Home କୋରାପୁଟ କୋରାପୁଟ ଜିଲ୍ଲାସ୍ତରୀୟ ୨ୟ ମାଣ୍ଡିଆ କ୍ରୟ କମିଟି ବୈଠକ

କୋରାପୁଟ ଜିଲ୍ଲାସ୍ତରୀୟ ୨ୟ ମାଣ୍ଡିଆ କ୍ରୟ କମିଟି ବୈଠକ

97

କୋରାପୁଟ ୨୪-୧୨(ଓଡିଆ ପୁଅ /ରଂଜନ ଦାସ) ସ୍ଥାନୀୟ ଦକ୍ଷତା ବୃଦ୍ଧି ତାଲିମ କେନ୍ଦ୍ର ସଭାଗୃହଠାରେ କୋରାପୁଟ ଜିଲ୍ଲାସ୍ତରୀୟ ୨ୟ ମାଣ୍ଡିଆ କ୍ରୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି ।ପଂଚାୟତରାଜ ନିର୍ବାଚିତ ପ୍ରତିନିଧି ଓ ବିଧାୟକମାନଙ୍କୁ ନେଇ ବୈଠକ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେବା ପରେ ମାଣ୍ଡିଆ କ୍ରୟ କମିଟିର ୨ୟ ବୈଠକ ଆୟୋଜନ କରାଯାଇଥିଲା ।କୋରାପୁଟ ଜିଲ୍ଲାରେ ୨୦ ହଜାର ମାଣ୍ଡିଆ ଚାଷୀ ଅଛନ୍ତି ।୧୪ ହଜାର ଚାଷୀ ପଞ୍ଜିକୃତ ହୋଇଥିବା  କୋରାପୁଟ ଜିଲ୍ଲାପାଳ ଅବଦ୍ଦାଲ ଏମ ଅଖତର ପ୍ରକାଶ କରିଛନ୍ତି ।୧୦ଟି ବ୍ଲକ ମିଲଟ ମିଶନ ଅଧିନରେ ରହିଥିବାରୁ ଉକ୍ତ ବ୍ଲକରୁ ସ୍ୱେଛାସେବୀ ଅନୁଷ୍ଠାନ ମାଣ୍ଡିଆ କ୍ରୟ କରିବେ  କ୍ୱିଂଟାଲ ପ୍ରତି ୩ ହଜାର ୩୭୭ ଟଙ୍କାରେ ମାଣ୍ଡିଆ କ୍ରୟ କରାଯିବ ବୋଲି ସେ ସୂଚନା ଦେଇଛନ୍ତି । କୋରାପୁଟ ଜିଲ୍ଲାରୁ ୮୫ ହଜାର ୫୦୦ କ୍ୱିଂଟାଲ ମାଣ୍ଡିଆ କ୍ରୟ କରାଯିବାକୁ ଲକ୍ଷ୍ୟଧାର୍ଯ୍ୟ ରହିଥିବା ଟିଡିସିସି ମ୍ୟାନେଜର ସୁରେଶ ଚନ୍ଦ୍ର ମଲ୍ଲିକ ସୂଚନା ଦେଇଛନ୍ତି ।ଆସନ୍ତା ୩୧ ତାରିଖ ସୁଦ୍ଧା ଚାଷୀମାନଙ୍କର ପଞ୍ଜିକୃତ ଶେଷ ହୋଇଯିବ ବୋଲି ସେ ପ୍ରକାଶ କରିଛନ୍ତି ।କୋରାପୁଟ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ନାରାୟଣ ସେଠୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ମିଲଟ ମିଶନ ଜିଲ୍ଲା ସଂଯୋଜକ ଶିବ ଶଙ୍କର ସେଠୀ କାର୍ଯ୍ୟକ୍ରମ ସଂପର୍କରେ ଉପସ୍ଥାପନା କରିଥିଲେ ।ଜିଲ୍ଲାପରିଷଦ ଉପ ସଭାପତି ନାରସୁଲ କାମୁଡି, କୋରାପୁଟ ଉପଜିଲ୍ଲାପାଳ ଲଲିତ କୁମାର କହଁର ,ଜୟପୁର ବିଧାୟକଙ୍କ ପ୍ରତିନିଧି ଭଗବାନ ବାହିନିପତି ,ଲାମ୍ପସ , ଆରଏମସି ଓ ସ୍ୱେଛାସେବୀ ଅନୁଷ୍ଠାନର କର୍ମକର୍ତାମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.