Home ଓଡ଼ିଶା ଡିବି ଆଲୁଅରେ ହେଉଛି ପିଲାଙ୍କ ପାଠପଢା-  ୨ ମାସ ହେଲା ବିଜୁଳି ଆଲୋକ ନାହିଁ

ଡିବି ଆଲୁଅରେ ହେଉଛି ପିଲାଙ୍କ ପାଠପଢା-  ୨ ମାସ ହେଲା ବିଜୁଳି ଆଲୋକ ନାହିଁ

191

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୦/୦୭-ସ୍ୱାଧିନତାର ୭୩ବର୍ଷ ପରେବି ଅନେକ ଗ୍ରାମାଂଚଳରେ ଏବେବି ପିଲାମାନେ ଡିବି ଆଲୁଅରେ ପାଠ ପଢୁଥିବା ଦେଖିବାକୁ ମିଳୁଛି । ମାସ ମାସ ଧରି ଗାଁ ରେ ବିଦ୍ୟୁତ୍ ଆଲୋକ ଜଳୁନାହିଁ । ସେହିଭଳି ଗ୍ରାମ ହେଉଛି ରଣପୁର ବ୍ଲକ୍ ର ରିମୋଟ ଏରିଆ ଭାବରେ ବନ୍ଧମୁଣ୍ଡା ଗ୍ରାମ ପଂଚାୟତର ନେଳିପଡା ଗ୍ରାମ । ଏଠାରେ ମୋବାଇଲ୍ ସେବା ନାହିଁ କହିଲେ ଚଳେ । ବିଦ୍ୟୁତ୍ ଆଲୋକ ଥିଲେ ମଧ୍ୟ ମାସ ମାସ ଧରି ଅନ୍ଧାରରେ ରହିବାକୁ ପଡେ । ସେହିଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ବନ୍ଧମୁଣ୍ଡା ଗ୍ରାମ ପଂଚାୟତ ନେଳିପଡା ଗ୍ରାମରେ । ଦୀର୍ଘ ୨ ମାସ ହେଲା ବିଦ୍ୟୁତ ଆଲୋକ ଜଳୁନାହିଁ ଗ୍ରାମର ୨୨ଜଣ ହିତାଧିକାରୀ ପରିବାର ଅନ୍ଧାରରେ । ସଂଧ୍ୟା ହେଲେ ଗ୍ରାମ ଚାରିପଟେ ଓ ଗ୍ରାମ ଭିତରେ ହାତୀଦଳ ଦେଖିବାକୁ ମିଳନ୍ତି । ଅନ୍ଧାରରେ ଭୟଭୀତ ହୋଇ ରାତିସାରା କବାଟ କିଳି ରହନ୍ତି ଗ୍ରାମର ସମସ୍ତ ପରିବାର । ବାଘଠାରୁ ଆରମ୍ଭ କରି ଜଙ୍ଗଲୀ ହିଂସ୍ର ଜନ୍ତୁଙ୍କ ଉତ୍ପାତ କହିଲେ ନସରେ । ଗ୍ରାମର ଛୋଟ ଛୋଟ ପିଲାମାନେ ପାଠ ପଢିବା ପାଇଁ ବିଦ୍ୟୁତ୍ ଆଲୋକ ନଥିବାରୁ ଡିବିି ଆଲୁଅ ସାହା ଭରଷା ପାଲଟିଥାଏ । ଗ୍ରାମର ସୁକାନ୍ତ ପ୍ରଧାନ ଓ ତ୍ରିନାଥ ପ୍ରଧାନ ଅଭିଯୋଗ କରନ୍ତି ୨ ମାସ ହେଲା ବିଦ୍ୟୁତ୍ ଜଳୁନାହିଁ ଲାଇନ୍ସ ମ୍ୟାନ୍ କହିଲେ ଟ୍ରାନ୍ସଫର୍ମର୍ ପୋଡିଯାଇଛି ।

ତେଣୁ ଗ୍ରାମବାସୀମାନେ ୫ଦିନ ହେଲା ଚାନ୍ଦା କରି ୨୭ଶହ ଟଙ୍କା ଖର୍ଚ୍ଚ କରି ପୋଡା ଟ୍ରାନ୍ସଫର୍ମର୍ ବଦଳାଇ ନୁଆ ଟ୍ରାନ୍ସଫର୍ମର୍ ଲଗାଇଲେ । କିନ୍ତୁ ଏବେବ ୫ଦିନ ହେଲା ନୁଆ ଟ୍ରାନ୍ସଫର୍ମର୍ ରୁ ବିଦ୍ୟୁତ୍ ଯୋଗାଣ ହେଉନାହିଁ  । ଏ ସମ୍ପର୍କେ ବିଭାଗୀୟ ସେସୁ କନିଷ୍ଠ ଯନ୍ତ୍ରୀ ଗଣେଶ୍ୱର ସାହୁଙ୍କ ସହ ଯୋଗା ଯୋଗ କରିବାରେ କୁହନ୍ତି ସେ ଗ୍ରାମରେ ବିଦ୍ୟୁତ୍ ଏବେ ଜଳୁନାହିଁ ବୋଲି ମୋ ପାଖରେ ଖବର ନାହିଁ । ମୁଁ ଲାଇନ୍ସ ମ୍ୟାନ୍‌ଙ୍କୁ କହୁଛି ସେ ବିଦ୍ୟୁତ୍ ଆଲୋକ ଜଳିବାର ବ୍ୟବସ୍ଥା କରିବେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.