Home ଓଡ଼ିଶା ‘ତତ୍ୱ ଶ୍ରୀଜଗନ୍ନାଥ’ ପୁସ୍ତକକୁ ଉନ୍ମୋଚନ କଲେ ଜଗତଗୁରୁ ଶଙ୍କରାଚାର୍ଯ୍ୟ

‘ତତ୍ୱ ଶ୍ରୀଜଗନ୍ନାଥ’ ପୁସ୍ତକକୁ ଉନ୍ମୋଚନ କଲେ ଜଗତଗୁରୁ ଶଙ୍କରାଚାର୍ଯ୍ୟ

208

ପୁରୀ ୧୧-୮ (ଓଡ଼ିଆ ପୁଅ) ଶ୍ରୀଜଗନ୍ନାଥଙ୍କ ନାମ, ଧାମ ଓ ମହିମାକୁ ନେଇ ଶ୍ରୀ ଅଖଣ୍ଡଙ୍କ ଦ୍ୱାରା ରଚିତ ‘ତତ୍ୱ ଶ୍ରୀଜଗନ୍ନାଥ’ ଆଧ୍ୟାତ୍ମିକ ପୁସ୍ତକକୁ ଶ୍ରୀମଦ୍ ଜଗତ୍ ଗୁରୁ ଶଙ୍କରାଚାର୍ଯ୍ୟ ଶ୍ରୀ ନିଶ୍ଚଳାନନ୍ଦ ସରସ୍ୱତୀ ମହାରାଜ ରବିବାର ଦିନ ଲୋକାର୍ପଣ କରିଛନ୍ତି। ପୁରୀସ୍ଥିତ ଗୋବର୍ଦ୍ଧନ ପୀଠରେ ଶଙ୍କରାଚାର୍ଯ୍ୟ ଏହି ପୁସ୍ତକକୁ ଉନ୍ମୋଚନ କରିଥିଲେ। ଏହି ପୁସ୍ତକରେ ୯ଟି ଅଧ୍ୟାୟ ରହିଛି ଓ ପ୍ରତି ଅଧ୍ୟାୟରେ ୭ଟି ଲେଖାଁଏ ସୁଲଳିତ ଗୀତ ରହିଛି। ମୋଟ୍ ୬୩ଟି ଗୀତରେ ମହାପ୍ରଭୁଙ୍କ ମହିମା ଓ ତତ୍ୱ ବର୍ଣ୍ଣନା କରାଯାଇଛି। ୬୩ଟି ଗୀତର ଟିକା ମଧ୍ୟ ୬୩ଟି ପ୍ରବନ୍ଧ ଆକାରରେ ପ୍ରକାଶ ପାଇଛି। ଜଗନ୍ନାଥ ମହାମନ୍ତ୍ର ସମିତି, ଓଡିଶା ପକ୍ଷରୁ ଏହା ପ୍ରକାଶିତ ହୋଇଛି। ମହାପ୍ରଭୁଙ୍କ କୃପାରୁ ଅଖଣ୍ଡଙ୍କ ଦ୍ୱାରା ରଚିତ ହୋଇଥିଲା ଦୁଇଟି ଅନବଦ୍ୟ ଓ ଅପୂର୍ବ ଧର୍ମ ସାହିତ୍ୟ ‘ଗୀତ ଶ୍ରୀଜଗନ୍ନାଥ’ ଓ ‘ତତ୍ୱ ଶ୍ରୀଜଗନ୍ନାଥ’। ପ୍ରଥମଟି ୨୦୧୮ ରଥଯାତ୍ରା ସମୟରେ ପ୍ରକାଶ ପାଇଥିଲା। ଏହାକୁ ମଧ୍ୟ ପୂଜ୍ୟ ଗୁରୁଜୀ ଶଙ୍କରାଚାର୍ଯ୍ୟ ଉନ୍ମୋଚିତ କରିଥିଲେ ଓ ତାଙ୍କର ଦିବ୍ୟ ସନ୍ଦେଶ ପ୍ରଦାନ କରିଥିଲେ। ‘ଗୀତ ଶ୍ରୀଜଗନ୍ନାଥ’ର ଦ୍ୱିତୀୟ ଭାଗ ଭାବେ ଏବେ ‘ତତ୍ୱ ଶ୍ରୀଜଗନ୍ନାଥ’ ପ୍ରକାଶ ପାଇଛି। ପବିତ୍ର ଏକାଦଶୀ ତିଥିରେ ପ୍ରକାଶିତ ହୋଇଥିବା ଏହି ପୁସ୍ତକ ଉନ୍ମୋଚନ ଉତ୍ସବରେ ପୁସ୍ତକର ରଚୟିତା ଶ୍ରୀ ଅଖଣ୍ଡଙ୍କୁ ଗୁରୁଜୀ ଆଶୀର୍ବାଦ ପ୍ରଦାନ କରିଥିଲେ। ଏହି ଅବସରରେ ସ୍ୱାମୀ ନିର୍ବିକଳ୍ପାନନ୍ଦ ସରସ୍ୱତୀ, ଆଦିତ୍ୟ ବାହିନୀ ଅଧକ୍ଷ ଜିତେନ୍ଦ୍ର ମହାପାତ୍ର, ମୁଖପାତ୍ର ମନୋଜ କୁମାର ରଥ, ପୀଠ ପରିଷଦର ମହାସଚିବ ଇଂ ପ୍ରଶାନ୍ତ ଆଚାର୍ଯ୍ୟ, ବ୍ରହ୍ମଚାରୀ ପ୍ରକାଶଜୀ ଓ ପୁସ୍ତକର ପ୍ରକାଶକ ଡ. ତପନ କୁମାର ଦାଶଙ୍କ ସମେତ ଦେଶର ବିଭିନ୍ନ ପ୍ରାନ୍ତରୁ ସାଧୁସନ୍ଥ ଓ ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.