Home Top News ଡ୍ରଗ୍ସ୍ ଚୋରା କାରବାର ଉପରେ ଓଡିଶା ପୋଲିସ ସ୍ୱତନ୍ତ୍ର ଅଭିଯାନ : ଡ୍ରଗ୍ସ ବ୍ୟବସାୟୀଙ୍କ ୩.୫...

ଡ୍ରଗ୍ସ୍ ଚୋରା କାରବାର ଉପରେ ଓଡିଶା ପୋଲିସ ସ୍ୱତନ୍ତ୍ର ଅଭିଯାନ : ଡ୍ରଗ୍ସ ବ୍ୟବସାୟୀଙ୍କ ୩.୫ କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତି

60

ଭୁବନେଶ୍ୱର ୪ -୧୦ (ଓଡ଼ିଆ ପୁଅ) ଡ୍ରଗ୍ସ୍ ଚୋରା କାରବାର ଉପରେ ଓଡିଶା ପୋଲିସ ସ୍ୱତନ୍ତ୍ର ଅଭିଯାନ ଜାରି ରଖିଛି। ଗତ ୨ ବର୍ଷ ଧରି ବ୍ରାଉନ ସୁଗର ଓ ଗଞ୍ଜେଇ ବିପୁଳ ପରିମାଣରେ ଜବତ କରାଯାଇଛି। ଗତ ଫେବୃଆରୀ ମାସରେ ମାଲକାନଗିରି ଜିଲ୍ଲାର ଏମ୍‌ଭି – ୭୯ ଥାନାରେ ବିପୁଳ ପରିମାଣର ଗଞ୍ଜେଇ ଜବତ କରାଯାଇଥିଲା। ଏହି ଗଞ୍ଜେଇ ଚୋରା କାରବାରରେ ବହୁ ଅସାଧୁ ବ୍ୟବସାୟୀ ସାମିଲ ହୋଇ ବିପୁଳ ପରିମାଣରେ ଅର୍ଥ ରୋଜଗାର କରିଥିବା ପୋଲିସ ତଦନ୍ତ ସମୟରେ ଜାଣିବାକୁ ପାଇଥିଲା। ସେହି ଅନୁଯାୟୀ ସେମାନଙ୍କ ସମ୍ପତ୍ତି ବାଜ୍ୟାପ୍ତି କରିବା ପାଇଁ କୋଲକାତା ସ୍ଥିତ ଭାରତ ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ, ରାଜସ୍ୱ ବିଭାଗର ଅଧିକାରୀଙ୍କୁ ଅନୁରୋଧ କରାଯାଇଥିଲା। ସେହି ଅନୁଯାୟୀ, NDPS Act ର ଧାରା ୫(A) ଅନୁଯାୟୀ ସମ୍ପୃକ୍ତ ବ୍ୟବସାୟୀଙ୍କ ଅର୍ଥ ରୋଜଗାର ସମ୍ପର୍କିତ ତଦନ୍ତ ଆରମ୍ଭ କରାଯାଇଥିଲା। ଡ୍ରଗ୍ସ ବ୍ୟବସାୟୀଙ୍କ ୫ଟି ବିଲ୍ଡିଂ, ୬ଟି ଗାଡି, ୧୨ ଟି ବ୍ୟାଙ୍କ ଆକାଉଣ୍ଟ ମିଶି ସମୁଦାୟ ୩.୫ କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତି କରାଯାଇଛି ବୋଲି DGP ଅଭୟ ସୂଚନା ଦେଇଛନ୍ତି୤ ଏହି ସଫଳତା ପାଇଁ DGP ଅଭୟ ମାଲକାନଗିରି ପୋଲିସକୁ ସାଧୁବାଦ ଜଣାଇଛନ୍ତି। ଆଗାମୀ ଦିନରେ ଡ୍ରଗ୍‌ସ୍‌ବ୍ୟବସାୟୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି DGP ଅଭୟ ଚେତାବନୀ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.