Home କୋରାପୁଟ ଡୁମୁରିପୁଟରେ ଜରୁରୀକାଳୀନ ମକଡ୍ରିଲ

ଡୁମୁରିପୁଟରେ ଜରୁରୀକାଳୀନ ମକଡ୍ରିଲ

81

କୋରାପୁଟ ୨୪-୧୨(ଓଡିଆ ପୁଅ /ରଂଜନ ଦାସ) ରାସ୍ତାରେ ପେଟ୍ରୋଲ,ଡିଜେଲ  ଓ ଗ୍ୟାସ  ବୋଝେଇ ଗାଡି ଦୁର୍ଘଟଣାଗସ୍ତ ହୋଇ ଅଗ୍ନିକାଣ୍ଡ ହେଲେ କିପରି ଉଦ୍ଧାର କରାଯାଇପାରିବ ସେଥି ନିମନ୍ତେ ଆଜି ଡୁମୁରିପୁଟଠାରେ ଏକ ଜରୁରୀକାଳୀନ ମକଡ୍ରିଲ କରାଯାଇଥିଲା ।ଏଥିରେ କୋରାପୁଟ ଅତିରିକ୍ତ ଜିଲ୍ଲାପାଳ ରାମେଶ୍ୱର ପ୍ରଧାନ ,ନାଲକୋ ଜିଜିଏମ ଏନ.ମହାରଣା ,ହାଲ ସିଜିଏମ ଏମ.ମହାକୁଡ,ହାଲ ଅଗ୍ନିଶମ ବିଭାଗ ମୁଖ୍ୟ ବି.କେ.ପାତ୍ର ,ନାଲକୋ ସେଫ୍ଟି ଅଫିସର ଆର.ଆର.ସେଠୀ ,ଡିଏସପି ତପନ କୁମାର ମହାନନ୍ଦ ପ୍ରମୁଖ ଯୋଗଦେଇଥିଲେ ।କାର୍ଯ୍ୟକ୍ରମକୁ କାରଖାନା ଓ ବାଷ୍ପିତ ବିଭାଗ ଜୟପୁର ଜୋନର ସହାୟକ ନିର୍ଦ୍ଦେଶକ ସ୍ୱାଧିନ କୁମାର ବେହେରା ଓ ଜରୁରୀକାଳୀନ ଅଧିକାରୀ ଜ୍ଞାନଜିତ ତ୍ରୀାପଠୀ ଯୋଗଦେଇ ପରିଚାଳନା କରିଥିଲେ ।ହାଲ ସୁନାବେଡା ,ନାଲକୋ ଓ କୋରାପୁଟ ଅଗ୍ନିଶମ ବିଭାଗ କର୍ମଚାରୀମାନଙ୍କ ସହ ବେସାମରିକ ପ୍ରତିରକ୍ଷା ବାହିନୀ ଏବଂ ଓଡ୍ରାଫର କର୍ମକର୍ତା ଯୋଗଦେଇ ମକଡ୍ରିଲ କରିଥିଲେ ।ପୋଲିସ ଓ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ମଧ୍ୟ ସାମିଲ ହୋଇଥିଲେ ।ରାସ୍ତାରେ ଦୁର୍ଘଟଣା ଘଟିଲେ ଜିଲ୍ଲା ପ୍ରଶାସନ ଓ ନିକଟବର୍ତି ଶିଳ୍ପ ଅନୁଷ୍ଠାନ ସହେଯାଗରେ କିପରି ନିୟନ୍ତ୍ରଣ କରାଯାଇପାରିବ ସେଥି ନିମନ୍ତେ ମକଡ୍ରିଲ କରାଯାଇଥିଲା ବୋଲ ି କାରଖାନା ଓ ବାଷ୍ପିତ ବିଭାଗ ଜୟପୁର ଜୋନର ସହାୟକ ନିର୍ଦ୍ଦେଶକ ଶ୍ରୀ ବେହେରା ପ୍ରକାଶ କରିଥିଲେ ।ରାସ୍ତାରେ ପେଟ୍ରୋଲ ,ଡିଜେଲ ଓ ଗ୍ୟାସ ଗାଡି ଦୂର୍ଘଟଣା ହୋଇ ଅଗ୍ନିକାଣ୍ଡ ହେଲେ  କିପରି ରୋକାଯାଇପାରିବ ଓ ଲୋକଙ୍କୁ ସୁରକ୍ଷିତ ଭାବରେ କିପରି ଉଦ୍ଧାର କରାଯାଇପାରିବ ସେଥି ନିମନ୍ତେ ଆଜି ମକଡ୍ରିଲ କରାଯାଇଥିଲା ବୋଲି ଜରୁରୀକାଳୀନ ଅଧିକାରୀ ଜ୍ଞାନଜିତ ତ୍ରୀପାଠୀ ପ୍ରକାଶ କରିଥିଲେ ।ଅନ୍ୟମାନଙ୍କ ମଧ୍ୟରେ କୋରାପୁଟ ବିଡିଓ ନରେନ୍ଦ୍ର ନାୟକ, କୋରାପୁଟ ଅତିରିକ୍ତ ତହସିଲଦାର ସସ୍ମିତା ଜେନା,କୋରାପୁଟ ଅଗ୍ନିଶମ ଅଧିକାରୀ  ସଂଜିବ ବେହେରା ,ଜରୁରୀକାଳୀନ କାର୍ଯ୍ୟାଳୟର ଏସଓ ପି.କେ.ସାମଲ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.