Home ଓଡ଼ିଶା ଡ୍ରଗ୍ସ ମାମଲାରେ ରିୟାଙ୍କୁ ଆଜି ପୁଣି ଏନସିବି କରିବ ପଚରା ଉଚରା – ରିୟାଙ୍କ ଗିରଫ...

ଡ୍ରଗ୍ସ ମାମଲାରେ ରିୟାଙ୍କୁ ଆଜି ପୁଣି ଏନସିବି କରିବ ପଚରା ଉଚରା – ରିୟାଙ୍କ ଗିରଫ ଉପରେ ଝୁଲୁଛି ଖଣ୍ଡା

56

ନୂଆଦିଲ୍ଲୀ ୦୭ ସେପ୍ଟେମ୍ବର (ଓଡ଼ିଆ ପୁଅ) ଏନସିବି ସୁଶାନ୍ତ ସିଂ ରାଜପୁତ ମାମଲାର ଡ୍ରଗ୍ସ ଆଙ୍ଗେଲ ଉପରେ ସମ୍ପୂର୍ଣ୍ଣ ଜାଞ୍ଚ କରୁଛି। ଡ୍ରଗ୍ସ ସମ୍ପର୍କରେ ଶୌଭିକ୍ ଚକ୍ରବର୍ତ୍ତୀ ଏବଂ ସାମୁଏଲ୍ ମିରାଣ୍ଡାଙ୍କୁ ଗିରଫ କରି ରିମାଣ୍ଡରେ ଆଣିଛି ଏନସିବି। ଏବେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ଉପରେ ଗିରଫ ହେବାର ଖଣ୍ଡା ଝୁଲୁଛି। ରବିବାର ଦିନ ଏନସିବି ରିୟାଙ୍କୁ ପଚରାଉଚରା କରିଥିଲା। ଏହି ସମୟରେ, ରିୟା ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇଥିଲେ। ଆଜି ରିୟାଙ୍କୁ ପୁଣି ପଚରାଉଚରା ପାଇଁ ଡକାଇଛି ଏନସିବି। ସୁଶାନ୍ତଙ୍କ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ଜାରି ରହିଛି।

ରିୟା ଚକ୍ରବର୍ତ୍ତୀ ମୁମ୍ବାଇ ପୋଲିସର ସୁରକ୍ଷା ଅଧୀନରେ ଏନସିବି କାର୍ଯ୍ୟାଳୟରେ ପହଁଚିଛନ୍ତି। ରିୟାଙ୍କୁ ପ୍ରଶ୍ନ ପଚାରିବା ପାଇଁ NCB ର ପ୍ରଶ୍ନ ତାଲିକା ପ୍ରସ୍ତୁତ ରହିଛି। ଏନସିବି ଆଜି ରିୟାଙ୍କୁ ଗିରଫ କରିପାରେ ବୋଲି ଜଣାପଡ଼ୁଛି। ରବିବାର ଦିନ ରିୟାଙ୍କୁ ମଧ୍ୟ ପଚରାଉଚରା କରାଯାଇଥିଲା। ଆଜି ସାମୁଏଲ-ଦୀପେଶ-ଶୋଭିକଙ୍କ ସାମ୍ନାରେ ରିୟାଙ୍କୁ ପଚରାଯିବ।

ଗତକାଲି ଅନୁଜ କେସୱାନୀ ନାମକ ଜଣେ ଡ୍ରଗ୍ ବେପାରୀଙ୍କୁ ମୁମ୍ବାଇରୁ ଗିରଫ କରାଯାଇଥିଲା। ତାହା ପାଖରୁ ହାଶିଶ, ଗଞ୍ଜା ଏବଂ ବିଦେଶୀ ମୁଦ୍ରା ଉଦ୍ଧାର କରାଯାଇଥିଲା। ଅନୁଜଙ୍କ ପରେ ବର୍ତ୍ତମାନ ଡ୍ରଗ୍ସ ମାମଲାର ବ୍ୟବସାୟିକ କୋଣ ଅନୁଧ୍ୟାନ କରାଯିବ। ଅନୁଜ, କାଇଜାନ ଇବ୍ରାହିମ ସହ ସିଧାସଳଖ ଯୋଗାଯୋଗରେ ଥିଲା ଯାହାକୁ ଏନସିବି ପୂର୍ବରୁ ଗିରଫ କରିଛି। କାଇଜାନ ଅନୁଜଠାରୁ ଡ୍ରଗ୍ସ ନେଉଥିଲା ଏବଂ ସୁଶାନ୍ତଙ୍କ କର୍ମଚାରୀ (ମିରାଣ୍ଡା ଏବଂ ଅନ୍ୟମାନଙ୍କୁ) ଦେଉଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.