Home କେନ୍ଦୁଝର ତଅଁଳରେ ଅଗ୍ନିକାଣ୍ଡ, ଜଳିଗଲା ୪ବଖରା ବିଧାୟକଙ୍କ ସହାୟତା

ତଅଁଳରେ ଅଗ୍ନିକାଣ୍ଡ, ଜଳିଗଲା ୪ବଖରା ବିଧାୟକଙ୍କ ସହାୟତା

281

ହାଟଡିହି- ୫ /୫/ ହାଟଡିହି ବ୍ଲକ କେ ବାଲିପାଳ ପଞ୍ଚାୟତର ତଅଁଳ ଗ୍ରାମରେ ଗତକାଲି ଅଗ୍ନିକାଣ୍ଡ ଘଟି ଗୋଟିଏ ପରିବାରର ୪ବଖରା ଘର ପୋଡି ଯାଇଛି । ଗତକାଲି ବିଦ୍ୟୁତ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟି ଦୁଖବନ୍ଧୁ ମହାରଣାଙ୍କ ୪ବଖରା ଘର ସମେତ ଘରେଥିବା ସମସ୍ତ ଧାନ, ଚାଉଳ, ଟଙ୍କା, ପଇସା ଓ ଅନ୍ୟାନ୍ୟ ଗୃହୋପକରଣ ସାମଗ୍ରୀ ପୋଡି ପାଉଁଶ ହୋଇଯାଇଥିଲା । ଖବରପାଇ ହାଟଡିହି ଦମକଳ କେନ୍ଦ୍ରର କର୍ମଚାରୀମାନେ ପହଞ୍ଚି ନିଆଁକୁ ଆୟତ କରିଥିଲେ । ଅଗ୍ନିକାଣ୍ଡ ଖବରପାଇ ଆଜି ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ ବିପନ୍ନଙ୍କ ପାଖରେ ପହଞ୍ଚି ବିପନ୍ନ ମାନଙ୍କୁ ଶାଢ଼ୀ, ଲୁଙ୍ଗି, ଗାମୁଛା, ତେଲ, ଲୁଣ, ଡାଲି, ଚୁଡା,ଚିନି, ବିସ୍କୁଟ, ସାବୁନ, ମାସ୍କ ଆଦି ବଣ୍ଟନ କରିଥିଲେ । ତାଙ୍କ ସହିତ ବାଙ୍ଗୋର ବିଜେଡି ସଭାପତି ପବିତ୍ର ମୋହନ ପେଡା, ପରେଶ କୁଅଁର, ଚିନ୍ମୟ ନାୟକ, ରବିନ୍ଦ୍ର ନାୟକ, ବସନ୍ତ ପଢ଼ିଆରୀ ଫେତୁ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.