Home ଜିଲ୍ଲା ପରିକ୍ରମା ତହସିଲଦାରଙ୍କ ଦ୍ୱାରା ବେଆଇନ୍ ବାଲିବୋଝେଇ ଦୁଇଟି ଟ୍ରାକ୍ଟର ଜବତ, ଜରିମାନା ଆଦାୟ

ତହସିଲଦାରଙ୍କ ଦ୍ୱାରା ବେଆଇନ୍ ବାଲିବୋଝେଇ ଦୁଇଟି ଟ୍ରାକ୍ଟର ଜବତ, ଜରିମାନା ଆଦାୟ

37

ଭଦ୍ରକ, ୫ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମନଗର ତହସିଲ ଅଂଚଳରେ ବେଆଇନ୍ ଭାବେ ବାଲିଚାଲାଣ ଦିନକୁ ଦିନ ବଢିଚାଲିଛି । ସରକାରଙ୍କୁ ରାଜସ୍ୱ ଫାଙ୍କି ଅସାଧୁ ବ୍ୟବସାୟୀ ମାନଙ୍କ କାରବାର ଚଳାଉଥିବାବେଳେ ସ୍ଥାନୀୟ ପ୍ରଶାସନ ମଝିରେ ମଝିରେ ଚଢାଉକରି ମାଲିକଙ୍କ ଠାରୁ ଜରିମାନା ଆଦାୟ କରୁଛନ୍ତି । ମଙ୍ଗଳବାର ପୂର୍ବାହ୍ନରେ ଷେଣ୍ଢପୁର-ଧାମନଗର ରାସ୍ତାରେ ବେଆଇନ୍ ବାଲିଚାଲାଣ ହେଉଥିବାବେଳେ ଧାମନଗର ଭାରପ୍ରାପ୍ତ ତହସିଲଦାର କ୍ଷୀରୋଦ କୁମାର ପଣ୍ଡା ଦୁଇଟି ବେଆଇନ୍ ବାଲିବୋଝେଇ ଟ୍ରାକ୍ଟରକୁ ଚଢାଉକରି ଜବତ କରିଥିବା ଜଣାଯାଇଛି । ଏଥିସହିତ ଟ୍ରାକ୍ଟର ମାଲିକଙ୍କ ଠାରୁ ୧୪ ହଜାରରୁ ଉର୍ଦ୍ଧ୍ୱ ଟଙ୍କା ଶ୍ରୀ ପଣ୍ଡା ଜରିମାନା ଆଦାୟ କରିଥିବା ଅତିରିକ୍ତ ତହସିଲଦାର ଅନୁପ କୁମାର ବେହେରାଙ୍କ ଠାରୁ ସୂଚନା ମିଳିଛିି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.