Home ଅପରାଧ ଢାବା ଉପରକୁ ଅତର୍କିତ ବୋମା ମାଡ଼

ଢାବା ଉପରକୁ ଅତର୍କିତ ବୋମା ମାଡ଼

161

ପୁରୀ,୧୦/୧୦,(ଓଡ଼ିଆ ପୁଅ ପି ନାଏକ): ଢାବା ଉପରକୁ ଅତର୍କିତ ବୋମା ମାଡ଼ ।  ରାମିଚଣ୍ଡି ଥାନା ଅଧୀନ ଛଇତନା କବିରାଜପୁର ଛକରେ ଥିବା ଏକ ଥଣ୍ଡା ଦୋକାନ ଓ ଢାବା ଉପରକୁ ଲଗାତାର ଭାବେ ୫ଟି ବୋମା ମାଡ଼ କରି ଫେରାର ହୋଇଯାଇଛନ୍ତି ଦୁର୍ବୃତ୍ତ । ତେବେ ଏହି ବୋମା ମାଡ଼ କରି ୮ଜଣ ଦୁର୍ବୃତ୍ତ ଖସି ପଳାଉଥିବାବେଳେ ଜଣକୁ ସ୍ଥାନୀୟ ଲୋକେ କାବୁ କରିଛନ୍ତି । କାବୁ କରିବା ପରେ ନିସ୍ତୁକ ଛେଚି ପରେ ପୋଲିସର ଜିମା ଦେଇଛନ୍ତି । ସୂଚନା ଅନୁସାରେ, ଉକ୍ତ ଯୁବକମାନେ ଖାଇବାକୁ ଆସି ଢାବା ମାଲିକଙ୍କ ସହ କିଛି କଥାକୁ ନେଇ ଯୁକ୍ତିତର୍କ ହୋଇଥିଲା । ପରେ ସେମାନେ ସେଠୁ ରାଗି ଯାଇ ପଳାଇଥିଲେ । ହେଲେ ପରବର୍ତ୍ତୀ ସମୟରେ ପୁଣି ଆସି ଢାଵା ଉପରକୁ ବୋମା ମାଡ଼ କରିଥିଲେ ‌। ଏବେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.