Home ଜିଲ୍ଲା ପରିକ୍ରମା ଓଷ୍ଟା ତରଫରୁ ବନ୍ୟା ବିପନ୍ନ ଅଞ୍ଚଳରେ ରିଲିଫ ବଣ୍ଟନ

ଓଷ୍ଟା ତରଫରୁ ବନ୍ୟା ବିପନ୍ନ ଅଞ୍ଚଳରେ ରିଲିଫ ବଣ୍ଟନ

69

ଭଦ୍ରକ, ୬ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଭଦ୍ରକ ଜିଲ୍ଲାର ଧାମନଗର ବ୍ଳକରେ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ପକ୍ଷରୁ ଆଜି ବନ୍ୟା ବିପନ୍ନଙ୍କୁ ଚୁଡା, ଚିନି, ବିସ୍କୁଟ ଶୁଖିଲା ଖାଦ୍ୟ ସହିତ ମହମବତୀ, ଦିଆସିଲି, ସାବୁନ ଇତ୍ୟାଦି ବଣ୍ଟନ କରାଯାଇଛି। ଓଷ୍ଟାର ରାଜ୍ୟ କୋଷାଧ୍ୟକ୍ଷ ଅଶୋକ ମହାପାତ୍ର, ଯୁଗ୍ମ ସାଧାରଣ ସମ୍ପାଦକ ରଂଜନ ଦାଶ, ସମ୍ପାଦିକା ସୁରଜିତା ନାୟକ, ସହସମ୍ପାଦକ ପୂର୍ଣ୍ଣଚନ୍ଦ୍ର ଦାଶ, କାର୍ଯ୍ୟକାରୀ ସଭ୍ୟ ଅକ୍ଷୟ ହୋତା, ସମ୍ପାଦକ ପଧୁସୂଦନ ଦେ, ଭଦ୍ରକ ଜିଲ୍ଲାର ସଭାପତି ଉପେନ୍ଦ୍ର ପ୍ରସାଦ ପାଢୀ, ସମ୍ପାଦକ ମଧୁସୂଦନ ଦେ, ପର୍ଶୁରାମ ପାତ୍ର, ଧାମନଗର ବ୍ଲକର ସମ୍ପାଦକ ହେମନ୍ତ ସୂତାର, ସଭାପତି ରମାକାନ୍ତ ପରିଡା, ପ୍ରଦୀପ ବସନ୍ତିଆ, ସାଧୁ ଚରଣ ଷଡଙ୍ଗୀ, ବୈକୁଣ୍ଠ ନାଥ ବିଶ୍ୱାଳ, ମନୋରଂଜନ ପଣ୍ଡା, ଶଶୀଶେଖର କରଶର୍ମା, ଶରତ ଦାସ, ଗଙ୍ଗାଧର ବେହେରା ପ୍ରମୁଖ ରିଲିଫ ବଣ୍ଟନ କରିଥିଲେ। ଧାମନଗର ବ୍ଲକର ବୟାଙ୍ଗଡିହ ପଞ୍ଚାୟତର ଛନ୍ଦାସାହି, ଜେନାସାହି, ଆମ୍ବିଳ ଗାଁର ଜେନାସାହି, ସଇଜାଫର (ଗୁଡପୋଖରୀ), ଅସ୍ତଳର ମଳିକ ସାହି ଗୁଡିକ ଗ୍ରାମରେ ବନ୍ୟା କ୍ଷତିଗ୍ରସ୍ତ ଲୋକଙ୍କୁ ରିଲିଫ୍ ଦିଆଯାଇଥିଲା। ଚିର ବନ୍ୟା ପ୍ଳାବିତ ଧାମନଗର ଅଞ୍ଚଳ ଅଧିବାସୀମାନେ ବୈତରଣୀ, କୋଚିଳା, ଗେଙ୍ଗୁଟି, ରେବ, କପାଳି ନଦୀର ବନ୍ୟା ଦ୍ୱାରା କ୍ଷତିଗ୍ରସ୍ତ ଲୋକଙ୍କ ନିକଟରେ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ସବୁ ସମୟରେ ପ୍ରାକୃତିକ ଦୁର୍ବିପାକ ବେଳେ ଲୋକଙ୍କ ସହ ବିପଦର ବନ୍ଧୁ ଭାବେ ସହାୟତା ପ୍ରଦାନ କରି ଆସିଛି। ଓଷ୍ଟା ରାଜ୍ୟ, ଜିଲ୍ଲା, ବ୍ଳକ ନେତୃତ୍ୱଙ୍କର ଏହି ମାନବୀୟ କାର୍ଯ୍ୟକୁ ଧାମନଗର ଅଞ୍ଚଳର ବନ୍ୟା କ୍ଷତିଗ୍ରସ୍ତ ଲୋକେ ଭୂୟସୀ ପ୍ରଶଂସା କରିଥିଲେ।ବଳ, ଡାକ୍ତର ପ୍ରଭାତ ପଢିଆରୀ, ସୁବାସ ଚନ୍ଦ୍ର ପଢିଆରୀ, ସୁବାସ ରାଉତଙ୍କ ସମେତ ଆଇନଜୀବୀ, ସାମ୍ବାଦିକ, ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇ ଏହି ପର୍ବ ଶାନ୍ତି, ମୈତ୍ରୀ, ସହଯୋଗ ଓ ଆଧ୍ୟାତ୍ମିକ ଚେତନାର ଏକ ସଫଳ ବାର୍ଷିକ ଗଣପର୍ବ ବୋଲି ମତବ୍ୟକ୍ତ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.