Home ଓଡ଼ିଶା ଡେଲାଙ୍ଗ ତହସିଲଦାରଙ୍କୁ ଆକ୍ରମଣ ଅଭିଯୋଗ

ଡେଲାଙ୍ଗ ତହସିଲଦାରଙ୍କୁ ଆକ୍ରମଣ ଅଭିଯୋଗ

65

ପୁରୀ ୨୭-୮ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ପୁରୀ ଜିଲ୍ଲା ଡେଲାଙ୍ଗ ତହସିଲଦାର ଦିଲ୍ଲୀପ କୁମାର ଷଡ଼ଙ୍ଗୀଙ୍କୁ ଆକ୍ରମଣ ଅଭିଯୋଗ ହୋଇଛି। ପଥର ଚୋରା ଚାଲାଣ ହେଉଥିବା ଗାଡ଼ିକୁ ଚଢ଼ାଉ ବେଳେ ହୋଇଛି ଆକ୍ରମଣ ହୋଇଥିବା କୁହାଯାଉଛି। ଜବତ କରିଥିବା ଟ୍ରାକ୍ଟରକୁ ଜୋର ଜବରଦସ୍ତ ଛଡାଇ ନେଇଥିଲେ ଦୁର୍ବୃତ୍ତ। ଡେଲାଙ୍ଗ ଥାନାରେ ଅଭିଯୋଗ ପରେ ୫ ଟ୍ରାକ୍ଟର ଜବତ ହୋଇଛି। ସୂଚନା ଅନୁସାରେ ଡେଲାଙ୍ଗ ତହସିଲଦାର ଦିଲ୍ଲୀପ କୁମାର ଷଡ଼ଙ୍ଗୀ ଘଟଣା ସ୍ଥଳରେ ପହଞ୍ଚିବା ପରେ ପଥର ନେଇ ଯାଇଥିବା ଗାଡ଼ିକୁ ଜବତ କରିଥିଲେ। କିନ୍ତୁ ପଥର ମାଫିଆମାନେ ପଥର ବୋଝେଇ ଟ୍ରାକ୍ଟରକୁ ଜବତ କରିଥିଲେ ମଧ୍ୟ ତହସିଲଦାରଙ୍କୁ ଆକ୍ରମଣ କରି ଟ୍ରାକ୍ଟରକୁ ଛଡ଼ାଇ ନେଇଥିଲେ। ଏ ନେଇ ଡେଲାଙ୍ଗ ଥାନାରେ ଅଭିଯୋଗ କରିଥିଲେ ତହସିଲଦାର। ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୫ ଟି ଟ୍ରାକ୍ଟରକୁ ଜବତ କରିଥିବା ବେଳେ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.