Home Top News ଡ୍ୟୁଟି କରିବା ପରେ ପ୍ରତ୍ୟେହ ୧୦ କିଲୋମିଟର ଦୌଡ଼ି ଘରେ ପହଁଚି ରୋଷେଇ କରିବା, ମା’...

ଡ୍ୟୁଟି କରିବା ପରେ ପ୍ରତ୍ୟେହ ୧୦ କିଲୋମିଟର ଦୌଡ଼ି ଘରେ ପହଁଚି ରୋଷେଇ କରିବା, ମା’ ହସ୍ପିଟାଲରେ… ସାବାସ୍ ଦେଲେ ସିନେମେକର, ଭିଡ଼ିଓ

27

ନୂଆ ଦିଲ୍ଲୀ ୨୧-୩ (ଓଡ଼ିଆ ପୁଅ) ଏହା ହେଉଛି ପ୍ରତ୍ୟେକ ଦିନର ରୁଟିନ। ଡ୍ୟୁଟି ସରିବା ପରେ ପ୍ରତ୍ୟେକ ଦିନ ଦଶ କିଲୋମିଟର ଦୌଡ଼ିବା ଏବଂ ବିଳମ୍ବିତ ରାତିରେ ଯାଇ ରୋଷେଇ କରିବା ଏହି ୟାବକର ନିତିଦିନିଆ ରୁଟିନ କାମ। ଏପରି ଏକ ଭିଡ଼ିଓ ସେୟାର କରିଛନ୍ତି ସିନେମେକର ବିନୋଦ କାପ୍ରି। ଏହାକୁ ବହୁତ ଲୋକ ପ୍ରଶଂସା ମଧ୍ୟ କରୁଛନ୍ତି। ଏହାକୁ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ୪୦ ଲକ୍ଷ ଲୋକ ଦେଖିସାରିଲେଣି।
ବିନୋଦ ଲେଖିଛନ୍ତି।

“ଏହା ହେଉଛି ଶୁଦ୍ଧ ସୁନା।

ଗତକାଲି ରାତି ୧୨ରେ ନୋଏଡା ରାସ୍ତାରେ ମୁଁ ଦେଖିଲି ଏହି ପିଲାଟି କାନ୍ଧରେ ଏକ ବ୍ୟାଗ ଧରି ବହୁତ ଦ୍ରୁତ ଗତିରେ ଦୌଡ଼ୁଛି।

ମୁଁ ଭାବିଲି

କିଛି ଅସୁବିଧାରେ ପଡ଼ିଥିବ, ଲିଫ୍ଟ ଦିଆଯିବା ଉଚିତ୍।

ବାରମ୍ବାର ଲିଫ୍ଟ ଅଫର୍ କଲେ କିନ୍ତୁ ଏହାକୁ ସେ ପ୍ରତ୍ୟାଖ୍ୟାନ କଲା।

ଯଦି ଆପଣ ଏହାର କାରଣ ଶୁଣନ୍ତି ତେବେ ଆପଣ ଏହି ପିଲାକୁ ଭଲ ପାଇବେ।”

ସେ ପ୍ରତ୍ୟେହ ୧୦ କିଲୋମିଟର ଦୌଡ଼ି ଘରେ ପହଁଚି ରୋଷେଇ କରିବା କଥା କହୁଛି। ମା’ ହସ୍ପିଟାଲରେ… । ବଡ଼ ଭାଇର ନାଇଟ ଡ୍ୟୁଟି। ନିଜେ ରୋଷେଇ କରିବ। ବଡ଼ଭାଇ ନାଇଟ ଡ୍ୟୁଟି ସାରି ଆସିଲେ ଖାଇବ। ନିଜେ ମଧ୍ୟ ରୋଷେଇ କରିସାରି ଖାଇବ। ମାକ ଡୋନାଲ୍ଡରେ କରୁଛି ଡ୍ୟୁଟି। କର୍ମ ସ୍ଥଳରୁ ରୋଜ ୧୦ କିଲୋମିଟର ଦୌଡ଼ୁଛି। ବାରମ୍ବାର ଲିଫ୍ଟ ଅଫର କଲେ ମଧ୍ୟ ମନା କଲା। ଆଫଣ ନିଜେ ଦେଖିନିଅନ୍ତୁ ଭିଡ଼ିଓ। ଏହା ହେଉଛି ୨୦ ବର୍ଷ ଯୁବକର ନିତିଦିନିଆ ଅଭ୍ୟାସ।

ଯୁବକ କହୁଛି ଯେ ତା’ ନାମ ପ୍ରଦୀପ ମେହେରା। ସେ ଉତ୍ତରାଖଣ୍ଡର ଆଲମୋରା ଜିଲ୍ଲାର ବାସିନ୍ଦା ଏବଂ ତାଙ୍କର ବୟସ ୨୦ ବର୍ଷ। ସେ ନୋଏଡା ସେକ୍ଟର ୧୬ ରେ ଏକ ଫାଷ୍ଟଫୁଡ୍ ରେଷ୍ଟୁରାଣ୍ଟରେ କାମ କରେ। ତା’ର ସିଫ୍ଟ ରାତି ୧୧ ଟାରେ ଶେଷ ହୁଏ। ଏହା ପରେ ସେ ପ୍ରତିଦିନ ବାରୋଲାକୁ ୧୦ କିଲୋମିଟର ଦୌଡି ଯାଇଥାଏ।

ସେନାରେ ଯୋଗଦେବାର ସ୍ୱପ୍ନ

ପ୍ରଦୀପ ସେନାରେ ଯୋଗଦେବାକୁ ଚାହୁଁଛନ୍ତି। ସେ ସକାଳେ ପ୍ରସ୍ତୁତି କରିବାର ସୁଯୋଗ ପାଆନ୍ତି ନାହିଁ, ତେଣୁ ସେ ରାତିରେ ମଧ୍ୟ ସେହିଭଳି ଅଭ୍ୟାସ କରନ୍ତି। ଫିଲ୍ମ ପିହୁର ନିର୍ଦ୍ଦେଶକ, କାପ୍ରି ନିଜେ ଉତ୍ତରାଖଣ୍ଡର ପିଥୋରାଗଡ ଜିଲ୍ଲାର ମୂଳ ବାସିନ୍ଦା ଏବଂ ତାଙ୍କ ପିତା ସେନାରେ ଅଛନ୍ତି। ପ୍ରଦୀପର ସେନାରେ ଯୋଗଦେବାକୁ ଇଚ୍ଛା ଦେଖି ସେ କୁମାଓନିରେ କଥା ହେବା ଆରମ୍ଭ କରି ତାଙ୍କ ପରିବାର ବିଷୟରେ ପଚାରନ୍ତି।

ଏହି ଭିଡ଼ିଓ ଦେଖି ନାନା ଲୋକେ ବିଭିନ୍ନ ମତ ଦେଉଛନ୍ତି। ଆପଣ ମଧ୍ୟ ନିଜର ମତାମତ ଦେଇପାରିବେ। ଦେଖନ୍ତୁ ଭିଡ଼ିଓ …

0

https://twitter.com/vinodkapri/status/1505535421589377025

ଏହାକୁ ଦେଖି କ୍ରିକେଟର ହରଭଜନ ସିଂ, କେନ୍ଦ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର, କଂଗ୍ରେସର ବରିଷ୍ଠ ନେତା ହରିଶ ରାୱତଙ୍କ ସମେତ ଅନେକ ଲୋକ ପ୍ରଦିପଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.