Home କେନ୍ଦୁଝର କରୋନା ପଜେଟିଭ ଘଟଣା, ୨୩୨ ନମୁନା ସଂଗ୍ରହ

କରୋନା ପଜେଟିଭ ଘଟଣା, ୨୩୨ ନମୁନା ସଂଗ୍ରହ

488

ହାଟଡିହି- ୫ /୫/ କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ପଞ୍ଚୁଗୋଛିଆ ପଞ୍ଚାୟତର ହୀରାପୁର ଗ୍ରାମରେ ଚିହ୍ନଟ ହେବାପରେ ସମଗ୍ର ଅଞ୍ଚଳରେ କୋକୁଆଭୟ ସୃଷ୍ଟି ହୋଇଥିବା ବେଳେ ଆଜିସୁଧା ୨୩୨ଜଣଙ୍କ ନମୁନା ସଂଗ୍ରହ ପାଇଁ ପଠାଯାଇଥିବା ଜଣାଯାଇଛି । ସେହିପରି ଆଜି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ରାଭେଲିଂ ହିଷ୍ଟ୍ରି ପ୍ରକାଶ ପାଇଛି । ଉକ୍ତ ବ୍ୟକ୍ତି ଜଣକ ୨୬ତାରିଖ ଦିନ ଏକ ଟ୍ରକଯୋଗେ କଲିକତାରୁ ଭଦ୍ରକ ଆସିଥିବାବେଳେ ୨୭ତାରିଖ ଦିନ ଏକ ବାଇକ ଯୋଗେ ଭଦ୍ରକରୁ ଛେନାପଦି ପର‌୍ୟ୍ୟନ୍ତ ଯାଇଥିଲେ । ସେ ଗ୍ରାମର ଅନେକ ଲୋକଙ୍କ ସହ ମିଳାମିଶ କରିଥିବାବେଳେ ଛେନାପଦି ବଜାରରେ ଥିବା ଏକ କ୍ଲିନିକକୁ ଯାଇଥିଲେ । ଏଥିପାଇଁ ପ୍ରଶାସନ ପକ୍ଷରୁ ସେ ମିଳାମିଶା କରିଥିବା ଲୋକମାନଙ୍କୁ ସତର୍କ କରାଯିବା ସହ କ୍ୱାରେଣ୍ଟାଇନରେ ରହିବାକୁ ପରାମର୍ଶ ଦିଆଯାଇଛି । ଗତକାଲି ସୁଧା ୧୯୭ଜଣଙ୍କ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିବାବେଳେ ଆଜି ଆଉ ୨୫ଜଣଙ୍କ ନମୁନା ସଂଗ୍ରହ କରାଯାଇଛି । ଗତ ଦୁଇଦିନ ହେଲା ମୁଗୁପୁର ହାଇସ୍କୁଲରେ ଥିବା କ୍ୱାରେଣ୍ଟାଇନ ସେଣ୍ଟରରେ ୪୭ଜଣଙ୍କୁ ସଂଗରୋଧରେ ରଖାଯାଇ ପଞ୍ଚାୟତ ପକ୍ଷରୁ ସେମାନଙ୍କ ପାଇଁ ଖାଦ୍ୟପେୟର ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଉଛି । ଗତକାଲି କ୍ୱାଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇ ହୀରାପୁର, ମୁଗୁପୁର ଓ ସର୍ବେଶ୍ୱରପୁରକୁ ପଞ୍ଚୁଗୋଛିଆ ଗାଁ ଗୁଡିକୁ ବିଶୋଧନ କରାଯାଇଥିବାବେଳେ ଆଜି ବଫର ଜୋନ ଭାବେ ଘୋଷଣା କରାଯାଇଥିବା ଅବଶିଷ୍ଟ ୧୧ଟି ଗ୍ରାମରେ ବିଶୋଧନ କାର‌୍ୟ୍ୟ ଆରମ୍ଭ ହୋଇଛି । ହାଟଡିହି ଅଗ୍ନିଶମ ଅଧିକାରୀ ସୁର‌୍ୟ୍ୟମଣୀ ନାୟକ, ଆନନ୍ଦପୁର ଅଗ୍ନିଶମ ଅଧିକାରୀ ତାଙ୍କ କର୍ମଚାରୀଙ୍କ ସହିତ ୩ଟି ଗାଡିରେ ଗାଁ ଗୁଡିକୁ ବିଶୋଧନ କରାଯାଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.