Home କେନ୍ଦୁଝର ଯୋଜନ ଯୋଜନ ଦୁରରେ ସରକାରୀ ଯୋଜନା ଅସହାୟ ଅବସ୍ଥାରେ ଉଦୟନାଥ ଓ ମହେନ୍ଦ୍ର

ଯୋଜନ ଯୋଜନ ଦୁରରେ ସରକାରୀ ଯୋଜନା ଅସହାୟ ଅବସ୍ଥାରେ ଉଦୟନାଥ ଓ ମହେନ୍ଦ୍ର

109

ହାଟଡିହି, ୫ । ୧୦ (ଓଡିଆପୁଅ / ବିକାଶ ବିଶ୍ୱାଳ)ସରକାର ଗରିବ ଲୋକମାନଙ୍କ ସ୍ୱାସ୍ଥ୍ୟସେବା ପାଇଁ ଯୋଜନା ପରେ ଯୋଜନା ମାନ କରିଚାଲିଛନ୍ତି । ହେଲେ ହାଟଡିହି ବ୍ଲକ ଢ଼େଙ୍କା ପଞ୍ଚାୟତର ଉଦୟନାଥ ଓ ମହେନ୍ଦ୍ରଙ୍କ ପାଇଁ ଏହିସବୁ ଯୋଜନା ସବୁ ଯୋଜନ ଯୋଜନ ଦୁରରେ ରହିଯାଇଛି । ଜଣେ ଦୁରାରୋଗ୍ୟ ରୋଗୀ ହାଟପଡିଆରେ ଦିନ କାଟୁଥିବାବେଳେ ଆଉ ଜଣେ ନିଜ ଗୋଡ ଘାଆକୁ ଧରି ଘରେ ପଡିରହି ଜୀବନ ଜିଇଁବା ପାଇଁ ଲଢ଼େଇ କରୁଛନ୍ତି । ଖବରରୁ ଜଣାଯାଇଛି ଯେ ଢ଼େଙ୍କା ପଞ୍ଚାୟତ ସଙ୍ଗମ ଗ୍ରାମର ଉଦୟନାଥ ଦେହୁରୀ । ସେ ଦୀର୍ଘଦିନ ହେବ ଦୁରାରୋଗ୍ୟରେ ପଡି ଚିକିତ୍ସିତ ହୋଇଥିଲେ ମଧ୍ୟ ତାଙ୍କ ଘାଆ ଭଲ ହେଉ ନାହିଁ । ସେ ପୁର୍ବରୁ ଛକ ବଜାରରେ ବୁଲି ବୁଲି ସୁମଧୁର ସଙ୍ଗୀତ ଗାଇ ମାଗିଯାଚି ଯାହା ପାଉଥିଲେ ସେଇଥିରେ ଚଳୁଥିଲେ । ପରିବାରର କେହି ନଥିବାରୁ ସେ ଯେଉଁଠି ରାତି ହୁଏ ସେଇଠି ରହୁଥିଲେ । ଏବେ ତାଙ୍କର ବାସସ୍ଥାନ ପାଲଟିଛି ଢ଼େଙ୍କା ହାଟ ଚାଳି । ଗୋଡ ଓ ହାତର କ୍ଷତ ଶୁଖୁ ନଥିବାବେଳେ ବୃଦ୍ଧା ବସ୍ଥାରେ ସେଠାରେ ପଡି ରହିଛନ୍ତି । ସରକାରଙ୍କ ପକ୍ଷରୁ ମିଳୁଥିବା ଭତ୍ତା ଓ ସ୍ଥାନୀୟ ଲୋକମାନେ ଯାହା କିଛି ଦେଉଛନ୍ତି ସେଇଠି ଖାଇ ସେଇ ଯାଗାରେ ଶୋଇ ଜୀବନ କାଟୁଛନ୍ତି ।
ସେହିପରି ଅନ୍ୟଜଣେ ହେଉଛନ୍ତି ଢ଼େଙ୍କା ଗ୍ରାମର ମହେନ୍ଦ୍ର ଦେହୁରୀ । ସେ ଗତ କିଛିବର୍ଷ ତଳେ ଏକ ଦୁର୍ଘଟଣାର ଶୀକାର ହେବାରୁ ତାଙ୍କର ଗୋଡରେ କ୍ଷତ ହୋଇଥିଲା । ସେହିଦିନ ଠାରୁ ଆଉ ତାଙ୍କର ଘାଆ ଭଲ ହେଉ ନାହିଁ । ତାଙ୍କ ପରିବାରଟି ସମ୍ପୁର୍ଣ୍ଣ ତାଙ୍କ ଉପରେ ନିର୍ଭରଶୀଳ ଥିବାବେଳେ ଘରେ ଅର୍ଥର ଅଭାବ ଯୋଗୁଁ ଠିକଭାବେ ଚିକିତ୍ସିତ ହୋଇ ପାରିଲେ ନାହିଁ । ଗାଁ ଲୋକଙ୍କ ସାହାଯ୍ୟରେ ଏବେ ପରିବାରଟି ସମ୍ପୁର୍ଣ୍ଣ ନିର୍ଭର କରୁଛି । ପାଖରେ ପଇସା ନଥିବାରୁ ପରିବାର ଲୋକେ ବାହାରକୁ ନେଇ ଚିକିତ୍ସା କରାଇ ପାରୁ ନାହାନ୍ତି । ଏଣୁ ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟିଦେଇ ଉଦୟ ଓ ମହେନ୍ଦ୍ରଙ୍କ ଚିକିତ୍ସା କରାଇବା ଦିଗରେ ପଦକ୍ଷେପ ନେଲେ ସେମାନେ ସୁସ୍ଥ ହୋଇ ପାରନ୍ତେ ବୋଲି ଗ୍ରାମବାସୀ ମାନେ ଆଶା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.