତ ଗ୍ରସ୍ଥକରି ଲୋକମାନଙ୍କ ଅଭିଯୋଗ ଶୁଣିବା ସହ ସମସ୍ତ ଉନ୍ନୟନ କାର୍ଯ୍ୟ ତଦାରଖ କରିଥିଲେ । ଗ୍ରାମବାସୀମାନେ ପଞ୍ଚାୟତର ଭାଗବତ ପୋଖରୀ ଖୋଳା ପାଇଁ ମନରେଗା ଯୋଜନାରେ ୭ଲକ୍ଷ ଟଙ୍କା ଯୋଗାଇ ଦିଆଯାଇଥିବାବେଳେ କାମ କରୁଥିବା ଠିକାଦାର ମାନେ ଏହି ମାଟିକୁ ପୋଖରୀ ଆଡିରେ ନପକାଇ ସେମାନଙ୍କ ନାମରେ ଗୋଟିଏ ଗୋଟିଏ ଲ୍ୟାଣ୍ଡଡେଭଲପମେଣ୍ଟ ଅର୍ଡର ନେଇ ତାଙ୍କ ଜମିସବୁ ସମତୁଲ କରିଛନ୍ତି । ଫଳରେ ଗୋଟିଏ ପ୍ରକଳ୍ପରେ ତିନି ତିନିଟା କାମ କରାଇଥିବା ଅଭିଯୋଗ କରିଥିଲେ । ସେହିପରି ରାସ୍ତା ନିର୍ମାଣ ପାଇଁ ପଞ୍ଚାୟତ ସମିତି ସେୟାରରେ ଅଢ଼େଇଲକ୍ଷ ଟଙ୍କା ଯୋଗାଇ ଦିଆଯାଇଥିବାବେଳେ ମାତ୍ର କମ କାମକରି ଅଧିକ ଅନୁଦାନ ଉଠାଇ ନେଇଥିବା ବିଡିଓଙ୍କ ନିକଟରେ ଅଭିଯୋଗ କରିଥିଲେ । ସେହିପରି ଦେହୁରୀ ସାହିରେ ଦୁଇଶହରୁ ଉର୍ଦ୍ଧ ଲୋକ ବସବାସ କରୁଥିବାବେଳେ ମାଟି କାଦୁଅ ରାସ୍ତାରେ ଲୋକମାନେ ଯାତାୟତ କରିପାରୁ ନାହାନ୍ତିବୋଲି ଗ୍ରାମବାସୀ ମାନେ ବିଡିଓଙ୍କୁ ଜଣାଇବା ସହ ଗାଁର ଅନେକ ବୃଦ୍ଧବୃଦ୍ଧା ଭତ୍ତା ପାଇବାରୁ ବଞ୍ଚିତ ହୋଇଥିବାବେଳେ ଅନେକ ଗରିବ ଲୋକ ଆବାସ ଯୋଜନାରୁ ବଞ୍ଚିତ ହୋଇ ଭଙ୍ଗା ଚାଳିଆରେ ବାସ କରୁଛନ୍ତି ବୋଲି ଅଭିଯୋଗ କରିଥିଲେ । ବିଡିଓ ଓ କନିଷ୍ଠଯନ୍ତ୍ରୀ କାମଗୁଡିକର ତଦାରଖ କରିବାପରେ ଗାଁ ଲୋକଙ୍କ ସହିତ ଆଲୋଚନା କରି କପରି ସୁରୁଖୁରୁରେ ଉନ୍ନୟନ କାମ ହୋଇପାରିବ ସେନେଇ ଗ୍ରାମବାସୀଙ୍କ ସହିତ ଆଲୋଚନା କରି ଉପଯୁକ୍ତ ପଦକ୍ଷେପ ନେବାକୁ କହିଥିବା ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.