Home ଓଡ଼ିଶା କମ୍ ମୂଲ୍ୟରେ ବିକ୍ରି ହେଉଛି ବନଜାତ ଦ୍ରବ୍ୟ, କ୍ଷତିରେ ଗରିବ ଆଦିବାସୀ ମହିଳା

କମ୍ ମୂଲ୍ୟରେ ବିକ୍ରି ହେଉଛି ବନଜାତ ଦ୍ରବ୍ୟ, କ୍ଷତିରେ ଗରିବ ଆଦିବାସୀ ମହିଳା

224

ରାଉରକେଲା ୧୧-୮ (ଓଡ଼ିଆ ପୁଅ/ସୁବୋଧ ନାୟକ) : ସୁନ୍ଦରଗଡ଼ ଜିଲ୍ଲା ଏକ ଆଦିବାସୀ ବହୁଳ ଜିଲ୍ଲା। ଏହି ଜିଲ୍ଲାରେ ବନଜାତ ଦ୍ରବ୍ୟ ହେଉକି ଉତ୍ପାଦିତ ସାମଗ୍ରୀ, ସବୁଠି ଠକାମୀର ଶିକାର ହେଉଛନ୍ତି ଆଦିବାସୀ ସମ୍ପ୍ରଦାୟ। ବହୁ ପରିଶ୍ରମ କରି ସଂଗ୍ରହ କରିଥିବା ଦ୍ରବ୍ୟକୁ ସ୍ୱଳ୍ପ ମୂଲ୍ୟରେ ବାହାର ବେପାରୀ ଓ ଦଲାଲଙ୍କ ହାତକୁ ଟେକି ଦେଉଛନ୍ତି। ଅପରପକ୍ଷରେ ସରକାରଙ୍କ ପକ୍ଷରୁ ବନଜାତ ଦ୍ରବ୍ୟ ବିକ୍ରୀ ଉପରେ କୌଣସି ନିର୍ଦ୍ଦିଷ୍ଟ ଦର ଲାଗୁ ନହେବା ଯୋଗୁ ସବୁ ସମୟରେ ଆଦିବାସୀ ମହିଳା ମାନଙ୍କୁ କ୍ଷତି ସହିବାକୁ ପଡୁଥିବା ଅଭିଯୋଗ ହୋଇଛଇ। ବର୍ତମାନ ବିଭିନ୍ନ ବନାଚଂଳରେ ରୁତୁକାଳୀନ ଫଳଫୁଲ ଭରପୁର ରହିଛି। ମହୁଲ ପରେ ଏବେ ଆମ୍ବର ସମୟ ଆସିଛି। ପ୍ରତିଦିନ ସକାଳେ ଗାଁର ମହିଳା ମାନେ ଜଙ୍ଗଲକୁ ଯାଇ ବିଭିନ୍ନ କିସମର ଆମ୍ବ ସଂଗ୍ରହ କରୁଛନ୍ତି। ଘରକୁ ଆସି ସେ ସବୁକୁ ପରିଷ୍କାର କରି ଚୋପା ଛଡାଇ କାଟୁଛନ୍ତି। କଟାଯାଉଥିବା ଆମ୍ବକୁ ଖରାରେ ଶୁଖାଇ ଆମ୍ବୁଲ ହେଉକି, ମିଠା ଆମ୍ବର ଆମ୍ବୁଲ ତିଆରି କରାଯାଉଛି। ବାସ୍ ତାପରେ ଆରମ୍ଭ ହେଉଛି ଶୋଷଣ। ବାହାର ବେପାରୀ ମାନେ ଗାଁକୁ ଆସି ଏସବୁକୁ ସ୍ୱଳ୍ପ ମୂଲ୍ୟରେ କିଣି ନେଇ ବାହାରେ ଚଢା ଦରରେ ବିକ୍ରି କରି ମାଲାମାଲ ହେଉଛନ୍ତି। ଏଭଳି ଦେଖିବାକୁ ମିଳିଛି ଜିଲ୍ଲାର ବଡ଼ଗାଁ, କୁଆଁରମୁଣ୍ଡା, ରାଜଗାଙ୍ଗପୁର, ବୀରମିତ୍ରପୁର, କଚାରୁ ଓ ବିଶ୍ରା ବ୍ଲକରେ ଥିବା ଗ୍ରାମାଂଚଳ ଗୁଡ଼ିକରେ।

ରାତି ପାହିଲେ, ପିଲା ଠାରୁ ବୁଢା ପର୍ୟ୍ୟନ୍ତ ସମସ୍ତେ ଏବେ ଆମ୍ବ ସଂଗ୍ରହରେ ଲାଗିଛନ୍ତି। ମହୁଲ ପରେ ଚାରକୋଳି ଓ ଏବେ ଆମ୍ବ ସଂଗ୍ରହ କରି ପରିବାର ପ୍ରତିପୋଷଣ କରୁଛନ୍ତି। ମହିଳା ମାନେ ସକାଳୁ ପିଲାଛୁଆଙ୍କୁ ଧରି ଆମ୍ବ ସଂଗ୍ରହ କରିବାକୁ ଜଙ୍ଗଲକୁ ଯାଉଛନ୍ତି। ଅପରାହ୍ନରେ ପ୍ରଚଣ୍ଡ ଖରାରେ ଘରକୁ ଫେରିବା ପରେ ପୁଣି ଲାଗୁ ପଡ଼ୁଛନ୍ତି କାର୍ୟ୍ୟରେ। ଗାଁ ଦାଣ୍ଡରେ ଥିବା ଗଛ ଛାଇରେ ମହିଳା ମାନେ ଏକାଠି ବସି ଆଣିଥିବା ଆମ୍ବର ଚୋପା ଛଡ଼ାଇ କାଟିଥାନ୍ତି। ଆମ୍ବକୁ କାଟିବା ପରେ ଶୁଖାଇ ଦିଆଯାଇ ଥାଏ। ଶୁଖିଲା ପରେ ଏହାକୁ ବିକ୍ରି କରାଯାଇଥାଏ। ବର୍ତମାନ ଏହାର ମୂଲ୍ୟ କେଜି ପ୍ରତି ୩୫ରୁ ୪୦ ଟଙ୍କା ବିକ୍ରି କରାଯାଉଛି। ପରିଶ୍ରମ କରି ଜଙ୍ଗଲରୁ ୧୦ କେଜିରୁ ୨୦ କେଜି ଆମ୍ବ ସଂଗ୍ରହ କଲେ, ସେଥିରୁ ୩ରୁ ୪ କେଜି ଆମ୍ବୁଲ ବାହାରୁଥିବା ରାମଯୋଡ଼ି ଅଂଚଳର କିଛି ଆଦିବାସୀ ମହିଳା ପ୍ରକାଶ କରିଛନ୍ତି। ଶୁଖିଲା ଆମ୍ବୁଲକୁ ବେପାରୀ ମାନେ ଆସି ମୂଲଚାଲ କରି ମାତ୍ର ୨୦ରୁ ୩୦ ଟଙ୍କା ଦେଇ କିଣି ନେଉଛନ୍ତି। ତାହାକୁ ବାହାର ବଜାରରେ ବିକ୍ରି କରି ବେପାରୀ ମାନେ ମୁନାଫା କମାଉଥିବା ଆଦିବାସୀ ମହିଳା ମାନଙ୍କ ପକ୍ଷରୁ ଅଭିଯୋଗ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.